ଗାଡ଼ି ଚଳାଚଳ ବନ୍ଦ, କେମିତି ଚଳିବେ ଅଟୋ ଚାଳକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନାର ଦ୍ୱିତୀୟ ଲହର ଜନଜୀବନକୁ ବହୁ କ୍ଷତି ପହଞ୍ଚାଇଛି। ଏହାକୁ ରୋକିବା ପାଇଁ ସାରା ଦେଶରେ ଅନେକ କଟକଣା କରାଯାଇଛି। ଓଡ଼ିଶାରେ ମଧ୍ୟ ଲକଡାଉନ୍ ଓ ଶଟଡାଉନ୍ ଜାରି ରହିଛି। ତେବେ ଲକଡାଉନ୍ ଓ ଶଟଡାଉନ୍ ଦ୍ୱାରା ଅଧିକ ପ୍ରଭାବିତ ହୋଇଛନ୍ତି ଛୋଟ ଛୋଟ ବେପାରୀ। ଏପରିକି ଦୈନିକ ଅଟୋ ଚଳାଇ ପେଟ ପୋଷୁଥିବା ଅଟୋଚାଳକ ମଧ୍ୟ ଏଥିରୁ ବର୍ତ୍ତି ନାହାନ୍ତି। ଗତ ବର୍ଷ କରୋନାର ପ୍ରଥମ ଲହରରେ ୬ମାସରୁ ଅଧିକ ସମୟ […]

AUTO

AUTO

Ranjit Kumar Jena
  • Published: Friday, 04 June 2021
  • Updated: 04 June 2021, 05:16 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନାର ଦ୍ୱିତୀୟ ଲହର ଜନଜୀବନକୁ ବହୁ କ୍ଷତି ପହଞ୍ଚାଇଛି। ଏହାକୁ ରୋକିବା ପାଇଁ ସାରା ଦେଶରେ ଅନେକ କଟକଣା କରାଯାଇଛି। ଓଡ଼ିଶାରେ ମଧ୍ୟ ଲକଡାଉନ୍ ଓ ଶଟଡାଉନ୍ ଜାରି ରହିଛି। ତେବେ ଲକଡାଉନ୍ ଓ ଶଟଡାଉନ୍ ଦ୍ୱାରା ଅଧିକ ପ୍ରଭାବିତ ହୋଇଛନ୍ତି ଛୋଟ ଛୋଟ ବେପାରୀ। ଏପରିକି ଦୈନିକ ଅଟୋ ଚଳାଇ ପେଟ ପୋଷୁଥିବା ଅଟୋଚାଳକ ମଧ୍ୟ ଏଥିରୁ ବର୍ତ୍ତି ନାହାନ୍ତି।

ଗତ ବର୍ଷ କରୋନାର ପ୍ରଥମ ଲହରରେ ୬ମାସରୁ ଅଧିକ ସମୟ ଅଟୋ ନଚଳାଇ ବଡ଼ କଷ୍ଟରେ ସେମାନେ ପରିବାର ପ୍ରତିପୋଷଣ କରୁଥିଲେ। ଏମିତିକି ଟଙ୍କା ଧାର ଉଧାର କରି, ଘରର ସୁନା ବନ୍ଧକ ରଖି ଚଳିଥିଲେ। ଏବେ ପୁଣି ଦେଢ ମାସ ହେବ ଲକଡାଉନ୍ ହେବା ଦ୍ୱାରା ସେମାନଙ୍କ ମୁଣ୍ଡରେ ଚଡ଼କ ପକାଇଛି।

କରୋନା ସଂକ୍ରମଣ ରୋକିବା ଲାଗି ସରକାରଙ୍କ ପଦକ୍ଷେପ ଠିକ୍। ତେବେ ରୋଜଗାର ନଥିବା ଅଟୋ ଚାଳକଙ୍କୁ ପରିବାର ପ୍ରତିପୋଷଣ ଲାଗି କିଛି ପ୍ରୋତ୍ସାହନ ରାଶି ଯୋଗାଇବାକୁ ଦାବି କରିଛନ୍ତି ଅଟୋଚାଳକ ସଂଘ।

ସୂଚନାଯୋଗ୍ୟ, ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୭୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୩୩୧ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୩୩୯୮ଟି ହେଉଛି ଲୋକାଲ୍ କେସ୍‌। ସେହିପରି ରାଜ୍ୟରେ ଆଉ ୩୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos