ମଧ୍ୟରାତିରେ ଅଟୋ ଚାଳକଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଜଣେ ଅଟୋ ଚାଳକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। କାନନବିହାର ଫେଜ୍-୨ରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତକଙ୍କ ନାଁ ଶିବଶଙ୍କର ଦାସ। ତାଙ୍କ ଘର ବାଲେଶ୍ୱରରେ ବୋଲି ଜଣାପଡ଼ିଛି।

ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଇନଫୋସିସ୍ ପୋଲିସ ଘଟଣାର ତନାଘନା ଆରମ୍ଭ କରିଛି। ଗତକାଲି ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି।