ବିଧାୟକଙ୍କୁ ଗାଳିଗୁଲଜ କଲେ, ଗାଡ଼ି ଭଙ୍ଗାରୁଜା କଲେ

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡାଙ୍କୁ କିଛି ଯୁବକ ଗାଳିଗୁଲଜ କରିବା ସହ ତାଙ୍କ ଗାଡ଼ିକୁ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ଏନେଇ ବିଧାୟକ ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ଗତକାଲି ରାତି ପ୍ରାୟ ୯ଟା ସମୟରେ ବିଧାୟକ କାର୍‌ ଚଳାଇ ଘରକୁ ଫେରୁଥିବା ବେଳେ ବାଲେଶ୍ୱର ମେଡିକାଲର ମୁଖ୍ୟ ଫାଟକ ସମ୍ମୁଖ ରାସ୍ତା ଉପରେ ତିନି ଜଣ ଯୁବକ ଠିଆ ହୋଇଥିଲେ। ବିଧାୟକ ସେମାନଙ୍କୁ ହର୍ଣ୍ଣ , ଲାଇଟ ମାରି ସାଇଡ୍ ହେବାକୁ […]

888

Tapaswini Nayak
  • Published: Wednesday, 19 August 2020
  • , Updated: 19 August 2020, 02:16 PM IST

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡାଙ୍କୁ କିଛି ଯୁବକ ଗାଳିଗୁଲଜ କରିବା ସହ ତାଙ୍କ ଗାଡ଼ିକୁ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ଏନେଇ ବିଧାୟକ ଟାଉନ ଥାନାରେ ଅଭିଯୋଗ କରିଛନ୍ତି।

ଗତକାଲି ରାତି ପ୍ରାୟ ୯ଟା ସମୟରେ ବିଧାୟକ କାର୍‌ ଚଳାଇ ଘରକୁ ଫେରୁଥିବା ବେଳେ ବାଲେଶ୍ୱର ମେଡିକାଲର ମୁଖ୍ୟ ଫାଟକ ସମ୍ମୁଖ ରାସ୍ତା ଉପରେ ତିନି ଜଣ ଯୁବକ ଠିଆ ହୋଇଥିଲେ। ବିଧାୟକ ସେମାନଙ୍କୁ ହର୍ଣ୍ଣ , ଲାଇଟ ମାରି ସାଇଡ୍ ହେବାକୁ କହିଥିଲେ ମଧ୍ୟ କେହି ଉଠିନଥିଲେ। ଏହି କଥାକୁ ନେଇ ବିଧାୟକ ଓ ତିନି ଯୁବକଙ୍କ ମଧ୍ୟରେ ବଚସା ହୋଇଥିଲା। ଯୁବକମାନେ ଉତ୍ତ୍ୟକ୍ତ ହୋଇ ଗାଳିଗୁଲଜ ଦେବା ସହ ବିଧାୟକଙ୍କ କାର୍ ଉପରକୁ ‌ଆକ୍ରମଣ କରିଥିଲେ। ଯୁବକଙ୍କ ଆକ୍ରମଣରେ ବିଧାୟକଙ୍କ ଗାଡ଼ି କାଚ ଭାଙ୍ଗିଯାଇଥିଲା। ଏ ନେଇ ବିଧାୟକ ଟାଉନ୍ ଥାନାରେ ଅଭିଯୋଗ କରିଛନ୍ତି ।

Related story