ଆସିକା: ପୋଲିସ୍ ଗୁଳିରେ ଅପରାଧୀ ଚକାନୟନ ନାହକ ଆହତ

ଆସିକା: ଗଞ୍ଜାମ ଜିଲ୍ଲା ଝଗଡେଇ ନିକଟରେ ପୋଲିସ୍‌ ଓ ଅପରାଧୀ ମଧ୍ୟରେ ଗୁଳିବିନିମୟ ହୋଇଛି। ପୋଲିସ୍‌ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଚକାନୟନ ନାହକ ଆହତ ହୋଇଛି। ଗୁରୁତର ଅବସ୍ଥାରେ ଅପରାଧୀ ଚକାନୟନକୁ ଆସିକା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏକ ବାଇକ୍‌ରେ ଦୁଇ ଜଣ ଅପରାଧୀ ଯାଉଥିବା ବେଳେ ପୋଲିସ୍ ଖବର ପାଇ ଅଟକାଇବାକୁ ଚେଷ୍ଟା କରିଥିଲା। ପୋଲିସକୁ ଦେଖି ଚକାନୟନ ଗୁଳି ଚଳାଇବାରୁ ପୋଲିସ୍ ପାଲଟା ଆକ୍ରମଣ କରିଥିଲା। ଫଳରେ ଗୁଳି ତାର ଗୋଡରେ ବାଜିଥିଲା। ଅନ୍ୟଜଣେ ଅପରାଧୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।