ଅସ୍ତରଙ୍ଗ ଜାହାନିଆରେ ସମୁଦ୍ରରେ ବୁଡ଼ି ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ, ଜଣେ ନିଖୋଜ

କୋଣାର୍କ: ପୁରୀ ଜିଲ୍ଲା ଅସ୍ତରଙ୍ଗ ଜାହାନିଆ ସମୁଦ୍ର କୂଳରେ ରବିବାର ଘଟିଛି ଅଘଟଣ। ସମୁଦ୍ରରେ ବୁଡ଼ି ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଆଉ ଜଣେ ନିଖୋଜ ଅଛନ୍ତି। ଦୁଇ ଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବା ବେଳେ ନିଖୋଜ ପର୍ଯ୍ୟଟକଙ୍କୁ ଦମକଳ ବାହିନୀ ଖୋଜାଖୋଜି କରୁଛନ୍ତି। ସ୍ଥାନୀୟ ଲୋକଙ୍କ ସହଯୋଗରେ ତାଙ୍କୁ ଖୋଜା ଯାଉଛି। ନିଖୋଜ ପର୍ଯ୍ୟଟକ ଜଣଙ୍କ କଟକର ବକ୍ସି ବଜାର ଅଞ୍ଚଳର ବୋଲି ଜଣାପଡ଼ିଛି। ସେହିଭଳି ମୃତ ପର୍ଯ୍ୟଟନକଙ୍କ ଘର ଜାମସେଦପୁରରେ ବୋଲି ଜଣାପଡ଼ିଛି। […]

jahania

Rakesh Mallick
  • Published: Sunday, 10 January 2016
  • , Updated: 11 January 2016, 03:22 AM IST

କୋଣାର୍କ: ପୁରୀ ଜିଲ୍ଲା ଅସ୍ତରଙ୍ଗ ଜାହାନିଆ ସମୁଦ୍ର କୂଳରେ ରବିବାର ଘଟିଛି ଅଘଟଣ। ସମୁଦ୍ରରେ ବୁଡ଼ି ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଆଉ ଜଣେ ନିଖୋଜ ଅଛନ୍ତି। ଦୁଇ ଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବା ବେଳେ ନିଖୋଜ ପର୍ଯ୍ୟଟକଙ୍କୁ ଦମକଳ ବାହିନୀ ଖୋଜାଖୋଜି କରୁଛନ୍ତି। ସ୍ଥାନୀୟ ଲୋକଙ୍କ ସହଯୋଗରେ ତାଙ୍କୁ ଖୋଜା ଯାଉଛି। ନିଖୋଜ ପର୍ଯ୍ୟଟକ ଜଣଙ୍କ କଟକର ବକ୍ସି ବଜାର ଅଞ୍ଚଳର ବୋଲି ଜଣାପଡ଼ିଛି। ସେହିଭଳି ମୃତ ପର୍ଯ୍ୟଟନକଙ୍କ ଘର ଜାମସେଦପୁରରେ ବୋଲି ଜଣାପଡ଼ିଛି। ବୁଡ଼ି ଯାଉଥିବା ବେଳେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର ହୋଇଥିବା ଦୁଇ ପର୍ଯ୍ୟଟକ ଭୁବନେଶ୍ୱରର ଏକ ଘରୋଇ ଇଂଜିନିୟରିଂ କଲେଜର ବୋଲି ଜଣାପଡ଼ିଛି।

Related story