ତୁମେ ଯେତେବେଳେ ମୋ ଚାମ୍ବରକୁ ଆସ...

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ମହଙ୍ଗା ପଡ଼ିଲା ବାବୁଙ୍କ ଉଚ୍ଛୁଳା ପ୍ରେମ। ନିଜ ବୟସ ଠାରୁ ଯଥେଷ୍ଟ ସାନ ଜଣେ ସହକର୍ମୀଙ୍କୁ ଅଶ୍ଲୀଳ ଇଙ୍ଗିତ କରି ଫସିଗଲେ ଓଏଏସ ଅଧିକାରୀ। ସମ୍ପୃକ୍ତ ମହିଳା କର୍ମଚାରୀଙ୍କୁ ଅଶ୍ଳୀଳ ଫୋନ୍, ମେସେଜ୍ ଅଭିଯୋଗ ମାମଲାରେ ଆୟୁଷ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ବିଭୁ ପ୍ରସାଦ ଷଡ଼ଙ୍ଗୀ ଗିରଫ ହୋଇଛନ୍ତି। ବିଭୁଙ୍କୁ ନିର୍ଦ୍ଦେଶକଙ୍କୁ ଗିରଫ କରିଛି ଭୁବନେଶ୍ୱର ମହିଳା ଥାନା ପୁଲିସ। କିଛି ସମୟ ତଳେ ମହିଳା ଥାନାରେ ହାଜର ହୋଇଥିଲେ ନିର୍ଦ୍ଦେଶକ। ସୂଚନା ଅନୁଯାୟୀ, ସମ୍ପୃକ୍ତ […]

OAS-1

OAS-1

Tapas Behera
  • Published: Thursday, 09 July 2020
  • Updated: 09 July 2020, 05:45 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ମହଙ୍ଗା ପଡ଼ିଲା ବାବୁଙ୍କ ଉଚ୍ଛୁଳା ପ୍ରେମ। ନିଜ ବୟସ ଠାରୁ ଯଥେଷ୍ଟ ସାନ ଜଣେ ସହକର୍ମୀଙ୍କୁ ଅଶ୍ଲୀଳ ଇଙ୍ଗିତ କରି ଫସିଗଲେ ଓଏଏସ ଅଧିକାରୀ। ସମ୍ପୃକ୍ତ ମହିଳା କର୍ମଚାରୀଙ୍କୁ ଅଶ୍ଳୀଳ ଫୋନ୍, ମେସେଜ୍ ଅଭିଯୋଗ ମାମଲାରେ ଆୟୁଷ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ବିଭୁ ପ୍ରସାଦ ଷଡ଼ଙ୍ଗୀ ଗିରଫ ହୋଇଛନ୍ତି। ବିଭୁଙ୍କୁ ନିର୍ଦ୍ଦେଶକଙ୍କୁ ଗିରଫ କରିଛି ଭୁବନେଶ୍ୱର ମହିଳା ଥାନା ପୁଲିସ। କିଛି ସମୟ ତଳେ ମହିଳା ଥାନାରେ ହାଜର ହୋଇଥିଲେ ନିର୍ଦ୍ଦେଶକ। ସୂଚନା ଅନୁଯାୟୀ, ସମ୍ପୃକ୍ତ ଅଧିକାରୀ ଏକପାଖିଆ ଭଲ ପାଇ ଜଣେ ଅଧସ୍ଥନ ମହିଳା କର୍ମଚାରୀଙ୍କୁ ଦେଉଥିଲେ ମାନସିକ ନିର୍ଯାତନା।

ଅଧିକାରୀ ଜଣକ ଅଶ୍ଳୀଳ ଭିଡିଓ, ଫୋନ୍, ମେସେଜ ପଠାଉଥିଲେ। ଯୁବତୀ ଜଣକ ତାଙ୍କୁ ବାରଣ ସତ୍ତ୍ୱେ ତାଙ୍କ ସହ ସମ୍ପର୍କ ରଖିବାକୁ ସେ ବାଧ୍ୟ କରୁଥିଲେ।  ଯୁବତୀ ଜଣଙ୍କ କଣ୍ଟ୍ରାକ୍ଚୁଆଲ ଭାବେ ଆୟୁଷରେ କାର୍ଯ୍ୟ କରୁଛନ୍ତି । ଯୁବତୀ ଜଣକ ଏନେଇ ମହିଳା ଥାନାରେ ଅଭିଯୋଗ କରିଥିଲେ। ସେଥିରେ ସେ ଉଲ୍ଲେଖ କରିଥିଲେଯେ, ୨୮.୦୬.୨୦୨୦ଠାରୁ ଦୈନିକ ଅଶ୍ଲୀଳ ମେସେଜ ପଠାଉଛନ୍ତି। ତା ସହ ନଗ୍ନ ଭିଡିଓ ମଧ୍ୟ ପଠାଉଛନ୍ତି।

ହ୍ୱାଟସ୍‌ଆପରେ ବ୍ଲକ କଲେ ଫୋନ୍‌ କରି ଅଶ୍ଲୀଳ କଥା କହୁଛନ୍ତି।  ତୁମେ ଯେତେବେଳେ ମୋ ଚାମ୍ବରକୁ ଆସ, ମୁଁ ଏକ୍ସାଇଟେଡ୍‌ ହୋଇଯାଏ। ଏଣୁ ଆମର ଭଲ ଦୋସ୍ତି ହେବା ଦରକାର। ଆମେ ଦିନେ ଖୋଲା ପଡ଼ିଆକୁ ଯିବା। ସେଠି ଗୀତ ଗାଇବା, ନାଚିବା, ପେଟେ ପିଇବା, ଯା’ ଇଚ୍ଛା ତାହା କରିବା। ତୁମେ ଗୋଧୋଇବା ବେଳେ ମୋତେ ଟିକିଏ ଭିଡିଓ କଲ୍‌ କର। ଏମିତି ଯାବତୀୟ ଅଶ୍ଲୀଳ ମେସେଜ ପଠାଉଥିଲେ ସେ। ପ୍ରତିବାଦ କଲେ ଚାକିରୀ ନେଇଯିବେ ବୋଲି ଧମକ ଦେଉଥିଲେ। ସେପଟେ ଏହି ଅଭିଯୋଗ ଉପରେ ସ୍ପଷ୍ଟୀକରଣ ରଖି ବିଭୁ କହିଥିଲେ ଯେ, ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ମିଥ୍ୟା ଓ ଷଡ଼ଯନ୍ତ୍ରପୂର୍ଣ୍ଣ ବୋଲି ସେ ଦର୍ଶାଇଥିଲେ ।

ତାଙ୍କ ମୋବାଇଲରୁ କୌଣସି କଲ୍ କି ମେସେଜ୍ ଯାଇନି।  ଭଏସ୍ କଲ୍ ଓ ମେସେଜକୁ ଫୋରେନସିକ୍ ଲ୍ୟାବ୍ ପଠାଇବାକୁ ଦାବି କରିଥିଲେ ନିର୍ଦ୍ଦେଶକ ବିଭୁ ପ୍ରସାଦ ଷଡଙ୍ଗୀ। ତେବେ ଆଜି ତଦନ୍ତ କରି  ଆୟୁଷ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ବିଭୁ ପ୍ରସାଦ ଷଡ଼ଙ୍ଗୀଙ୍କୁ ଗିରଫ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos