ଆଟ୍ରୋସିଟି କେସଗୁଡ଼ିକର ତୁରନ୍ତ ବିଚାର ପାଇଁ ପ୍ରତିଷ୍ଠା ହେବ ୩ଟି ସ୍ୱତନ୍ତ୍ର କୋର୍ଟ

ଭୁବନେଶ୍ୱର: ଅନୁସୂଚିତ ଜାତି ବ୍ୟକ୍ତିଙ୍କ ବିରୋଧରେ ଥିବା ଆଟ୍ରୋସିଟି କେସଗୁଡ଼ିକର ତୁରନ୍ତ ବିଚାର ପାଇଁ କଟକ, ବଲାଙ୍ଗୀର ଓ ବାଲେଶ୍ୱରରେ ୩ଟି ସ୍ୱତନ୍ତ୍ର କୋର୍ଟ ସ୍ଥାପନ କରାଯିବ। ଏଥିପାଇଁ ଜିଲ୍ଲାଗୁଡ଼ିକୁ ରାଜ୍ୟ ସରକାର ୨ କୋଟି ଟଙ୍କା ଲେଖାଏଁ ମଂଜୁର କରିଛନ୍ତି। ସରକାର ଅନୁସୂଚିତ ଜାତି କଲ୍ୟାଣ ଉପଦେଷ୍ଟା କମିଟି ବୈଠକରେ ଏହି ସୂଚନା ଦେଇଛନ୍ତି। ସେହିପରି ୪୦ଟି ଆଇନ ସହାୟତା କେନ୍ଦ୍ର ତୁରନ୍ତ ନିର୍ମାଣ କରାଯିବ। ଜାତି ଭିତ୍ତିକ ବିବାହ କରିଥିବା ୮୦୨ ଦମ୍ପତ୍ତିଙ୍କୁ ୩ […]

modi

Rakesh Mallick
  • Published: Saturday, 06 June 2015
  • , Updated: 06 June 2015, 03:45 AM IST

ଭୁବନେଶ୍ୱର: ଅନୁସୂଚିତ ଜାତି ବ୍ୟକ୍ତିଙ୍କ ବିରୋଧରେ ଥିବା ଆଟ୍ରୋସିଟି କେସଗୁଡ଼ିକର ତୁରନ୍ତ ବିଚାର ପାଇଁ କଟକ, ବଲାଙ୍ଗୀର ଓ ବାଲେଶ୍ୱରରେ ୩ଟି ସ୍ୱତନ୍ତ୍ର କୋର୍ଟ ସ୍ଥାପନ କରାଯିବ। ଏଥିପାଇଁ ଜିଲ୍ଲାଗୁଡ଼ିକୁ ରାଜ୍ୟ ସରକାର ୨ କୋଟି ଟଙ୍କା ଲେଖାଏଁ ମଂଜୁର କରିଛନ୍ତି। ସରକାର ଅନୁସୂଚିତ ଜାତି କଲ୍ୟାଣ ଉପଦେଷ୍ଟା କମିଟି ବୈଠକରେ ଏହି ସୂଚନା ଦେଇଛନ୍ତି। ସେହିପରି ୪୦ଟି ଆଇନ ସହାୟତା କେନ୍ଦ୍ର ତୁରନ୍ତ ନିର୍ମାଣ କରାଯିବ। ଜାତି ଭିତ୍ତିକ ବିବାହ କରିଥିବା ୮୦୨ ଦମ୍ପତ୍ତିଙ୍କୁ ୩ କୋଟି ୮୬ ଲକ୍ଷ ଟଙ୍କା ପ୍ରୋତ୍ସାହନ ଦିଆଯାଇଛି ବୋଲି ମଧ୍ୟ ସରକାର ପକ୍ଷରୁ କୁହାଯାଇଛି। ଏହି ବୈଠକରେ ଆହୁରି ମଧ୍ୟ କୁହାଯାଇଥିଲା ଯେ ସୁଆଗିରି, ମାହାର, ରାଢ଼ୀ, ନିଆରି,  ଗିରଗିରିଆ ଓ ଘଣି ଜାତିଙ୍କୁ ବି ଏସସି ତାଲିକାଭୁକ୍ତ କରାଯାଇଛି। ୧୧ଟି ଜିଲ୍ଲାରେ ୫୫ଟି ଛାତ୍ର-ଛାତ୍ରୀ ନିବାସ ନିର୍ମାଣ କରାଯିବ ।

Related story