‘ମା’ ସେତିକି ଥାଉ; ମୁଁ ଆଉ କଷ୍ଟ ସହିପାରୁ ନାହିଁ’

ଉମରକୋଟ(କାର୍ତ୍ତିକ ମଲ୍ଲିକ): ‘ମା’ ସେତିକି ଥାଉ। ମୋତେ ବହୁତ କଷ୍ଟ ହେଉଛି। ତୁ ଆଉ ମୋତେ ଗରମ ଚେଙ୍କ ଦେ’ ନାହିଁ। ମୋ ଦେହ ବେଶୀ ଖରାପ ଲାଗୁଛି। ତୁ ମୋତେ ଡାକ୍ତର ପାଖକୁ ନେଇ ଚାଲ। ମୁଁ ସେଠି ଭଲ ହୋଇଯିବି। ପୁଣି ତୋ ସହିତ ଖେଳିବି ଓ ତୁ ମୋତେ ପଣତ କାନିରେ ମୁହଁ ପୋଛି ଦେବୁ।’ ନଅ ମାସର ଶିଶୁଟିର ପାଟି ଖୋଲି ନଥିଲେ ମଧ୍ୟ କଇଁ କଇଁ କାନ୍ଦି ବୋଧହୁଏ ଏଇ […]

New born baby

New born baby

Tapaswini Nayak
  • Published: Saturday, 30 July 2022
  • Updated: 30 July 2022, 04:43 PM IST

Sports

Latest News

ଉମରକୋଟ(କାର୍ତ୍ତିକ ମଲ୍ଲିକ): ‘ମା’ ସେତିକି ଥାଉ। ମୋତେ ବହୁତ କଷ୍ଟ ହେଉଛି। ତୁ ଆଉ ମୋତେ ଗରମ ଚେଙ୍କ ଦେ’ ନାହିଁ। ମୋ ଦେହ ବେଶୀ ଖରାପ ଲାଗୁଛି। ତୁ ମୋତେ ଡାକ୍ତର ପାଖକୁ ନେଇ ଚାଲ। ମୁଁ ସେଠି ଭଲ ହୋଇଯିବି। ପୁଣି ତୋ ସହିତ ଖେଳିବି ଓ ତୁ ମୋତେ ପଣତ କାନିରେ ମୁହଁ ପୋଛି ଦେବୁ।’

ନଅ ମାସର ଶିଶୁଟିର ପାଟି ଖୋଲି ନଥିଲେ ମଧ୍ୟ କଇଁ କଇଁ କାନ୍ଦି ବୋଧହୁଏ ଏଇ ଭାବ ପ୍ରକାଶ କରୁଥିଲା। ହେଲେ ପରିବାର ଲୋକ ନିରୀହ ଶିଶୁର କଥା ବୁଝି ପାରୁ ନଥିଲେ। ଚେଙ୍କ ଦେଲେ ପୁଅର ରୋଗ ଭଲ ହୋଇଯିବ ଭାବି ତତଲା ଚେଙ୍କ ଦେଇ ଚାଲିଥିଲେ। ଡାକ୍ତରୀ ଚିକିତ୍ସାକୁ ବିଶ୍ୱାସ ନ କରି ବାରମ୍ବାର ପୁଅର ଛାତି ଓ ପେଟରେ ଚେଙ୍କ ଦେଇଥିଲେ। ଶେଷରେ ଶିଶୁଟିର ଜୀବନ ଚାଲିଯାଇଛି। ଏପରି ଦୁଃଖଦ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘରର କସକଙ୍ଗା ପଞ୍ଚାୟତ ଅନ୍ତର୍ଗତ ଜଡ଼ାପାରା ଗାଁରେ।

ଶୁକଦେବ ଗଣ୍ଡଙ୍କ ୯ ମାସର ପୁଅ ରୂପେଶକୁ ଗତ ସୋମବାର ଦିନ ଥଣ୍ଡା, କାଶ ସହିତ ଜ୍ୱର ହୋଇଥିଲା। ଏ ସମ୍ପର୍କରେ ଖବର ପାଇ ଆଶାଦିଦି ସେଠାରେ ପହଞ୍ଚି ମେଡିକାଲ ନେବାକୁ ପରାମର୍ଶ ଦେଇଥିଲେ।  କିନ୍ତୁ ଆଶାକର୍ମୀଙ୍କ କଥା ନମାନି ପରିବାର ପକ୍ଷରୁ ଘରୋଇ ଚିକିତ୍ସା କରିବାକୁ ନିଷ୍ପତ୍ତି ନେଇଥିଲେ। ଜଣେ ବୃଦ୍ଧାଙ୍କୁ ଡକାଇ ନିଜ ପୁଅ ରୂପେଶକୁ ଚେଙ୍କ ଦେଇଥିଲେ। ଚେଙ୍କ ଦେଉଥିବା ସମୟରେ ଆଶାକର୍ମୀ ସେଠାରେ ପହଞ୍ଚି ବାରଣ କରିଥିଲେ। ଡାକ୍ତରଖାନାକୁ ନେବାକୁ କହିଥିଲେ। ହେଲେ ଶିଶୁର ପରିବାର ଲୋକ ଆଶା ଦିଦିଙ୍କ  କଥାକୁ ଖାତିର କରିନଥିଲେ। ପୁଣି ଶିଶୁଟିକୁ ଚେଙ୍କ ଦେଇଥିଲେ। ବାରମ୍ବାର ଶିଶୁଟିକୁ ପେଟ ଓ ଛାତିରେ ଚେଙ୍କ ଦେବା ଫଳରେ ଶିଶୁଟି ଗୁରୁତର ହୋଇପଡ଼ିଥିଲ। ଖବର ପାଇ ପୁଣି ଆଶା ଦିଦି ପହଞ୍ଚିଥିଲେ। ୧୦୮ ଆମ୍ବୁଲାନ୍ସ ଡାକି ବୁଧବାର ଶିଶୁଟିକୁ ହାଟଭରାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଯାଇଥିଲେ। ସେଠାରେ ଶିଶୁଟିର ଚିକିତ୍ସା ଚାଲିଥିଲା। ହେଲେ ପରିବାର ଲୋକେ ଡାକ୍ତର ଚିକିତ୍ସା ଉପରେ ବିଶ୍ୱାସ କରୁ ନଥିଲେ।

ଶିଶୁଟିର ଦେହ ଭଲ ହୋଇଯାଇଛି। ଆମେ ପୁଅକୁ ନେଇ ଘରକୁ ପଳାଇ ଯିବୁ ବୋଲି ଡାକ୍ତରଙ୍କୁ ବାରମ୍ବାର କହିଥିଲେ। ଶିଶୁଟିର ଅବସ୍ଥା ଗୁରୁତର ରହିଛି। ତାଙ୍କୁ ଛଡ଼ା ଯିବ ନାହିଁ ବୋଲି ଚିକିତ୍ସାଧୀନ ଡାକ୍ତର ପରିବାର ଲୋକଙ୍କୁ କହିଥିଲେ। ଗତ ଗୁରୁବାର ଦିନ ସକାଳ ପ୍ରାୟ ୧୦ଟା ସମୟରେ ଆଶାକର୍ମୀ ଓ ଡାକ୍ତର ଆସି ଦେଖିବା ବେଳକୁ ଶିଶୁକୁ ନେଇ ପରିବାର ଲୋକେ ମେଡିକାଲରୁ ଲୁଚି ପଳାଇ ଯାଇଛନ୍ତି। ଏହା ପରେ ଡାକ୍ତର ଏ ନେଇ କୁନ୍ଦେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ପରେ ଆଶାକର୍ମୀ ଶିଶୁଟିର ଘରକୁ ଯାଇ ଦେଖିଲା ବେଳକୁ ପୁଣି ପରିବାର ଲୋକ ତାକୁ ଚେଙ୍କ ଦେଇଥିଲେ। ଆଶାକର୍ମୀ ଏନେଇ ପରିବାର ଲୋକଙ୍କୁ ବହୁତ ବୁଝାଇ ଥିଲେ। ହେଲେ ପରିବାର ଲୋକ ଆଶାଦିଦିଙ୍କ କଥାକୁ ଖାତିର କରି ନଥିଲେ। ଶେଷରେ ଆଶା ଦିଦି ନିରାଶ ହୋଇ ଫେରିଥିଲେ। ଗତକାଲି ଶିଶୁଟିର ମୃତ୍ୟୁ ଘଟିଥିଲା।

ମୃତ ଶିଶୁଙ୍କ ସମ୍ପର୍କୀୟ କହିଛନ୍ତି, ପୁଅକୁ ଚେଙ୍କ ଦେବାରୁ ତାର କାଶ ଟିକେ ଭଲ ହୋଇଥିଲା। ଥଣ୍ଡାଜ୍ୱର ଭଲ ହେବ ବୋଲି ଆମେ ତାକୁ ଚେଙ୍କ ଦେଇଥିଲୁ। ଆଶାକର୍ମୀ କହିଛନ୍ତି, ଶିଶୁଟିକୁ ନିମୋନିଆ ହୋଇଥିଲା।

ମଣିଷ ଚନ୍ଦ୍ରପୃଷ୍ଠରେ ପହଞ୍ଚି ଥିଲେ ମଧ୍ୟ ଲୋକଙ୍କ ମନରେ ଅନ୍ଧବିଶ୍ୱାସ ଦୂର ହୋଇପାରି ନାହିଁ। ଲୋକେ ଚେଙ୍କ ଓ ଗୁଣିଗାରେଡି ଉପରେ ବିଶ୍ୱାସ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story