ଖୋର୍ଦ୍ଧା(ବଳରାମ ଲେଙ୍କା): ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅନ୍ତର୍ଗତ ଯାଁଳା ୟୁକୋ ବ୍ୟାଙ୍କର ଏଟିଏମ୍ରୁ ଲୁଟ୍ ଉଦ୍ୟମ ହୋଇଛି।
ଗତକାଲି ବିଳମ୍ୱିତ ରାତିରେ ଦୁର୍ବୃତ୍ତମାନେ ସଟର୍ ଭାଙ୍ଗି ଭିତରକୁ ପଶିଥିଲେ। ତା’ପରେ ସେମାନେ ଏଟିଏମ୍କୁ ଭାଙ୍ଗିଥିଲେ। ତେବେ ସେମାନେ ଟଙ୍କା ନେବାକୁ ସକ୍ଷମ ହୋଇ ନାହାନ୍ତି ବୋଲି ଜଣାପଡ଼ିଛି।
ଯାଁଳା ଫାଣ୍ଡି ପୁଲିସ୍ ପ୍ରାଥମିକ ତଦନ୍ତ କରି ଏଟିଏମ୍କୁ ସିଲ୍ କରିଛି। ସିସିଟିଭି ଯାଞ୍ଚ କରିବା ପରେ ଅପରାଧୀଙ୍କ ସମ୍ପର୍କରେ ସୁରାକ୍ ମିଳିପାରିବ ବୋଲି ପୁଲିସ୍ କହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ବିଧାୟକ ଥିଲେ, ସର୍କିଟ୍ ହାଉସ୍ରେ ଜଳିଗଲା ଦୁଇ ଗାଡ଼ି
ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିଲେ ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକ। କାର୍ଯ୍ୟକ୍ରମ ପରେ ସେ ଫୁଲବାଣୀ ସର୍କିଟ୍ ହାଉସ୍ରେ ରାତ୍ରୀ ଯାପନ କରିଥିଲେ। ସର୍କିଟ୍ ହାଉସ୍ କ୍ୟାମ୍ପସରେ ନିଜର ଇନୋଭା ଗାଡ଼ି ରଖି ବିଶ୍ରାମ ନେଇଥିଲେ।
Politics
ମୁହଁ ଖୋଲିଲେ ବିଜେଡି ନେତ୍ରୀ ପୁଷ୍ପାଞ୍ଜଳି; କହିଲେ- ମୁଁ ଯଦି ନିଜ ରକ୍ଷା କରିପାରିନଥାନ୍ତି, ତାହାହେଲେ ମୋ’ ଶାଢୀ ଖୋଲି ଯାଇଥାଆନ୍ତା
ଶଙ୍ଖ ଭବନରେ ଘଟିଥିବର ମାଡ଼ ଘଟଣାକୁ ନେଇ ଭୁବନେଶ୍ୱର ଜୋନ ମହିଳା ବିଜେଡି କାର୍ଯ୍ୟକାରୀ ସଭାନେତ୍ରୀ ପୁଷ୍ପାଞ୍ଜଳି ରଣା କହିଛନ୍ତି, ମୁଁ ଆଗେ ପ୍ରଥମେ ମାଡ଼ ମାରିନି। ଯାହା ଭିଡ଼ିଓରେ ଦେଖାଯାଉଛି, ତାହା ପୂର୍ବରୁ ନିଶ୍ଚିତ କିଛି ଘଟିଥିବ। ଗତ ୨୦ ବର୍ଷ ହେଲା ଜଣେ ମହିଳା ଯଦି ପାଟି ଫିଟାଇନଥିଲା, ଆଜି କାହିଁକି ଫିଟାଇଲା?
Accident
ବିଲ ମଝିରେ ଜଳିଗଲେ ଚାଷୀ
ବିଜୁଳି ବିଭାଗର ଖାମ ଖିଆଲି ନୀତି ପାଇଁ ପ୍ରମୋଦଙ୍କ ଜୀବନ ଯାଇଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି।
Crime
ARIଙ୍କୁ ବାନ୍ଧିଲା ଭିଜିଲାନ୍ସ
ଗତକାଲି ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ARI ସୁରେନ୍ଦ୍ର କୁମାରଙ୍କ ଘର ସମେତ ୮ଟି ସ୍ଥାନରେ ଏକକାଳୀନ ଚଢାଉ କରାଯାଇଥିଲା।
Crime
ଧୂର୍ତ୍ତ ASI: ଗ୍ରାମରକ୍ଷୀଙ୍କୁ ଫସାଇ ଭିଜିଲାନ୍ସ ପଞ୍ଝାରୁ ମାରିଲେ ଚମ୍ପଟ
ଭିଜିଲାନ୍ସ ଗ୍ରାମରକ୍ଷୀ ଶ୍ରୀମୁଖ ବାଗଙ୍କୁ ଅଟକ ରଖିବା ସହ ASIଙ୍କୁ ଖୋଜୁଛି ଭିଜିଲାନ୍ସ।