ବଧୂହତ୍ୟା ଅଭିଯୋଗରେ ସ୍ୱାମୀ ସମେତ ୩ ଗିରଫ

ସୋନପୁର: ବଧୂହତ୍ୟା ଅଭିଯୋଗରେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ମାଟୁପାଲି ଗାଁରୁ ୩ଜଣଙ୍କୁ ଆଜି ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ମୃତା ମହିଳାଙ୍କ ସ୍ୱାମୀ ଦିଲୀପ ସିଂ, ଦିଅର ହରିବାବୁ ସିଂ ଏବଂ ଶାଶୁ ଜେମା ସିଂ। ଗିରଫ ପରେ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଦିଲୀପ ତାଙ୍କ ପରିବାର ସହ ମିଶି ପତ୍ନୀ ନେପୁର ସିଂକୁ କିରୋସିନି ଢାଳି ହତ୍ୟା କରିଥିବା ଅଭିଯୋଗ କରିଥିଲା । ମୃତକଙ୍କ ପରିବାର ଲୋକେ ତାଙ୍କ ଅଭିଯୋଗରେ ଦର୍ଶଇଛନ୍ତି ଯେ, ଦିଲୀପଙ୍କର ଅନ୍ୟ ଯୁବତୀଙ୍କ ସହ ସମ୍ପର୍କ ଥିଲା । ଏହାକୁ ନେଇ ପତିପତ୍ନୀଙ୍କ ମଧ୍ୟରେ ଝଗଡା ଲାଗୁଥିଲା । ଏପରି କି ଦିଲୀପଙ୍କ ପରିବାର ଲୋକେ ନେପୁରଙ୍କୁ ବାପଘରୁ ଅଧିକ ଯୌତୁକ ଆଣିବାକୁ ବାଧ୍ୟ କରିବା ସହ ନିର୍ଯାତନା ଦେଉଥିଲେ ବୋଲି ଅଭିଯୋଗ ହୋଇଛି । ଏ ନେଇ ଉଲୁଣ୍ଡା ପୋଲିସ ଏକ ମାମଲା ରୁଜୁ କରି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଛି ।