ରେଜଲ୍ଟ ଭଲ ହେଲାନି ବୋଲି...

ଭଦ୍ରକ (ତପନ ସ୍ୱାଇଁ): ରେଜଲ୍ଟ ଭଲ କରିନଥିବାରୁ ସାନ ପୁଅଙ୍କୁ ବାପା ଗାଳି ଦେଇଥିଲେ। ଏହାକୁ ନେଇ ପରିବାରରେ ଉଠିଥିଲା ଝଡ଼। ଆଉ ଶେଷରେ ବିଷ ପିଇଦେଲେ ମାଆ ଓ ଦୁଇ ପୁଅ। ବଡ଼ପୁଅର ମୃତ୍ୟୁ ଘଟିଥିବା ବେଳେ ମାଆ ଓ ସାନପୁଅଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଏପରି ଦୁଃଖଦ ଘଟଣା ଭଦ୍ରକ ଜିଲ୍ଲା ବନ୍ତ ଥାନା ଅଞ୍ଚଳରେ ଘଟିଛି। ନୀଳକ ପଞ୍ଚାୟତ ତାଳବାଙ୍କ ଗାଁର ପର୍ଶୁରାମ ନାୟକ। […]

୧୧୧୧୧୧୧୧୧୧୧୧୧୧୧୧୧

Rakesh Mallick
  • Published: Wednesday, 23 May 2018
  • , Updated: 23 May 2018, 11:09 PM IST

ଭଦ୍ରକ (ତପନ ସ୍ୱାଇଁ): ରେଜଲ୍ଟ ଭଲ କରିନଥିବାରୁ ସାନ ପୁଅଙ୍କୁ ବାପା ଗାଳି ଦେଇଥିଲେ। ଏହାକୁ ନେଇ ପରିବାରରେ ଉଠିଥିଲା ଝଡ଼। ଆଉ ଶେଷରେ ବିଷ ପିଇଦେଲେ ମାଆ ଓ ଦୁଇ ପୁଅ। ବଡ଼ପୁଅର ମୃତ୍ୟୁ ଘଟିଥିବା ବେଳେ ମାଆ ଓ ସାନପୁଅଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଏପରି ଦୁଃଖଦ ଘଟଣା ଭଦ୍ରକ ଜିଲ୍ଲା ବନ୍ତ ଥାନା ଅଞ୍ଚଳରେ ଘଟିଛି।

ନୀଳକ ପଞ୍ଚାୟତ ତାଳବାଙ୍କ ଗାଁର ପର୍ଶୁରାମ ନାୟକ। ପରିବାର କହିଲେ ପତ୍ନୀ ରିତାରାଣୀ, ବଡ଼ପୁଅ ଭବାନୀ ଶଙ୍କର ଓ ସାନପୁଅ ଦେବେନ୍ଦ୍ର। ଚଳିତବର୍ଷ ଯୁକ୍ତ ଦୁଇ ପରୀକ୍ଷା ଦେଇଥିଲେ ଦେବେନ୍ଦ୍ର। ମାତ୍ର ରେଜଲ୍ଟ ଭଲ କରିନଥିଲେ। ଏହାକୁ ନେଇ ବାପା ପର୍ଶୁରାମ, ସାନ ପୁଅକୁ ଗାଳି ଦେଇଥିଲେ। ଏହାକୁ ନେଇ ପରିବାରରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ମାନସିକ ଭାରସାମ୍ୟ ହରାଇ ପତ୍ନୀ ରିତାରାଣୀ ବିଷ ପିଇ ଦେଇଥିଲେ। ମାଆ ବିଷ ପିଉଥିବା ଦେଖି ଦୁଇ ପୁଅ ମଧ୍ୟ ପିଇଦେଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ଭଦ୍ରକ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଭବାନୀଙ୍କର ମୃତ୍ୟୁ ଘଟିଥିଲା। ପତ୍ନୀ ରିତାରାଣୀ ଓ ସାନପୁଅ ଦେବେନ୍ଦ୍ରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଏବେ ମଧ୍ୟ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି।

Related story