ଭଦ୍ରକ(ପାର୍ଥ ସାରଥୀ ନାୟକ): “ସାବଧାନ ହୋଇଯାଅନ୍ତୁ , ଅମାନିଆ ହୁଅନ୍ତୁ ନାହିଁ । ମାସ୍କ ମୁହଁରେ ନ ପିନ୍ଧି ବୁଲନ୍ତୁ ନାହିଁ।” ଏଭଳି ନିଆରା ଢଙ୍ଗରେ ରାସ୍ତାରେ ଠେଙ୍ଗା ଧରି ସଚେତନ କରୁଛନ୍ତି ଆଶା କର୍ମୀ ଓ ଅଙ୍ଗନବାଡି କର୍ମୀ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଗୁଆମାଳରେ।
ଅଙ୍ଗନବାଡି କର୍ମୀ ସଂଯୁକ୍ତା ପାଣିଗ୍ରାହୀ ଓ ଆଶା କର୍ମୀ ସବିତା ବେଜ୍ ଲୋକମାନଙ୍କୁ ମାସ୍କ ପିନ୍ଧିବାକୁ କହୁଛନ୍ତି। ଏହାସହ ଯେଉଁମାନେ ମାସ୍କ ନ ପିନ୍ଧି ବୁଲୁଛନ୍ତି, ସେମାନଙ୍କୁ ଠେଙ୍ଗା ଦେଖାଇ ମାସ୍କ ପିନ୍ଧିବାକୁ ବାଧ୍ୟ କରୁଛନ୍ତି। ଲୋକମାନେ ମଧ୍ୟ ସେମାନଙ୍କ କଥାକୁ ମାନୁଛନ୍ତି। ସେମାନଙ୍କୁ ଦେଖିଲା ମାତ୍ରେ ମୁହଁରେ ମାସ୍କ ପିନ୍ଧି ଦେଉଛନ୍ତି।
ସୂଚନାଯୋଗ୍ୟ, କରୋନା ସଂକ୍ରମଣ ରକ୍ଷା ପାଇଁ ଘରୁ ବାହାରକୁ ଗଲେ ମାସ୍କ ପିନ୍ଧବା ବାଧ୍ୟତାମୂଳକ ବୋଲି ସରକାର କରିଛନ୍ତି। ଯେଉଁମାନେ ମାସ୍କ ପିନ୍ଧିବେ ନାହିଁ, ସେମାନଙ୍କଠାରୁ ଜୋରିମାନା ଆଦାୟ କରାଯିବ ବୋଲି କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ରାତ୍ର ଭୋଜନ ପରେ ମିଠା ଖାଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ
ରାତ୍ର ଭୋଜନ ପରେ ମିଠାଖାଇବା ଦ୍ୱାରା ହୃଦଘାତ ହେବାର ସମ୍ଭାବନା ରହିଛି।
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
କ୍ୟାନ୍ସର ପାଇଁ ଆସିଲା ଟିକା, ନୂଆବର୍ଷରୁ ମାଗଣା ମିଳିବ
ନୂଆବର୍ଷରୁ ଏହା ସମସ୍ତ ନାଗରିକଙ୍କ ପାଇଁ ମାଗଣାରେ ଉପଲବ୍ଧ ହେବ। ତେବେ ଏହି ଟିକାର ନା' କ'ଣ ରହିଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
ଅଟୋ ପାର୍ଟସ ଦୋକାନ ଭିତରେ ଚାଲିଥିଲା ନକଲି ଚା’ କାରଖାନା; ଚଢାଉ କଲା ପୁଲିସ୍
ନାମିଦାମୀ କମ୍ପାନୀର ଲୋଗୋ ଲଗାଇ ବିକ୍ରି ହେଉଥିଲା ନକଲି ଚା'।