ହାତୀ ଆକ୍ରମଣରେ ତିନି ମଇଁଷି ମୃତ

ଆଠଗଡ଼: କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ଆଠଗଡ଼ ରେଞ୍ଜର ରାଧାମାଧବପୁର ଗାଁରେ ଗତକାଲି ରାତିରେ ଏକ ଦନ୍ତାହାତୀ ପଶି ଉପଦ୍ରବ କରିଛି। ଗାଁର ମୁରଲୀ ସାହୁଙ୍କ ମଇଁଷି ଗୋଠରେ ପଶି ୩ଟି ମଇଁଷିକୁ ମାରି ଦେଇଛି ଦନ୍ତା। ଏହା ସହିତ ଦନ୍ତା ଆକ୍ରମଣରେ ଆହୁରି ଅନେକ ମଇଁଷି ଆହତ ହୋଇଛନ୍ତି। ଖବର ପାଇ ବନ ବିଭାଗ ଅଧିକାରୀ ଘଟଣାସ୍ଥଳ ପରିଦର୍ଶନ କରି ଥିଲେ।

elephant

Rakesh Mallick
  • Published: Thursday, 15 December 2016
  • , Updated: 15 December 2016, 12:22 PM IST

Related story