ଜ୍ୱାଇଁ ଜୀବନ ନେଲେ କକା ଶ୍ୱଶୁର, ଶଳା

ବୌଦ୍ଧ(ଓଡ଼ିଶା ରିପୋର୍ଟର): ବକେୟା ଟଙ୍କା ମାଗିବାକୁ ଯାଇଥିଲା ଜ୍ୱାଇଁ। ଟଙ୍କା ପଇସା ନେଇ ବଚସା ହେବାରୁ ଜ୍ୱାଇଁକୁ ବିଚ୍ ରାସ୍ତାରେ ପିଟିପିଟି ହତ୍ୟା କଲେ କକା ଶ୍ୱଶୁର ଓ ଦୁଇ ଶଳା। ଏଭଳି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଅନ୍ତର୍ଗତ ବଲାକିରା ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ଗୋବର୍ଦ୍ଧନ ଖଟୁଆ। ଗୋବର୍ଦ୍ଧନଙ୍କୁ ହତ୍ୟା କରିବା ପରେ କକା ଶ୍ୱଶୁର ଓ ଦୁଇ ଶଳା ଫେରାର ହୋଇଯାଇଛନ୍ତି।      ମିଳିଥିବା ସୂଚନା […]

DeadBody

Tapaswini Nayak
  • Published: Saturday, 25 December 2021
  • , Updated: 25 December 2021, 02:12 PM IST

ବୌଦ୍ଧ(ଓଡ଼ିଶା ରିପୋର୍ଟର): ବକେୟା ଟଙ୍କା ମାଗିବାକୁ ଯାଇଥିଲା ଜ୍ୱାଇଁ। ଟଙ୍କା ପଇସା ନେଇ ବଚସା ହେବାରୁ ଜ୍ୱାଇଁକୁ ବିଚ୍ ରାସ୍ତାରେ ପିଟିପିଟି ହତ୍ୟା କଲେ କକା ଶ୍ୱଶୁର ଓ ଦୁଇ ଶଳା। ଏଭଳି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଅନ୍ତର୍ଗତ ବଲାକିରା ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ଗୋବର୍ଦ୍ଧନ ଖଟୁଆ। ଗୋବର୍ଦ୍ଧନଙ୍କୁ ହତ୍ୟା କରିବା ପରେ କକା ଶ୍ୱଶୁର ଓ ଦୁଇ ଶଳା ଫେରାର ହୋଇଯାଇଛନ୍ତି।   

 

ମିଳିଥିବା ସୂଚନା ଅନୁସାରେ,ଗତକାଲି ରାତିରେ ଗୋବର୍ଦ୍ଧନ ବକେୟା ଟଙ୍କା ମାଗିବାକୁ କକା ଶଶୁର ଘରକୁ ଯାଇଥିଲେ। ସେଠାରେ ପହଞ୍ଚି ବକେୟା ଟଙ୍କା ମାଗିଥଲେ। ଟଙ୍କା ପଇସା ନେଇ  ଶଶୁର ଓ ଜ୍ୱାଇଁଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଶଶୁର ଓ ଦୁଇ ଶଳା ଉତକ୍ଷିପ୍ତ ହୋଇ ଗୋବର୍ଦ୍ଧନଙ୍କୁ ଠେଙ୍ଗାରେ ପିଟିଥିଲେ। ଗୋବର୍ଦ୍ଧନଙ୍କୁ ଗୁରୁତର ଅବସ୍ଥାରେ ବାଉଁଶୁଣୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଘଟଣାର ତଦନ୍ତ କରୁଛି।

Related story