ଭିତରକାଠ ଦର୍ଶନକୁ ନେଇ ବିବାଦ: ଶ୍ରୀମନ୍ଦିର ସମ୍ମୁଖରେ ବିକ୍ଷୋଭ

ପୁରୀ: ଶ୍ରୀମନ୍ଦିର ଜଗମୋହନ ମରାମତି ଚାଲିଥିବାରୁ ଭିତରକାଠ ଦର୍ଶନକୁ ସଂପୂର୍ଣ୍ଣ ବନ୍ଦ କରାଯାଇଛି। ଗତକାଲି ରାତିରେ ଜଣେ ମହିଳା ଓ ତାଙ୍କ ପୁଅ ପୋଲିସ ସୁରକ୍ଷାରେ ଭିତରକାଠ ପର୍ଯ୍ୟନ୍ତ ଯିବାକୁ ନେଇ ବିବାଦ ଦେଖାଦେଇଛି। ଏନେଇ ସେବାୟତ ଗାରଦରେ ଅଭିଯୋଗ ହୋଇଛି। ଏପରି ଅବ୍ୟବସ୍ଥା ପ୍ରତିବାଦରେ ଶ୍ରୀଜଗନ୍ନାଥ ସେନା ରାସ୍ତାକୁ ଓହ୍ଲାଇଛି। ସେନା ପକ୍ଷରୁ ଶ୍ରୀମନ୍ଦିର ସମ୍ମୁଖରେ ବିକ୍ଷୋଭ କରାଯିବା ସହ ମନ୍ଦିର ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଅନ୍ୟପକ୍ଷରେ ପ୍ରତିହାରୀ ସେବାୟତ ରଘୁନାଥ ଗୋଚ୍ଛିକାର ଘଟଣା […]

puri

Rakesh Mallick
  • Published: Thursday, 11 May 2017
  • , Updated: 11 May 2017, 01:03 PM IST

ପୁରୀ: ଶ୍ରୀମନ୍ଦିର ଜଗମୋହନ ମରାମତି ଚାଲିଥିବାରୁ ଭିତରକାଠ ଦର୍ଶନକୁ ସଂପୂର୍ଣ୍ଣ ବନ୍ଦ କରାଯାଇଛି। ଗତକାଲି ରାତିରେ ଜଣେ ମହିଳା ଓ ତାଙ୍କ ପୁଅ ପୋଲିସ ସୁରକ୍ଷାରେ ଭିତରକାଠ ପର୍ଯ୍ୟନ୍ତ ଯିବାକୁ ନେଇ ବିବାଦ ଦେଖାଦେଇଛି। ଏନେଇ ସେବାୟତ ଗାରଦରେ ଅଭିଯୋଗ ହୋଇଛି। ଏପରି ଅବ୍ୟବସ୍ଥା ପ୍ରତିବାଦରେ ଶ୍ରୀଜଗନ୍ନାଥ ସେନା ରାସ୍ତାକୁ ଓହ୍ଲାଇଛି। ସେନା ପକ୍ଷରୁ ଶ୍ରୀମନ୍ଦିର ସମ୍ମୁଖରେ ବିକ୍ଷୋଭ କରାଯିବା ସହ ମନ୍ଦିର ଥାନାରେ ଲିଖିତ ଅଭିଯୋଗ କରାଯାଇଛି।

ଅନ୍ୟପକ୍ଷରେ ପ୍ରତିହାରୀ ସେବାୟତ ରଘୁନାଥ ଗୋଚ୍ଛିକାର ଘଟଣା ସଂପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନିକଟରେ ଅଭିଯୋଗ କରିଛନ୍ତି।

ଗତକାଲି  ରାତିରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ରାଜେଶ ବର୍ମା, ଜିଲ୍ଲାପାଳ ଓ ନୀତି ପ୍ରଶାସକ ଜଗମୋହନ ମରାମତି କାମର ତଦାରଖ କରୁଥିବା ବେଳେ ଏହି ଘଟଣା ଘଟିଛି। ମହିଳା ଓ ତାଙ୍କ ପୁଅକୁ ଭିତରକୁ ନ ଯିବା ଲାଗି ସେବାୟତ ବାରଣ କରିଥିଲେ ମଧ୍ୟ ସେମାନେ ଶୁଣି ନ ଥିବା ଅଭିଯୋଗରେ ଦର୍ଶାଯାଇଛି।

Related story