ଏକ୍ସଟେନସନ୍ ନେଲେନି ଅସିତ୍, ସୁରେଶ ହେବେ ମୁଖ୍ୟ ସଚିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୧୯୮୬ ବ୍ୟାଚ୍ ଆଇଏଏସ୍ ତଥା ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ ଚଳିତମାସରେ ଅବସର ନେବେ। ତାଙ୍କ ସ୍ଥାନରେ ତାଙ୍କ ବ୍ୟାଚର ଆଇଏଏସ୍ ତଥା ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ମୁଖ୍ୟ ସଚିବ ହେବା ଏକପ୍ରକାର ନିଶ୍ଚିତ। ଏହାସହିତ କୋଭିଡ୍ ଟୀକାକରଣ ପାଇଁ ଶ୍ରୀ ତ୍ରିପାଠୀଙ୍କ କାର୍ଯ୍ୟକାଳ ଆଉ ୬ମାସ ବୃଦ୍ଧି ହୋଇପାରେ ବୋଲି ଚର୍ଚ୍ଚାରେ ମଧ୍ୟ ପୂର୍ଣ୍ଣଚ୍ଛେଦ ପଡ଼ିଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଶ୍ରୀ ତ୍ରିପାଠୀଙ୍କ ଅବସରକୁ ନେଇ ବିଧିବଦ୍ଧ […]

ias

ias

Ranjit Kumar Jena
  • Published: Wednesday, 23 December 2020
  • Updated: 23 December 2020, 10:01 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୧୯୮୬ ବ୍ୟାଚ୍ ଆଇଏଏସ୍ ତଥା ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ ଚଳିତମାସରେ ଅବସର ନେବେ। ତାଙ୍କ ସ୍ଥାନରେ ତାଙ୍କ ବ୍ୟାଚର ଆଇଏଏସ୍ ତଥା ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ମୁଖ୍ୟ ସଚିବ ହେବା ଏକପ୍ରକାର ନିଶ୍ଚିତ। ଏହାସହିତ କୋଭିଡ୍ ଟୀକାକରଣ ପାଇଁ ଶ୍ରୀ ତ୍ରିପାଠୀଙ୍କ କାର୍ଯ୍ୟକାଳ ଆଉ ୬ମାସ ବୃଦ୍ଧି ହୋଇପାରେ ବୋଲି ଚର୍ଚ୍ଚାରେ ମଧ୍ୟ ପୂର୍ଣ୍ଣଚ୍ଛେଦ ପଡ଼ିଛି।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଶ୍ରୀ ତ୍ରିପାଠୀଙ୍କ ଅବସରକୁ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ସହ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଛି। ଡିସେମ୍ବର ୧୦ତାରିଖରେ ଶ୍ରୀ ତ୍ରିପାଠୀଙ୍କୁ ଅବସର ନେବା ନିମନ୍ତେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଅନୁମତି ଦିଆଯାଇଛି। ଉନ୍ନୟନ କମିଶନର ଆଇଏଏସ୍ ଶ୍ରୀ ମହାପାତ୍ର ବରିଷ୍ଠତା ଭିତ୍ତିରେ ଏବେ ମୁଖ୍ୟ ସଚିବ ପଦ ପାଇଁ ପ୍ରମୁଖ ଦାବିଦାର ଅଛନ୍ତି। ତୃତୀୟ ମହଲାର ଗୁଡବୁକରେ ସେ ଥିବାରୁ ମୁଖ୍ୟ ସଚିବ ହେବା ଏକପ୍ରକାର ନିଶ୍ଚିତ।

ମୁଖ୍ୟ ସଚିବ ହେବା ପାଇଁ ଶ୍ରୀ ମହାପାତ୍ର ମଧ୍ୟ ନିଜଆଡ଼ୁ ଦୀର୍ଘଦିନ ଧରି ପ୍ରୟାସ ଚଳାଇଛନ୍ତି। ସେ ମଧ୍ୟ ୨୦୨୨ ଫେବୃୟାରୀରେ ଅବସର ନେବେ। ତାଙ୍କ ପ୍ରଶାସନିକ ନେତୃତ୍ୱରେ ରାଜ୍ୟରେ ପୌର ଓ ପଂଚାୟତ ନିର୍ବାଚନ କରିବା ଶାସକ ବିଜେଡି ପାଇଁ ଅଧିକ ସହଜ ହେବ। ଅବଶ୍ୟ ବରିଷ୍ଠତା ଭିତ୍ତିରେ ୧୯୮୫ ବ୍ୟାଚ ଆଇଏଏସ୍ ଉପେନ୍ଦ୍ର ପ୍ରସାଦ ସିଂ ସବୁଠୁ ଉପରେ ଅଛନ୍ତି। କିନ୍ତୁ ସେ କେନ୍ଦ୍ରରେ ସଚିବ ଭାବେ କାର୍ଯ୍ୟ କରୁଥିବାରୁ ଓଡ଼ିଶା ଫେରିବା ସମ୍ଭାବନା କ୍ଷୀଣ ଓ ତାଙ୍କୁ ମୁଖ୍ୟ ସଚିବ ପଦରେ ଅବସ୍ଥାପିତ କରିବାକୁ ମଧ୍ୟ ତୃତୀୟ ମହଲା ଚାହିଁବ ନାହିଁ।

ବରିଷ୍ଠତା ଭିତ୍ତିରେ ଶ୍ରୀ ମହାପାତ୍ରଙ୍କ ତଳକୁ ତାଙ୍କ ବ୍ୟାଚର ଜିଭିଭି ଶର୍ମା ଓ ଏସପି ଠାକୁର ଅଛନ୍ତି। ଶ୍ରୀ ଶର୍ମା କେନ୍ଦ୍ରୀୟ ଡେପୁଟେସନରେ ଥିବାବେଳେ ସେ ୨୦୨୨ ଅକ୍ଟୋବରରେ ଅବସର ନେବେ। ଶ୍ରୀ ଠାକୁର କେବିକେ ମୁଖ୍ୟ ପ୍ରଶାସକ ଥିବାବେଳେ ୨୦୨୩ ମାର୍ଚ୍ଚରେ ଅବସର ନେବେ। ତାଙ୍କ ତଳକୁ ୧୯୮୭ ବ୍ୟାଚର ତୁହିନକାନ୍ତ ପାଣ୍ଡେ ଓ ନିକୁଞ୍ଜ କୁମାର ସୁନ୍ଦରାୟ ଏବେ କେନ୍ଦ୍ରୀୟ ଡେପୁଟେସନରେ ଥିବାବେଳେ ସେହି ବ୍ୟାଚର ଆରକେ ଶର୍ମା ଏବେ କୃଷି ଉତ୍ପାଦନ କମିଶନର ଭାବେ କାର୍ଯ୍ୟରତ। ସେ ୨୦୨୩ ଅଗଷ୍ଟରେ ଅବସର ନେବେ। ତେଣୁ ଶ୍ରୀ ମହାପାତ୍ର ମୁଖ୍ୟ ସଚିବ ହେଲେ ୧୯୮୭ ବ୍ୟାଚର ଶ୍ରୀ ଠାକୁର କିମ୍ବା ଶ୍ରୀ ଶର୍ମାଙ୍କୁ ରାଜ୍ୟ ସରକାର ଉନ୍ନୟନ କମିଶନର ଭାବେ ଅବସ୍ଥାପିତ କରିବାର ଯଥେଷ୍ଟ ସମ୍ଭାବନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story