ବଢ଼ିବ ବିଦ୍ୟୁତ୍ ଶୁଳ୍କ

ଭୁବନେଶ୍ୱର: ଆସନ୍ତା ଆର୍ଥିକବର୍ଷ ପାଇଁ ଦେୟ ଧାର୍ଯ୍ୟ କରିବାକୁ ଆଜି ଠାରୁ ବିଦ୍ୟୁତ୍ ନିୟାମକ ଆୟୋଗ ପାଖରେ ଆରମ୍ଭ ହୋଇଛି ଜନଶୁଣାଣି। ଏଥିରେ ବିଜୁଳି ଦେୟ ବଢିବା ନେଇ ନିଷ୍ପତ୍ତି ହୋଇଛି। ବିଦ୍ୟୁତ୍‌ ଉତ୍ପାଦନ କରୁଥିବା ୨ଟି ସଂସ୍ଥା ଦେୟ ବଢାଇବା ନେଇ ଯୁକ୍ତି ଉପସ୍ଥାପନ କରିଛନ୍ତି। ତେବେ ଏହାକୁ ଉପଭୋକ୍ତା ସଂଘ ବିରୋଧ କରିଛି। ସେହିପରି ଜନଶୁଣାଣି ପ୍ରତିବାଦରେ ସମାନ୍ତରାଳ ଶୁଣାଣି କରିଛି ଆଉ ଏକ ସଂଘ। ଶୁଳ୍କ କେତେ ବଢିବ ସେ ନେଇ ଓଇଆରସିଙ୍କ […]

electric

Rakesh Mallick
  • Published: Thursday, 04 February 2016
  • , Updated: 05 February 2016, 03:57 AM IST

ଭୁବନେଶ୍ୱର: ଆସନ୍ତା ଆର୍ଥିକବର୍ଷ ପାଇଁ ଦେୟ ଧାର୍ଯ୍ୟ କରିବାକୁ ଆଜି ଠାରୁ ବିଦ୍ୟୁତ୍ ନିୟାମକ ଆୟୋଗ ପାଖରେ ଆରମ୍ଭ ହୋଇଛି ଜନଶୁଣାଣି। ଏଥିରେ ବିଜୁଳି ଦେୟ ବଢିବା ନେଇ ନିଷ୍ପତ୍ତି ହୋଇଛି। ବିଦ୍ୟୁତ୍‌ ଉତ୍ପାଦନ କରୁଥିବା ୨ଟି ସଂସ୍ଥା ଦେୟ ବଢାଇବା ନେଇ ଯୁକ୍ତି ଉପସ୍ଥାପନ କରିଛନ୍ତି। ତେବେ ଏହାକୁ ଉପଭୋକ୍ତା ସଂଘ ବିରୋଧ କରିଛି। ସେହିପରି ଜନଶୁଣାଣି ପ୍ରତିବାଦରେ ସମାନ୍ତରାଳ ଶୁଣାଣି କରିଛି ଆଉ ଏକ ସଂଘ।

ଶୁଳ୍କ କେତେ ବଢିବ ସେ ନେଇ ଓଇଆରସିଙ୍କ ପାଖରେ ଆରମ୍ଭ ହୋଇଥିବା ଶୁଣାଣିର ପ୍ରଥମ ଦିନରେ ବିଜୁଳି ଉତ୍ପାଦନ କରୁଥିବା ଜଳ ବିଦ୍ୟୁତ୍ ନିଗମ (ଓଏଚପିସି) ଓ ଓଡ଼ିଶା ତାପଜ ବିଦ୍ୟୁତ୍ ଉତ୍ପାଦନ ନିଗମ (ଓପିଜିସି) ପକ୍ଷ ରଖିଛନ୍ତି। ଓଏଚପିସି ଗତବର୍ଷ ତୁଳନାରେ ୟୁନିଟ ପିଛା ୭୩ ପ୍ରତିଶତ ଅଧିକ ଦାବି କରୁଛି। ଏହାର ଉତ୍ପାଦନ ଖର୍ଚ୍ଚ ୟୁନିଟ ପିଛା ୮୨.୫୭ ପଇସା ଥିବା ବେଳେ ଏବେ ଏହାକୁ ବଢାଇ ୧ ଟଙ୍କା ୪୩ ପଇସା କରିବାକୁ ଦାବି ରଖାଯାଇଛି ବୋଲି ଓଏଚପିସି ଅପରେସନ ନିର୍ଦ୍ଦେଶକ ଅଶ୍ୱନୀ ମିଶ୍ର କହିଛନ୍ତି।

ଓଡ଼ିଶା ତାପଜ ବିଦ୍ୟୁତ୍ ଉତ୍ପାଦନ ନିଗମ ମଧ୍ୟ ଶୁଣାଣି ବେଳେ ୟୁନିଟ ପିଛି ୨ ଟଙ୍କା ୧୦ ପଇସାରୁ ବଢାଇ ୨ଟଙ୍କା ୮୨ ପଇସା କରିବାକୁ ଯୁକ୍ତି ରଖିଛି। ସାଧାରଣ ଉପଭୋକ୍ତାଙ୍କ ପାଇଁ ଏବେ ପ୍ରଥମ ୫୦ ୟୁନିଟ ଭିତରେ ୟୁନିଟ ପିଛା ୨ଟଙ୍କା ୫୦, ୫୧ରୁ ୨୦୦ ୟୁନିଟ ମଧ୍ୟରେ ୟୁନିଟ ପିଛା ୪ଟଙ୍କା ୨୦ ପଇସା, ୨୦୧ରୁ ୪୦୦ ୟୁନିଟ ମଧ୍ୟରେ ୟୁନିଟ ପିଛା ୫ଟଙ୍କା ୨୦ ପଇସା ଦେବାକୁ ପଡୁଛି। ତେବେ ଉତ୍ପାଦନକାରୀ ସଂସ୍ଥାଙ୍କ ଯୁକ୍ତିକୁ ଗ୍ରହଣ କରାଗଲେ ଦେୟ ବୃଦ୍ଧି ନିଶ୍ଚିତ ହୋଇଯିବ।

ଓଇଆରସି ସଚିବ ଗୁରୁପ୍ରସାଦ ମିଶ୍ର କହିଛନ୍ତି, ଏହି ଜନଶୁଣାଣି ଆଜି ଠାରୁ ଆରମ୍ଭ ହୋଇଛି। ଏହା ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ। ବିଦ୍ୟୁତ୍ ଉତ୍ପାଦନ କରୁଥିବା କମ୍ପାନୀମାନଙ୍କ ସହ ଆଲୋଚନା ଲାଗି ଗୋଟିଏ ଗୋଟିଏ ଦିନ ଧାର୍ଯ୍ୟ କରାଯାଇଛି। ଉକ୍ତ ଦିନ ସେମାନଙ୍କ ଶୁଣାଣି ପରେ ଯାହା କିଛି ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।

ଶୁଣାଣି ବେଳେ ବିଦ୍ୟୁତ୍ ଦେୟ ବୃଦ୍ଧିକୁ ଉପଭୋକ୍ତା ମହାସଂଘ ବିରୋଧ କରିଛି। ଓଇଆରସି ବାହାରେ ମଧ୍ୟ ଏହାର ପ୍ରତିବାଦ କରିଛି ଆଉ ଏକ ଉପଭୋକ୍ତା ସଂଘ।

ଉପଭୋକ୍ତା ମହାସଂଘ ସଭାପତି ରମେଶ ଶତପଥୀ କହିଛନ୍ତି, କିଏ ଋଣ କରିଥିଲା, କାହିଁକି କରିଥିଲା ତାହାର ତଦନ୍ତ କରାଗଲା ନାହିଁ। ଏବେ ଏହାକୁ ନେଇ ଉପଭୋକ୍ତାଙ୍କ ଉପରେ ଯେଉଁ ବୋଝ ପଡିବାକୁ ଯାଉଛି ତାକୁ ଆମେ ବିରୋଧ କରୁଛୁ।

ବିଦ୍ୟୁତ୍ ଉପଭୋକ୍ତା ମହାସଂଘ ଅଧ୍ୟକ୍ଷ ପଞ୍ଚାନନ କାନୁନଗୋ କହିଛନ୍ତି, ୩୦ହଜାର କୋଟି ଟଙ୍କା ଲୁଟ କରିଛନ୍ତି। ଯେଉଁ କ୍ଷତି କଥା କୁହାଯାଉଛି ଜାତୀୟ ଷ୍ଟାଣ୍ଡାଡରେ ୧୭ ପ୍ରତିଶତ ବା ୧୫ ପ୍ରତିଶତକୁ କମାଇଥିଲେ ଆଜିର ଦିନରେ ଦର ଯାହା ଅଛି ତାହା ଏକ ତୃତୀୟାଂଶ କମିଯାଇଥାନ୍ତି ବୋଲି ସେ କହିଛନ୍ତି।

ଆସନ୍ତାକାଲି ଗ୍ରୀଡକୋ ତା’ର ପକ୍ଷ ରଖିବ। ବିତରକ କମ୍ପାନୀମାନେ ମଧ୍ୟ ଶୁଣାଣି ବେଳେ ଶୁଳ୍କ ବୃଦ୍ଧି ସପକ୍ଷରେ ଯୁକ୍ତି ରଖିପାରନ୍ତି।

Related story