ଅଯୋଧ୍ୟା ବିବାଦ ସମାଧାନରେ ବି ରହିଛି ଓଡ଼ିଶା ଲିଙ୍କ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁଚର୍ଚ୍ଚିତ ଅଯୋଧ୍ୟା ବିବାଦ ସମାଧାନରେ ବି ରହିଛି ଓଡ଼ିଶା ଲିଙ୍କ୍। ରାଜ୍ୟର ୩ଟି ଭିନ୍ନ ଭିନ୍ନ ମାମଲାର ରାୟକୁ ଉଦାହରଣ ଭାବେ ଦର୍ଶାଇଛନ୍ତି ସୁପ୍ରିମକୋର୍ଟ। କଣ ସେ ମାମଲା ଓ ଏହା ଆଧାରରେ କି ଯୁକ୍ତି ଦର୍ଶାଇଛନ୍ତି କୋର୍ଟ ତାକୁ ନେଇ ଆସନ୍ତୁ ଜାଣିବା। ଦୀର୍ଘ ଦଶନ୍ଧିର ଅଯୋଧ୍ୟା ମାମଲା ସମାଧାନ ଲାଗି ଓଡ଼ିଶା ସଂପର୍କିତ ୩ଟି ମାମଲାକୁ ଉଦାହରଣ ଭାବେ ଉଲ୍ଲେଖ କରିଛନ୍ତି ସୁପ୍ରିମକୋର୍ଟ। ପୁରୀ ଏମାର୍ ମଠର ଇତିହାସ ଓ ଏହା […]

c-9088

Tapas Behera
  • Published: Sunday, 10 November 2019
  • , Updated: 10 November 2019, 07:59 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁଚର୍ଚ୍ଚିତ ଅଯୋଧ୍ୟା ବିବାଦ ସମାଧାନରେ ବି ରହିଛି ଓଡ଼ିଶା ଲିଙ୍କ୍। ରାଜ୍ୟର ୩ଟି ଭିନ୍ନ ଭିନ୍ନ ମାମଲାର ରାୟକୁ ଉଦାହରଣ ଭାବେ ଦର୍ଶାଇଛନ୍ତି ସୁପ୍ରିମକୋର୍ଟ। କଣ ସେ ମାମଲା ଓ ଏହା ଆଧାରରେ କି ଯୁକ୍ତି ଦର୍ଶାଇଛନ୍ତି କୋର୍ଟ ତାକୁ ନେଇ ଆସନ୍ତୁ ଜାଣିବା।

ଦୀର୍ଘ ଦଶନ୍ଧିର ଅଯୋଧ୍ୟା ମାମଲା ସମାଧାନ ଲାଗି ଓଡ଼ିଶା ସଂପର୍କିତ ୩ଟି ମାମଲାକୁ ଉଦାହରଣ ଭାବେ ଉଲ୍ଲେଖ କରିଛନ୍ତି ସୁପ୍ରିମକୋର୍ଟ। ପୁରୀ ଏମାର୍ ମଠର ଇତିହାସ ଓ ଏହା ସଂପର୍କରେ ଗେଜେଟିୟରରେ ପ୍ରକାଶିତ ତଥ୍ୟ, ଭାରତୀୟ ସଂଘ ଗଠନ ପରେ ରାଜରାଜୁଡା ଅମଳରେ ଚଳିଆସୁଥିବା ଆଇନକାନୁନର ବୈଦ୍ଧତା ନେଇ ସୁପ୍ରିମକୋର୍ଟ ଦେଇଥିବା ରାୟ ଏବଂ ଠାକୁର ଚାଲିବୁଲି ପାରୁନଥିବାରୁ ତାଙ୍କୁ ନାବାଳକ ଦର୍ଶାଇ ରୁଜୁ ମାମଲାରେ ଓଡ଼ିଶା ହାଇକୋର୍ଟ ରଖିଥିବା ମତକୁ ସର୍ବୋଚ୍ଚ କୋର୍ଟ  ଯୁକ୍ତି ଭାବେ ନିଜ ରାୟରେ ଉଲ୍ଲେଖ କରିଛନ୍ତି।

ଅଯୋଧ୍ୟା ସଂପର୍କିତ ଗୁରୁତ୍ୱପୂର୍ଣ୍ଣ ରାୟରେ ବି ରହିଛି ଓଡ଼ିଶା ଲିଙ୍କ୍। ରାମ ଜନ୍ମଭୂମି-ବାବ୍ରି ମସଜିଦ୍ ମାମଲାର ସମାଧାନ ନେଇ ଓଡିଶା ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ପୂର୍ବରୁ ବିଚାର ହୋଇଥିବା ରାଜ୍ୟର ତିନୋଟି ଗୁରୁତ୍ୱପୂର୍ଣ୍ଣ ରାୟକୁ ଉଦାହରଣ ଭାବେ ନେଇଛନ୍ତି ସର୍ବୋଚ୍ଚ କୋର୍ଟ। ଏଥିରୁ ଅନ୍ୟତମ ହେଉଛି ୧୯୬୬ର ପୁରୀ ଏମାର୍ ମଠ ସଂପର୍କିତ ମାମଲା । ମଠ ମହନ୍ତ ଶ୍ରୀନିବାସ ରାମାନୁଜ ଦାସ ଓ ସୂର୍ଯ୍ୟ ନାରାୟଣ ଦାସ ମଧ୍ୟରେ ହୋଇଥିବା ଏହି ମାମଲାର ଶୁଣାଣି କରି କୋର୍ଟ ସରକାରୀ ଗେଜ୍ଟିଅରରେ ପ୍ରକାଶ ପାଇଥିବା ତଥ୍ୟକୁ ପ୍ରମାଣ ଭାବେ ଗ୍ରହଣ କରିନଥିଲେ ମଧ୍ୟ ତାକୁ ଲୋକ ଇତିହାସ ଭାବେ ବିବେଚନା କରାଯାଇପାରିବ ବୋଲି ମତ ଦେଇଥିଲେ । ତେଣୁ ଅଯୋଧ୍ୟା ରାମ ଜନ୍ମଭୂମି ସମ୍ପର୍କରେ ପ୍ରକାଶିତ ଗେଜଟିଅର ତଥ୍ୟକୁ  ଇତିହାସ ଭାବେ ଗ୍ରହଣ କରାଯାଇପାରିବ ବୋଲି କୋର୍ଟ ଉଲ୍ଲେଖ କରିଛନ୍ତିା ଠାକୁର ନିଜେ ଚଳପ୍ରଚଳ ହୋଇପାରୁନଥିବାରୁ ତାଙ୍କୁ ନାବାଳକ ଦର୍ଶାଇ ଓଡ଼ିଶା ହାଇକୋର୍ଟରେ ରାଧାକୃଷ୍ଣ ଦାସ ଓ ରାଧାରମଣ ସ୍ୱାମୀଙ୍କ ମଧ୍ୟରେ ହୋଇଥିବା ମାମଲାକୁ କୋର୍ଟ ଆଉ ଏକ ଉଦାହରଣ ଭାବେ ଉଲ୍ଲେଖ କରିଛନ୍ତି। ସେବାୟତ କିମ୍ବା ପ୍ରତିନିଧିଙ୍କ ଜରିଆରେ ଠାକୁର ନିଜକୁ ଉପସ୍ଥାପିତ କରିପାରିବେ। ତେଣୁ ତାଙ୍କୁ ଆଇନ୍‌କାନୁନ୍ ମାମଲାରୁ ବା ଲ ଅଫ୍ ଲିମିଟେସନ୍‌ରୁ  ଛାଡ଼ ମିଳିବ ନାହିଁ ବୋଲି ରାୟ ଦେଇଥିଲେ ଓଡ଼ିଶା ହାଇକୋର୍ଟ ।

ରାଜରାଜୁଡ଼ା ଅମଳର ଆଇନ ଅନୁସାରେ ସେମାନଙ୍କ ଭାଇ ଓ ସାମନ୍ତ ରାଜାମାନଙ୍କୁ ମିଳୁଥିବା ସୁବିଧାସୁଯୋଗ ସଂପର୍କିତ ପ୍ରମୋଦ ଚନ୍ଦ୍ର ଦେବ ବନାମ ଓଡ଼ିଶା ସରକାର ମାମଲାକୁ ଅନ୍ୟ ଏକ ଉଦାହରଣ ଭାବେ ନେଇଛନ୍ତି ସୁପ୍ରିମକୋର୍ଟ। ମୂଳ ରାଜ୍ୟ ଗୁଡିକର ଭାରତରେ ବିଲୟ ପରେ ରାଜାମାନଙ୍କ ଭାଇ ଓ ସାମନ୍ତ ରାଜାମାନେ ପାଉଥିବା ଖରପୋଷ୍ ଭତ୍ତା ବା ଖଞ୍ଜା ବନ୍ଦ ହୋଇଯାଇଥିଲା। ଏହାକୁ ଚ୍ୟାଲେଞ୍ଜ କରି ତାଳଚେର,ବାମରା ଓ କଳାହାଣ୍ଡି ରାଜାଙ୍କ ଭାଇ ଓ ସାମନ୍ତ ରାଜାମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

Related story