ସମ୍ବଲପୁର(ଓଡ଼ିଶା ରିପୋର୍ଟର): ଏକ ଅନ୍ତରାଜ୍ୟ ଏ.ଟି.ଏମ୍ ହ୍ୟାକର ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ସମ୍ବଲପୁର ପୁଲିସ୍। ସେମାନଙ୍କଠାରୁ ୧ ଲକ୍ଷ ୪୭ ହଜାର ଟଙ୍କା ସମେତ ହ୍ୟାକିଂରେ ବ୍ୟବହୃତ ବହୁ ଉପକରଣ ଜବତ କରାଯାଇଛି । ସେଥିମଧ୍ୟରୁ ଦୁଇଟି ସ୍ଲଟ ମେସିନ , ୩୦ଟି ଏ.ଟି.ଏମ କାର୍ଡ , ସେମାନେ ବ୍ୟବହୃତ କରୁଥିବା ୪ଟି ମୋବାଇଲ ଫୋନ , ଲାପ୍ଟପ୍ ସମେତ ଏକ କାର୍ ମଧ୍ୟ ଜବତ ହୋଇଛି। ଏହି ଅଭିଯୋଗରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ୍।
ଏହି ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତ ଫେରାର ଥିବାବେଳେ ତାକୁ ଗିରଫ କରିବା ପାଇଁ ୪ଟି ଟିମ୍ ଗଠନ କରାଯାଇଥିବା ସମ୍ବଲପୁର ଏସ୍.ପି ସୂଚନା ଦେଇଛନ୍ତି । ଗିରଫ ୪ ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇଜଣ ସମ୍ବଲପୁରର ହୋଇଥିବା ବେଳେ ଆଉ ଦୁଇଜଣ ବିହାରର ବୋଲି ଜଣା ପଡିଛି । ଏହି ଗ୍ୟାଙ୍କ ଏଟିଏମ୍ରେ ଛପି ରହି ଭିତରକୁ ଯାଉଥିବା ଗ୍ରାହକଙ୍କ ପିନ କୋର୍ଡ ମନେ ରଖି ପରେ ସ୍କିମର ମେସିନ ବ୍ୟବହାର କରି ଟଙ୍କା ଉଠାଇ ନେଉଥିବା ସୂଚନା ଦେଇଛନ୍ତି।