ଆଠଗଡ଼(ନୀଳକଣ୍ଠ ଦୋରା): ଆଜି ହେଉଛି ମହା କାର୍ତ୍ତିକ ମାସର ଚତୁର୍ଥ ସୋମବାର। ଆସନ୍ତା ସୋମବାର ପଡ଼ିବ ବାବା ଧବଳେଶ୍ୱରଙ୍କ ବଡ଼ଓଷା। ସେଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ପୀଠ।
ଆଜି ରାତି ୩ ଟାରୁ ବାବା ଧବଳେଶ୍ୱରଙ୍କ ଦ୍ୱାର ଫିଟା ଯାଇଥିଲା। ପରେ ବାବାଙ୍କୁ ୧୦୮ ଗରା ଜଳରେ ସ୍ନାନ କରାଯାଇଥିଲା। ସମସ୍ତ ନୀତି ସମାପନ ହେବା ପରେ ଭୋର ୪ ଟାରୁ ସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା। ଭକ୍ତମାନେ ଶୃଙ୍ଖଳିତ ଭାବେ ଯାଇ ବାବାଙ୍କୁ ଦର୍ଶନ କରିଥିଲେ। ଦର୍ଶନକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଝୁଲାପୋଲରେ ଭିଡ଼ ରୋକିବା ପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଛି।