ଶିଖ୍‌ ଯୁବକଙ୍କୁ ଆକ୍ରମଣ ମାମଲା, ଏମିତି କହିଲେ ପୁଲିସ କମିଶନର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶିଖ୍‌ ଯୁବକ ପରବିନ୍ଦର ପାଲ୍‌ ସିଂଙ୍କୁ ଆକ୍ରମଣ ଘଟଣାରେ ପୁଲିସ କମିଶନର କମିଶନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀଙ୍କ ପ୍ରତିକ୍ରିୟା। OTVର ଜନମଞ୍ଚ କାର୍ଯ୍ୟକ୍ରମରେ ଦୋଷୀଙ୍କ ବିରୋଧରେ ଦଫା-୩୦୭ ଲାଗୁ ନହେବା ନେଇ ସେ କହିଛନ୍ତି, ପୁଲିସ ପାଖେ ଯାହା ପ୍ରମାଣ ଥିଲା ସେହି ଆଧାରରେ ଗିରଫ କରିଥିଲୁ। ଡାକ୍ତରୀ ରିପୋର୍ଟ ଆଧାରରେ ଚାର୍ଜସିଟ୍‌ ଦାଖଲ କରିଛି ପୁଲିସ। କୋର୍ଟରେ ଉଭୟ ପକ୍ଷଙ୍କ କଥା ଶୁଣାଯିବ। କୋର୍ଟ ହୃଦ୍‌ବୋଧ କଲେ ଅଧିକ ଦଫା ଲଗାଇ ପାରନ୍ତି। […]

sudhanshu-sarangi

sudhanshu-sarangi

Manoranjan Sial
  • Published: Saturday, 18 January 2020
  • Updated: 18 January 2020, 10:45 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶିଖ୍‌ ଯୁବକ ପରବିନ୍ଦର ପାଲ୍‌ ସିଂଙ୍କୁ ଆକ୍ରମଣ ଘଟଣାରେ ପୁଲିସ କମିଶନର କମିଶନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀଙ୍କ ପ୍ରତିକ୍ରିୟା। OTVର ଜନମଞ୍ଚ କାର୍ଯ୍ୟକ୍ରମରେ ଦୋଷୀଙ୍କ ବିରୋଧରେ ଦଫା-୩୦୭ ଲାଗୁ ନହେବା ନେଇ ସେ କହିଛନ୍ତି, ପୁଲିସ ପାଖେ ଯାହା ପ୍ରମାଣ ଥିଲା ସେହି ଆଧାରରେ ଗିରଫ କରିଥିଲୁ। ଡାକ୍ତରୀ ରିପୋର୍ଟ ଆଧାରରେ ଚାର୍ଜସିଟ୍‌ ଦାଖଲ କରିଛି ପୁଲିସ। କୋର୍ଟରେ ଉଭୟ ପକ୍ଷଙ୍କ କଥା ଶୁଣାଯିବ। କୋର୍ଟ ହୃଦ୍‌ବୋଧ କଲେ ଅଧିକ ଦଫା ଲଗାଇ ପାରନ୍ତି। ଡାକ୍ତରୀ ରିପୋର୍ଟ ନଦେଖି ଅଯଥା ମତ ଦେବା ଠିକ ନୁହେଁ। ୩୦୭ ଦଫାକୁ ଠିକ ନ ବୁଝି ଯୁବକଙ୍କୁ ଉଦ୍‌ଭ୍ରାନ୍ତ କରାଯାଉଛି। କୋର୍ଟ ଯଦି ବେଲ ଦେଲେ ପୁଲିସକୁ ଦୋଷ ଦେବା ଠିକ କି ବୋଲି କମିଶନର ପ୍ରଶ୍ନ କରିଛନ୍ତି।

ଗତ ୧୪ ତାରିଖରେ ପରବିନ୍ଦରଙ୍କୁ ଆକ୍ରମଣ ହୋଇଥିଲା। ଏହାକୁ ନେଇ ପରବିନ୍ଦରଙ୍କ ଓକିଲ କହିଛନ୍ତି, ଅଭିଯୁକ୍ତଙ୍କ ବିରୋଧରେ ଆଇପିସିର ଧାରା ୩୦୭ ଓ ପଗଡ଼ିକୁ ଅସମ୍ମାନ କରାଯାଇଥିବାରୁ ୨୯୫ A ଲଗାଇବାକୁ କୋର୍ଟରେ ଆବେଦନ କରାଯିବ।

ଅନ୍ୟପଟେ ପୁଲିସର ତଦନ୍ତ ପ୍ରକ୍ରିୟା ନେଇ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ବରିଷ୍ଠ ପୁଲିସ ଅଧିକାରୀ। ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ର ଟ୍ୱିଟ୍‌ କରି କହିଛନ୍ତି, ଏହି ଘଟଣା ଧୀରେ ଧୀରେ ଅଧିକ ରହସ୍ୟମୟ ହେବାରେ ଲାଗିଛି। ପୁଲିସ ଚାପରେ ନଆସି ନିରପେକ୍ଷ ତଦନ୍ତ କରି ଲୋକଙ୍କ ମନରୁ ଆଶଙ୍କାକୁ ଦୂର କରୁ।

ସେହିପରି ପୂର୍ବତନ ପୁଲିସ ଡିଜି ସଞ୍ଜୀବ ମାରିକ ଏହି ମାମଲାରେ କାହିଁକି ଦଫା ୩୦୭ ଲଗାଯାଇ ନାହିଁ ବୋଲି ପ୍ରଶ୍ନ କରିଛନ୍ତି। ତେବେ ପୂର୍ବତନ ଡିଜି ବିପିନ ବିହାରୀ ମିଶ୍ର କହିଛନ୍ତି, ପଗଡ଼ିକୁ ଅସମ୍ମାନର ପ୍ରମାଣ ଥିଲେ ଅତିରିକ୍ତ ଚାର୍ଜସିଟରେ ପୁଲିସ ଏହାକୁ ଦର୍ଶାଇପାରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story