ମଝି ସମୁଦ୍ରରେ ମାଛ ମାରୁଥିଲେ, ମାଡ଼ି ବସିଲେ

କୋଣାର୍କ (ସଞ୍ଜୟ ପତି): ବେଆଇନ୍‌ ଭାବେ ମଝି ସମୁଦ୍ରରେ ମାଛ ମାରୁଥିଲେ ୭ ମତ୍ସ୍ୟଜୀବୀ। ମାଡ଼ି ବସିଲା ବନବିଭାଗ ଓ ସାମୁଦ୍ରିକ ଥାନା ପୁଲିସ୍‌। ଆଜି ଏପରି ଚିତ୍ର ଆସିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅଞ୍ଚଳରୁ। ଜବତ ଟ୍ରଲରଟି ପାରାଦୀପ ଅଞ୍ଚଳର ବୋଲି ଜଣାପଡ଼ିଛି। ସାମୁଦ୍ରିକ କଇଁଛ ଅଲିଭ୍‌ ରିଡଲେଙ୍କ ଅଣ୍ଡାଦାନ ଋତୁ ଆରମ୍ଭ ହୋଇଛି। ଯେଉଁଥିପାଇଁ ପୁରୀ ଜିଲ୍ଲା ଅସ୍ତରଙ୍ଗ ଦେବୀ ମୁହାଣଠାରୁ ଚିଲିକା ମୁହାଣ ପର୍ଯ୍ୟନ୍ତ ସମୁଦ୍ର ଉପକୂଳରେ ୫ କିଲୋମିଟର ମଧ୍ୟରେ […]

Konark

  • Published: Thursday, 08 December 2022
  • , Updated: 08 December 2022, 04:14 PM IST

କୋଣାର୍କ (ସଞ୍ଜୟ ପତି): ବେଆଇନ୍‌ ଭାବେ ମଝି ସମୁଦ୍ରରେ ମାଛ ମାରୁଥିଲେ ୭ ମତ୍ସ୍ୟଜୀବୀ। ମାଡ଼ି ବସିଲା ବନବିଭାଗ ଓ ସାମୁଦ୍ରିକ ଥାନା ପୁଲିସ୍‌। ଆଜି ଏପରି ଚିତ୍ର ଆସିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅଞ୍ଚଳରୁ। ଜବତ ଟ୍ରଲରଟି ପାରାଦୀପ ଅଞ୍ଚଳର ବୋଲି ଜଣାପଡ଼ିଛି।

ସାମୁଦ୍ରିକ କଇଁଛ ଅଲିଭ୍‌ ରିଡଲେଙ୍କ ଅଣ୍ଡାଦାନ ଋତୁ ଆରମ୍ଭ ହୋଇଛି। ଯେଉଁଥିପାଇଁ ପୁରୀ ଜିଲ୍ଲା ଅସ୍ତରଙ୍ଗ ଦେବୀ ମୁହାଣଠାରୁ ଚିଲିକା ମୁହାଣ ପର୍ଯ୍ୟନ୍ତ ସମୁଦ୍ର ଉପକୂଳରେ ୫ କିଲୋମିଟର ମଧ୍ୟରେ ଟ୍ରଲରରେ ମାଛ ଧରା ଉପରେ କଟକଣା ଜାରି କରାଯାଇଛି। କଇଁଛଙ୍କ ସୁରକ୍ଷା ପାଟ୍ରୋଲିଂ କରାଯାଉଛି। ଏହା ସତ୍ତ୍ୱେ ଆଜି ଅସ୍ତରଙ୍ଗ କେଳୁଣୀ ମୁହାଣ ନିକଟରେ ଥିବା ନିସିଦ୍ଧାଞ୍ଚଳରେ ଟ୍ରଲରରେ ବେଆଇନ୍‌ ଭାବେ ମାଛ ଧରା ଯାଉଥିଲା।

ବନବିଭାଗ ଓ ଅସ୍ତରଙ୍ଗ ସାମୁଦ୍ରିକ ଥାନା ପୁଲିସ୍‌ ମିଳିତ ଭାବେ ଚଢ଼ଉ କରି ମାଛ ଧରୁଥିବା ଟ୍ରଲରକୁ ଜବତ କରିଥିଲେ। ଏଥିସହ ୭ ମତ୍ସ୍ୟଜୀବୀଙ୍କୁ ଅଟକ ରଖି ପଚରାଉଚରା କରୁଛି। ଟ୍ରାଲରଟି ପାରାଦୀପ ଅଞ୍ଚଳର ବୋଲି ଜଣାପଡିଛି। ସାମୁଦ୍ରିକ ମତ୍ସ୍ୟ ଆଇନ୍‌ ବା ଓଁଫ୍ରା ଆକ୍ଟ ଅନୁସାରେ ଜବତ ଟ୍ରଲର ଓ କର୍ମଚାରୀଙ୍କୁ ସାମୁଦ୍ରିକ ମତ୍ସ୍ୟ ବିଭାଗକୁ ହସ୍ତାନ୍ତର କରାଯାଇଛି। ଜବତ ଟ୍ରଲର ମାରିଥିବା ମାଛ ନିଲାମ କରାଯାଇ ନିଲାମ ମୂଲ୍ୟର ୧୦ ଗୁଣା ଫାଇନ୍‌ କରାଯିବ ବୋଲି ପୁଲିସ୍‌ କହିଛି।

Related story