ରାସନ ମାଗିବାରୁ ବିଧବା ମହିଳାଙ୍କୁ ପିଟିଲେ ସରପଞ୍ଚ

ବ୍ରହ୍ମପୁର (ଜଗନ୍ନାଥ ସାହୁ): କରୋନା ଭଳି ବିପତ୍ତି ସମୟରେ ରାସନ ମାଗିବାରୁ ଜଣେ ବିଧବା ମହିଳାଙ୍କୁ ସରପଞ୍ଚ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏପରିକି ରାଗ ଶାନ୍ତ ନ ହେବାରୁ ତାଙ୍କୁ ଓ ତାଙ୍କ ବୃଦ୍ଧ ବାପାଙ୍କୁ ଗୋଟିଏ ଘରେ ୨ଘଣ୍ଟା ତାଲା ପକାଇ ରଖିବା ସହ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ଗିରିସୋଲା ପଞ୍ଚାୟତରୁ। ସରପଞ୍ଚଙ୍କ ଆକ୍ରୋଶର ଶିକାର ହୋଇଥିବା ଏହି ମହିଳାଙ୍କ […]

barhampur-1--1

Niharika Rout
  • Published: Wednesday, 13 May 2020
  • , Updated: 13 May 2020, 07:56 AM IST

ବ୍ରହ୍ମପୁର (ଜଗନ୍ନାଥ ସାହୁ): କରୋନା ଭଳି ବିପତ୍ତି ସମୟରେ ରାସନ ମାଗିବାରୁ ଜଣେ ବିଧବା ମହିଳାଙ୍କୁ ସରପଞ୍ଚ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏପରିକି ରାଗ ଶାନ୍ତ ନ ହେବାରୁ ତାଙ୍କୁ ଓ ତାଙ୍କ ବୃଦ୍ଧ ବାପାଙ୍କୁ ଗୋଟିଏ ଘରେ ୨ଘଣ୍ଟା ତାଲା ପକାଇ ରଖିବା ସହ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ଗିରିସୋଲା ପଞ୍ଚାୟତରୁ।

ସରପଞ୍ଚଙ୍କ ଆକ୍ରୋଶର ଶିକାର ହୋଇଥିବା ଏହି ମହିଳାଙ୍କ ନାଁ ଟି.ଦିଲେଶ୍ୱରୀ ସେଠୀ। ୫ ମାସ ତଳେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ଘଟିଥିଲା। ଏବେ ଲକ୍‌ଡାଉନ୍ ଯୋଗୁ ତାଙ୍କ ପାଖରେ ରୋଜଗାରର କିଛି ପନ୍ଥା ନ ଥିବାରୁ ଚଳିବା କଷ୍ଟକର ହୋଇପଡ଼ୁଛି। ତେଣୁ ସେ ତାଙ୍କ ବାପାଙ୍କ ସହିତ ଗିରିସୋଲା ସରପଞ୍ଚଙ୍କ ନିକଟକୁ ଗତ ସୋମାବାର ଦିନ କିଛି ରାସନ୍ ସାମଗ୍ରୀ ମାଗିବାକୁ ଯାଇଥିଲେ।

ସରପଞ୍ଚ ସହାୟତା କରିବା ପରିବର୍ତ୍ତେ ଦିଲେଶ୍ୱରୀ ଓ ତାଙ୍କ ବାପାଙ୍କୁ ମାରପିଟ୍ କରିଥିବା ଅଭିଯୋଗ ହୋଇଛି। ଏହାସହ ଗୋଟିଏ ଘରେ ୨ ଘଣ୍ଟା ଧରି ସେମାନଙ୍କୁ ତାଲା ପକାଇ ରଖି ଦେଇଥିଲେ। ଗ୍ରାମବାସୀଙ୍କ ହସ୍ତକ୍ଷେପ ପରେ ସେଠାରୁ ମୁକୁଳିଥିଲେ ଟି.ଦିଲେଶ୍ୱରୀ ଓ ତାଙ୍କ ବାପା। ଏହା ପରେ ଦିଲେଶ୍ୱରୀ ଗୋଳନ୍ଥରା ଥାନାକୁ ଯାଇ ଅଭିଯୋଗ କରିଥିଲେ। ହେଲେ ଥାନା ଅଧିକାରୀ ଏତଲା ଗ୍ରହଣ ନ କରି ଫେରିଯିବାକୁ କହିଥିଲେ। ଶେଷରେ ବ୍ରହ୍ମପୁର ଏସ୍‌ପି ଅଫିସ୍‌କୁ ଆସି ସେ ନିଜ ଅଭିଯୋଗ ଜଣାଇଥିଲେ। ଏଏସ୍‌ପି ପ୍ରଶାନ୍ତ କୁମାର ମିଶ୍ର ତାଙ୍କ ଅଭିଯୋଗ ଶୁଣିବା ସହ  ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Related story