କାଳ ସାଜିପାରେ ଅଗଷ୍ଟ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଗଷ୍ଟରେ ଜୁଲାଇକୁ ବଳିଯାଇ ପାରେ ମହାମାରୀର କୋପ। ଆଜି ଆଉ ୧୦ ମୃତ୍ୟୁ ସହ ପ୍ରଥମ ଦୁଇ ଦିନରେ ଗଲାଣି ୨୦ ଜୀବନ। ଗଞ୍ଜାମରେ ବି ସେଞ୍ଚୁରୀ ପାର୍। ବିଏମ୍ସିରେ ଚିହ୍ନଟ ହେଲେ ଆଉ ୧୧୮। ସେପଟେ କଡ଼ା ଏସ୍ଓପି ଭିତରେ ଖୋଲିଛି ମଲ୍। କରୋନାର ଭୟଙ୍କର ରୂପକୁ ଦେଖି ଜୁଲାଇକୁ କୁହାଯାଉଥିଲା ଡେଞ୍ଜର ବୋଲି । କିନ୍ତୁ ଅଗଷ୍ଟ ଆରମ୍ଭରୁ ମୃତ୍ୟୁ ଆଉ ସଂକ୍ରମଣ ବଳିଯାଇଛି ଜୁଲାଇକୁ । ଗତ ୨ ଦିନ […]

6890-1

6890-1

Tapas Behera
  • Published: Sunday, 02 August 2020
  • Updated: 02 August 2020, 08:32 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଗଷ୍ଟରେ ଜୁଲାଇକୁ ବଳିଯାଇ ପାରେ ମହାମାରୀର କୋପ। ଆଜି ଆଉ ୧୦ ମୃତ୍ୟୁ ସହ ପ୍ରଥମ ଦୁଇ ଦିନରେ ଗଲାଣି ୨୦ ଜୀବନ। ଗଞ୍ଜାମରେ ବି ସେଞ୍ଚୁରୀ ପାର୍। ବିଏମ୍ସିରେ ଚିହ୍ନଟ ହେଲେ ଆଉ ୧୧୮। ସେପଟେ କଡ଼ା ଏସ୍ଓପି ଭିତରେ ଖୋଲିଛି ମଲ୍।

କରୋନାର ଭୟଙ୍କର ରୂପକୁ ଦେଖି ଜୁଲାଇକୁ କୁହାଯାଉଥିଲା ଡେଞ୍ଜର ବୋଲି । କିନ୍ତୁ ଅଗଷ୍ଟ ଆରମ୍ଭରୁ ମୃତ୍ୟୁ ଆଉ ସଂକ୍ରମଣ ବଳିଯାଇଛି ଜୁଲାଇକୁ । ଗତ ୨ ଦିନ ମଧ୍ୟରେ ୨୦ ଜଣଙ୍କ ମୃତ୍ୟୁ ଏବଂ ୩ ହଜାରରୁ ଅଧିକ ପଜିଟିଭ୍ ସଂଖ୍ୟାକୁ ଦେଖିଲେ ଲାଗୁଛି ଆତଙ୍କ ବଢ଼ାଇପାରେ ଅଗଷ୍ଟ । ଗତ ସପ୍ତାହକର କରୋନା ଟ୍ରେଣ୍ଡକୁ ଦେଖି ବିଶେଷଜ୍ଞ କହିଛନ୍ତି ଆସନ୍ତା ୭ ଦିନ ଗୁରୁତ୍ୱପୂର୍ଣ୍ଣ। ଏଭଳି ଉଦବେଗଜନକ ସ୍ଥିତିକୁ ଦେଖି ରାଜ୍ୟ ସରକାର ଅଗଷ୍ଟ ପାଇଁ ସ୍ପେଶାଲ୍ ଷ୍ଟ୍ରାଟେଜୀ କରିବା ସହ ଜୀବନ ଆଉ ଜୀବିକାକୁ ଚାଲେଞ୍ଜ ଭାବେ ଗ୍ରହଣ କରିଛନ୍ତି ।

ଡେଞ୍ଜର ଜୁଲାଇ ଭଳି ଅଗଷ୍ଟ ସାଜିବ କି ଭୟଙ୍କର ? ଜୁଲାଇ ଭଳି ଭୟ ବଢ଼ାଇକି ଅଦୃଶ୍ୟ ଭୂତାଣୁ ? କାରଣ ମାସ ଆରମ୍ଭରୁ ମୃତ୍ୟୁର ଚାଲିଛି ଡବଲ ଡିଜିଟ୍ ଟ୍ରେଣ୍ଡ। ଅଗଷ୍ଟ ୧ରେ ସାମ୍ନାକୁ ଆସିଥିଲା ୧୦ ଜଣଙ୍କ ମୃତ୍ୟୁର ଖବର। ଆଉ ଆଜି ବି ସେହି ୧୦। ଏହି ହାର ଯଦି ଲାଗିରହେ ତେବେ ଜୁଲାଇଠୁ ଅଗଷ୍ଟରେ ବଳିଯାଇପାରେ କୋଭିଡ୍ ଭୟ। ଜୁଲାଇ ଆରମ୍ଭରେ ମୃତ୍ୟୁ ସଂଖ୍ୟା ଥିଲା ୨୭ । ସଂକ୍ରମିତଙ୍କ ସଂଖ୍ୟା ଥିଲା ୭ ହଜାର ୩୧୬ । କିନ୍ତୁ ବେଲଗାମ ହୋଇ ବଢ଼ିଚାଲିଥିବା ମହାମାରୀ  ଜୁଲାଇ ୩୧ ସୁଦ୍ଧା ୧୭୭ ଜଣଙ୍କ ଜୀବନ ନେବା ସହ ୩୧ ହଜାର ୮୭୭ରେ ପହଞ୍ଚିଥିଲା ରୋଗୀ ସଂଖ୍ୟା । ଆଉ ଅଗଷ୍ଟର ୨ ଦିନର ତଥ୍ୟକୁ ମିଶାଇଲେ ଗତ ୩୩ ଦିନ ମଧ୍ୟରେ ୧୭୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୨୭ ହଜାରକୁ ଟପିଯାଇଛି। ଆଉ ସର୍ବାଧିକ ମୃତକ ଏବଂ ଆକ୍ରାନ୍ତ ହେଉଛନ୍ତି ଗଞ୍ଜାମ ଏବଂ ଖୋର୍ଦ୍ଧା ଜିଲ୍ଲାର । ଗଞ୍ଜାମରେ ବର୍ତ୍ତମାନ ସୁଦ୍ଧା ୧୦୩ରେ ପହଞ୍ଚିଛି ମୃତକଙ୍କ ସଂଖ୍ୟା । ତେବେ ବିଶେଷଜ୍ଞଙ୍କ ମତ, ବର୍ତ୍ତମାନର ଟ୍ରେଣ୍ଡ ଯଦି ଜାରି ରହେ, ତେବେ ଅଗଷ୍ଟରେ କରୋନା ସ୍ଥିତି ସ୍ଥିର ରହିବ । ଆଉ ଯଦି ବଢ଼ିଚାଲେ ତାହେଲେ ଅଗଷ୍ଟରେ ଓଡ଼ିଶା ଡେଞ୍ଜର ଜୋନ୍ ଆଡକୁ ମୁହାଁଇବ।

ଜୁଲାଇରେ ଅଧିକ ପଜିଟଭ୍ ଆସିଥିବାରୁ ଅଗଷ୍ଟ ପାଇଁ ସ୍ପେଶାଲ୍ ଷ୍ଟ୍ରାଟେଜୀ କରିଛନ୍ତି ରାଜ୍ୟ ସରକାର । ରାଜ୍ୟବ୍ୟାପି ପ୍ରତିଦିନ ୨୦ ହଜାର ଟେଷ୍ଟ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଏହାସହ ଜୀବନ ଓ ଜୀବିକାକୁ ଚାଲେଞ୍ଜ ଭାବେ ଗ୍ରହଣ କରି ରାଜ୍ୟ ସରକାର ଅନ୍‌ଲକ୍ ଅଗଷ୍ଟ ଗାଇଡଲାଇନ୍‌କୁ କଡ଼ାକଡ଼ି କରିବା ସହ ଅମାନିଆଙ୍କ ପାଇଁ କଠୋର ହୋଇଛନ୍ତି ସରକାର । ମାସ୍କ ନପିନ୍ଧିଲେ କିମ୍ବା ଠିକ୍ ଢଙ୍ଗରେ ନପିନ୍ଧିଲେ ୫ ହଜାର ଟଙ୍କା ଯାଏଁ ଜରିମାନା ଆଦାୟ କରାଯିବ । ଗାଇଡଲାଇନ୍ ନମାନି ବାହାଘର ଆୟୋଜନ କଲେ ଗଣିବାକୁ ପଡ଼ିବ ୧୦ ହଜାର ଟଙ୍କା। ଏପରିକି ବିବାହ ମଣ୍ଡପକୁ ବି ସିଲ୍ କରାଯିବ । ସାମାଜିକ ଦୂରତ୍ୱ ଭଙ୍ଗ କରୁଥିବା ଦୋକାନକୁ ସିଲ୍ ସହ ତଣ୍ଡ ଗଣିବେ ବ୍ୟବସାୟୀ। ଏହି କଟକଣା ମଧ୍ୟରେ ଅଗଷ୍ଟ ୧ରୁ ଦୋକାନ ବଜାର ଖୋଲାଯିବା ସହ ବିଏମ୍ସିର ସ୍ୱତନ୍ତ୍ର ଗାଇଡଲାଇନ୍ ଅନୁଯାୟୀ ଆଜିଠୁ ତାଲା ଫିଟିଛି ଭୁବନେଶ୍ୱରର ସପିଂମଲ୍ ଗୁଡ଼ିକରେ।

ଆଜି ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୧୪୩୪ ନୂଆ ରୋଗୀ । ତାମଧ୍ୟରୁ ଗଂଜାମ ଜିଲ୍ଲାରୁ ସର୍ବାଧିକ ୩୨୦ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ ୨୧୮ ପଜିଟିଭ ଚିହ୍ନଟ ହୋଇଛନ୍ତି।  ସେପଟେ ରାୟଗଡ଼ା ଜିଲ୍ଲାରେ ସଂକ୍ରମଣକୁ ଦେଖି ୩ ଦିନ ପାଇଁ ସଟ୍‌ଡାଉନ୍ ଏବଂ କେନ୍ଦୁଝର ଆନନ୍ଦପୁର ପୌରାଞ୍ଚଳକୁ ସପ୍ତାହେ ଲାଗି କଣ୍ଟେନମେଣ୍ଟ ଘୋଷଣା କରାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story