ବିଧାନସଭାରେ ଲେଖାନୁଦାନ ସଂପର୍କିତ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ

ଭୁବନେଶ୍ୱର: ବିଧାନସଭାରେ ଆଜି ପାରିତ ହୋଇଯାଇଛି ଲେଖାନୁଦାନ ସମ୍ପର୍କିତ ବ୍ୟୟ ମଞ୍ଜୁରୀ ବିଲ୍। ଦୁଇ ମାସ ପାଇଁ ୧୬୪୦୨ କୋଟି ୮୨ ଲକ୍ଷ ୧୧ ହଜାର ଟଙ୍କାର ଲେଖାନୁଦାନ ବିଲ୍ ପାରିତ ହୋଇଛି। କେନ୍ଦ୍ରୀୟ ଢାଞ୍ଚାରେ ରାଜ୍ୟ ସରକାର ବଜେଟ୍ ଆଣି ଥିବାରୁ ଲେଖାନୁଦାନର ଆବଶ୍ୟକତା ପଡ଼ିଥିବା ବେଳେ ବିଧାନସଭାରେ ୧୦ଟି ସ୍ଥାୟୀ କମିଟି ଗଠନ କରାଯାଇଛି। ୨୦୧୬-୧୭ ଆର୍ଥିକ ବଜେଟ୍‌ରେ ରହିଥିବା ଖର୍ଚ୍ଚ ଦାବି ଉପରେ ଏହି କମିଟି ସମୀକ୍ଷା କରିବ। ଏହି ବିଲ୍ ଆଲୋଚନା […]

pradeepamata

Rakesh Mallick
  • Published: Thursday, 31 March 2016
  • , Updated: 31 March 2016, 04:44 PM IST

ଭୁବନେଶ୍ୱର: ବିଧାନସଭାରେ ଆଜି ପାରିତ ହୋଇଯାଇଛି ଲେଖାନୁଦାନ ସମ୍ପର୍କିତ ବ୍ୟୟ ମଞ୍ଜୁରୀ ବିଲ୍। ଦୁଇ ମାସ ପାଇଁ ୧୬୪୦୨ କୋଟି ୮୨ ଲକ୍ଷ ୧୧ ହଜାର ଟଙ୍କାର ଲେଖାନୁଦାନ ବିଲ୍ ପାରିତ ହୋଇଛି। କେନ୍ଦ୍ରୀୟ ଢାଞ୍ଚାରେ ରାଜ୍ୟ ସରକାର ବଜେଟ୍ ଆଣି ଥିବାରୁ ଲେଖାନୁଦାନର ଆବଶ୍ୟକତା ପଡ଼ିଥିବା ବେଳେ ବିଧାନସଭାରେ ୧୦ଟି ସ୍ଥାୟୀ କମିଟି ଗଠନ କରାଯାଇଛି। ୨୦୧୬-୧୭ ଆର୍ଥିକ ବଜେଟ୍‌ରେ ରହିଥିବା ଖର୍ଚ୍ଚ ଦାବି ଉପରେ ଏହି କମିଟି ସମୀକ୍ଷା କରିବ। ଏହି ବିଲ୍ ଆଲୋଚନା ବେଳେ ଅର୍ଥମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ବିରୋଧୀ କଂଗ୍ରେସ କକ୍ଷତ୍ୟାଗ କରିଥିଲେ।

ଅନ୍ୟପକ୍ଷରେ ଆଜି ଚଳିତ ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଶେଷ ହୋଇଯାଇଛି। ଆସନ୍ତା ଏପ୍ରିଲ୍ ୨୬ ତାରିଖ ପର୍ଯ୍ୟନ୍ତ ବାଚସ୍ପତି ଗୃହକୁ ମୁଲତବି ରଖିଛନ୍ତି। ମାର୍ଚ୍ଚ ୧୫ ତାରିଖରୁ ଚଳିତ ବିଧାନସଭାର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଥିଲା।

Related story