ବ୍ୟବସାୟୀଙ୍କୁ ଛୁରାମାଡ଼, ମହିଳାଙ୍କଠାରୁ ସୁନା ଚେନ୍ ଲୁଟ୍

କଟକ (ଓଡ଼ିଶା ରିପୋର୍ଟର): କଟକରେ ଗତକାଲି ରାତିରେ ଦୁଇଟି ଅଘଟଣ ଘଟିଛି। ଗୋଟିଏ ସ୍ଥାନରେ ଜଣେ ବ୍ୟବସାୟୀଙ୍କୁ ଛୁରାମାଡ଼ ହୋଇଥିବା ବେଳେ ଆଉ ଗୋଟିଏ ସ୍ଥାନରେ ଜଣେ ମହିଳାଙ୍କୁ ଆକ୍ରମଣ କରି ତାଙ୍କ ସୁନା ଚେନ୍ ଲୁଟି ନେଇଛନ୍ତି ଲୁଟେରା। ଛୁରାମାଡ଼ରେ ଆହତ ହୋଇଥିବା ବ୍ୟବସାୟୀଙ୍କ ନାଁ ଦାମୋଦର ଭାଉସିଂହା। ତାଙ୍କ ବେକରେ ଆଘାତ ଲାଗିଛି। ତାଙ୍କୁ ଏକ ଘରୋଇ ନର୍ସିଂହୋମ୍‌ରେ ଭର୍ତ୍ତି କରାଯାଇଛି। ଗତକାଲି ରାତି ପ୍ରାୟ ସାଢ଼େ ୯ଟା ବେଳେ ଦାମୋଦର ମାଲଗୋଦାମରେ ଥିବା […]

knife

knife

Jitendra Garnayak
  • Published: Sunday, 17 March 2019
  • Updated: 17 March 2019, 08:51 AM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): କଟକରେ ଗତକାଲି ରାତିରେ ଦୁଇଟି ଅଘଟଣ ଘଟିଛି। ଗୋଟିଏ ସ୍ଥାନରେ ଜଣେ ବ୍ୟବସାୟୀଙ୍କୁ ଛୁରାମାଡ଼ ହୋଇଥିବା ବେଳେ ଆଉ ଗୋଟିଏ ସ୍ଥାନରେ ଜଣେ ମହିଳାଙ୍କୁ ଆକ୍ରମଣ କରି ତାଙ୍କ ସୁନା ଚେନ୍ ଲୁଟି ନେଇଛନ୍ତି ଲୁଟେରା।

ଛୁରାମାଡ଼ରେ ଆହତ ହୋଇଥିବା ବ୍ୟବସାୟୀଙ୍କ ନାଁ ଦାମୋଦର ଭାଉସିଂହା। ତାଙ୍କ ବେକରେ ଆଘାତ ଲାଗିଛି। ତାଙ୍କୁ ଏକ ଘରୋଇ ନର୍ସିଂହୋମ୍‌ରେ ଭର୍ତ୍ତି କରାଯାଇଛି।

ଗତକାଲି ରାତି ପ୍ରାୟ ସାଢ଼େ ୯ଟା ବେଳେ ଦାମୋଦର ମାଲଗୋଦାମରେ ଥିବା ତାଙ୍କ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ତାଙ୍କୁ ଛୁରିରେ ଆକ୍ରମଣ କରିଥିଲେ। ଏଥିରେ ତାଙ୍କ ବେକରେ ଗଭିର କ୍ଷତ ସୃଷ୍ଟି ହୋଇଛି। ତେବେ କିଏ ଓ କାହିଁକି ତାଙ୍କୁ ଆକ୍ରମଣ କଲା, ତାହା ଜଣାପଡ଼ି ନାହିଁ। ପୁଲିସ୍ ଘଟଣାର ତଦନ୍ତ କରୁଛି।

ଅନ୍ୟପକ୍ଷରେ ରାତି ପ୍ରାୟ ୮ଟା ବେଳେ ପୀଠାପୁର ଅଞ୍ଚଳରେ ଜଣେ ମହିଳାଙ୍କୁ ଦୁଇ ଜଣ ଲୁଟେରା ଆକ୍ରମଣ କରି ତାଙ୍କ ସୁନାଚେନ୍‌ ଲୁଟି ନେଇଥିଲେ। ଲୁଟେରାଙ୍କ ଆକ୍ରମଣରେ ମହିଳା ଜଣଙ୍କ ଆହତ ହୋଇ ହୋଇଛନ୍ତି। ଏ ନେଇ ବାଦାମବାଡ଼ି ଥାନାରେ ଏକ ମାମଲା ରୁଜୁ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos