ବୌଦ୍ଧ: ବିଦେଶୀ ମଦ ଦୋକାନ ଖୋଲିବାକୁ ନେଇ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଛତ୍ରଙ୍ଗ ଗାଁରେ ଉତ୍ତେଜନା ଦେଖାଦେଇଛି। ଗତକାଲି ନୂଆଖାଇ ଥିବାରୁ ସକାଳୁ ମଦ ଦୋକାନ ଖୋଲିଥିବାରୁ ଶତାଧିକ ମହିଳା ପୁରୁଷ ମଦ ଦୋକାନକୁ ଭାଙ୍ଗି ଦେଇଥିଲେ। ହରଭଙ୍ଗା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଁର ୩ ଜଣଙ୍କୁ ଗିରଫ କରିଥିଲା।ବିଦେଶୀ ମନ ଦୋକାନ ଖୋଲିବାକୁ ନେଇ ଆଜି ଶତାଧିକ ପୁରୁଷ-ମହିଳା ହରଭଙ୍ଗା ରାସ୍ତା ଅବରୋଧ କରିଛନ୍ତି। ପୋଲିସ ଘଟଣା ସ୍ଥଳରେ ଲୋକମାନଙ୍କୁ ବୁଝାସୁଝା କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।