ମଧ୍ୟପ୍ରଦେଶ ଓ ୟୁପି ବାସୀଙ୍କ ତୁଳନାରେ ଓଡ଼ିଶାବାସୀଙ୍କ ଆୟୁ ଅଧିକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାବାସୀଙ୍କ ଜୀବନଶୈଳୀରେ ସୁଧାର ଆସିଛି। ୨୦୧୦-୧୪ ମସିହା ମଧ୍ୟରେ ଓଡ଼ିଶାବାସୀଙ୍କ ହାରାହାରି ଆୟୁଷରେ ଏକବର୍ଷ ବୃଦ୍ଧି ହୋଇଛି। ଏପରିକି ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଝାରଖଣ୍ଡ, ଛତିଶଗଡ଼ ଓ ଆସାମ ରାଜ୍ୟର ବାସିନ୍ଦାଙ୍କ ତୁଳନାରେ ଓଡ଼ିଶାର ଲୋକମାନେ ଅଧିକ ଦୀର୍ଘାୟୁ ଓ ସୁସ୍ଥ ବୋଲି ଓଡ଼ିଶା ଅର୍ଥନୀତିକ ସର୍ଭେ ରିପୋର୍ଟ ୨୦୧୮-୧୯ରେ ଉଲ୍ଲେଖ ରହିଛି। ରିପୋର୍ଟ ଅନୁସାରେ ୨୦୦୯-୧୩ ମସିହା ତୁଳନାରେ ୨୦୧୦-୧୪ ମସିହା ମଧ୍ୟରେ ଓଡ଼ିଶାର ଲୋକଙ୍କ ହାରାହାରି ଆୟୁଷ ୬୪.୮ବର୍ଷରୁ ୬୫.୮ବର୍ଷକୁ ବୃଦ୍ଧି ପାଇଛି। […]

AVERAGE--LIFE-SPAN-OF-PEOPLE-IN-ODISHA-HIGHER-THAN-IN-UP-OR-MP

Manoranjan Sial
  • Published: Saturday, 29 June 2019
  • , Updated: 29 June 2019, 09:44 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାବାସୀଙ୍କ ଜୀବନଶୈଳୀରେ ସୁଧାର ଆସିଛି। ୨୦୧୦-୧୪ ମସିହା ମଧ୍ୟରେ ଓଡ଼ିଶାବାସୀଙ୍କ ହାରାହାରି ଆୟୁଷରେ ଏକବର୍ଷ ବୃଦ୍ଧି ହୋଇଛି। ଏପରିକି ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଝାରଖଣ୍ଡ, ଛତିଶଗଡ଼ ଓ ଆସାମ ରାଜ୍ୟର ବାସିନ୍ଦାଙ୍କ ତୁଳନାରେ ଓଡ଼ିଶାର ଲୋକମାନେ ଅଧିକ ଦୀର୍ଘାୟୁ ଓ ସୁସ୍ଥ ବୋଲି ଓଡ଼ିଶା ଅର୍ଥନୀତିକ ସର୍ଭେ ରିପୋର୍ଟ ୨୦୧୮-୧୯ରେ ଉଲ୍ଲେଖ ରହିଛି।

ରିପୋର୍ଟ ଅନୁସାରେ ୨୦୦୯-୧୩ ମସିହା ତୁଳନାରେ ୨୦୧୦-୧୪ ମସିହା ମଧ୍ୟରେ ଓଡ଼ିଶାର ଲୋକଙ୍କ ହାରାହାରି ଆୟୁଷ ୬୪.୮ବର୍ଷରୁ ୬୫.୮ବର୍ଷକୁ ବୃଦ୍ଧି ପାଇଛି। ରାଜ୍ୟରେ ମହିଳାଙ୍କ ହାରାହାରି ଆୟୁଷ ମଧ୍ୟ ପୁରୁଷଙ୍କ ତୁଳନାରେ ଅଧିକ। ତେବେ କେରଳବାସୀଙ୍କ ହାରାହାରି ଆୟୁଷ ୭୪.୯ବର୍ଷ ଥିବାବେଳେ ଦିଲ୍ଲୀବାସୀଙ୍କ ୭୩.୨ବର୍ଷ, ଜାମ୍ମୁ ଓ କଶ୍ମୀରବାସୀଙ୍କ ୭୨.୬ବର୍ଷ, ଉତ୍ତରାଖଣ୍ଡବାସୀଙ୍କ ୭୧.୭ବର୍ଷ ରହିଥିବା ଓଡ଼ିଶାବାସୀଙ୍କ ହାରାହାରି ଆୟୁଷ ବୃଦ୍ଧି ଦିଗରେ ସରକାରଙ୍କ ଅଧିକ ପଦକ୍ଷେପ ନେବାର ସୁଯୋଗ ରହିଛି ବୋଲି ଅର୍ଥନୀତିକ ସର୍ଭେ ରିପୋର୍ଟରେ କୁହାଯାଇଛି। ଗତକିଛି ବର୍ଷ ମଧ୍ୟରେ ରାଜ୍ୟର ଲୋକଙ୍କ ଖାଦ୍ୟ ଓ ପୃଷ୍ଟିକର ଆହାରରେ ଉଲ୍ଲେଖନୀୟ ସୁଧାର ହୋଇଥିବାବେଳେ ଅନ୍ୟଦିଗ ପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି।

ଅର୍ଥନୀତିକ ସର୍ଭେ ରିପୋର୍ଟ ଅନୁସାରେ, ଓଡ଼ିଶାର ଲୋକଙ୍କ ହାରାହାରି ମୁଣ୍ଡପିଛା ଆୟରେ ଆଖିଦୃଶିଆ ବୃଦ୍ଧି ହୋଇଛି। ୨୦୧୭-୧୮ରେ ମୁଣ୍ଡପିଛା ହାରାହାରି ଆୟ ୮୩,୭୯୬ ଟଙ୍କା ଥିବାବେଳେ ୨୦୧୮-୧୯ରେ ମୁଣ୍ଡପିଛା ଆୟ(ଅଗ୍ରୀମ ଆକଳନ) ୯୨,୬୯୧ ଟଙ୍କାକୁ ବୃଦ୍ଧି ପାଇଛି। ଓଡ଼ିଶାବାସୀଙ୍କ ହାରାହାରି ମୁଣ୍ଡପିଛା ଆୟ ବାର୍ଷିକ ୯.୮% ବୃଦ୍ଧି ପାଇଛି। ଯାହାକି ରାଜ୍ୟବାସୀଙ୍କୁ ଏକ ସୁସ୍ଥ ଓ ଭଲ ଜୀବନ ଅତିବାହିତ କରିବା ପାଇଁ ପ୍ରୋତ୍ସାହିତ କରିଛି। ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସଂସ୍କାର ଉପରେ ଗୁରୁତ୍ୱ ଦେଇ ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ନିମନ୍ତେ ଓଡ଼ିଶା ରାଜ୍ୟବାସୀଙ୍କୁ ଅପେକ୍ଷାକୃତ ସୁସ୍ଥ ଜୀବନଯାପନ ପାଇଁ ପ୍ରେରିତ କରିପାରିଛି ବୋଲି ଏହି ସର୍ଭେ ରିପୋର୍ଟରେ ଦାବି କରାଯାଇଛି।

Related story