ବାଗଚୀ ଦେଉଛନ୍ତି ଉଦାହରଣ: ସଙ୍କଟ ବେଳେ ଶାନ୍ତ୍ୱନା ନା କଟାକ୍ଷ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱ ମହାମାରୀ ‘କରୋନା’ ସଂକ୍ରମଣ ରୋକିବା ପାଇଁ ସରକାରୀସ୍ତରରେ ବ୍ୟାପକ ପଦକ୍ଷେପ ନିଆଯାଇଛି। ଓଡ଼ିଶାରେ ଲକଡାଉନ୍ ଓ ସଟଡାଉନଠୁ ଆରମ୍ଭ କରି ସରକାର ଅନେକ ଆଗୁଆ ଆଖିଦୃଶିଆ ପଦକ୍ଷେପ ନେବା ସହ ସାଧାରଣ ଲୋକଙ୍କ ନିକଟରେ ସହାୟତା ପହଂଚାଇବାକୁ ପ୍ରୟାସ ଜାରି ରଖିଛନ୍ତି। ପ୍ରଧାନମନ୍ତ୍ରୀଙ୍କଠୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ନିୟମିତ ବ୍ୟବଧାନରେ ଲୋକଙ୍କୁ କରୋନା କବଳରୁ ସୁରକ୍ଷିତ ରହିବା ନିମନ୍ତେ ଅପିଲ୍ କରୁଛନ୍ତି। ମାତ୍ର ଓଡ଼ିଶାରେ କରୋନା ବା କୋଭିଡ୍‌-୧୯ ପରିଚାଳନା ପ୍ରସଙ୍ଗରେ […]

subrat-3

subrat-3

Manoranjan Sial
  • Published: Friday, 10 April 2020
  • Updated: 10 April 2020, 08:58 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱ ମହାମାରୀ ‘କରୋନା’ ସଂକ୍ରମଣ ରୋକିବା ପାଇଁ ସରକାରୀସ୍ତରରେ ବ୍ୟାପକ ପଦକ୍ଷେପ ନିଆଯାଇଛି। ଓଡ଼ିଶାରେ ଲକଡାଉନ୍ ଓ ସଟଡାଉନଠୁ ଆରମ୍ଭ କରି ସରକାର ଅନେକ ଆଗୁଆ ଆଖିଦୃଶିଆ ପଦକ୍ଷେପ ନେବା ସହ ସାଧାରଣ ଲୋକଙ୍କ ନିକଟରେ ସହାୟତା ପହଂଚାଇବାକୁ ପ୍ରୟାସ ଜାରି ରଖିଛନ୍ତି। ପ୍ରଧାନମନ୍ତ୍ରୀଙ୍କଠୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ନିୟମିତ ବ୍ୟବଧାନରେ ଲୋକଙ୍କୁ କରୋନା କବଳରୁ ସୁରକ୍ଷିତ ରହିବା ନିମନ୍ତେ ଅପିଲ୍ କରୁଛନ୍ତି। ମାତ୍ର ଓଡ଼ିଶାରେ କରୋନା ବା କୋଭିଡ୍‌-୧୯ ପରିଚାଳନା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତୋ ବାଗଚୀ ଯେଭଳି ଢଙ୍ଗରେ ନିଜର ମତ ଓ ଉଦାହରଣ ରଖୁଛନ୍ତି ତାହା କରୋନା ଭଳି ମହାବିପତ୍ତି ସମୟରେ ଉଭୟ ସାଧାରଣ ଲୋକ ଓ ଗଣମାଧ୍ୟମ ପ୍ରତି ଉପହାସ ପାଲଟିଛି।

ନିଜର ୨୦ଜଣ ମନ୍ତ୍ରୀ ଓ ବରିଷ୍ଠ ପ୍ରଶାସନିକ ପାହ୍ୟାର ଅଫିସରମାନଙ୍କୁ ପଛରେ ପକାଇ ରାଜ୍ୟ ସରକାର କରୋନା ପ୍ରସଙ୍ଗରେ ଗଣମାଧ୍ୟମକୁ ତଥ୍ୟ ଦେବା ପାଇଁ ନିଜର ମୁଖପାତ୍ର ଭାବେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତୋ ବାଗଚୀଙ୍କୁ ନିଯୁକ୍ତି ଦେଲେ। ଶ୍ରୀ ବାଗଚୀ ପ୍ରଥମରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୧୪ଦିନର ଅଣସର ଓ ମହାପ୍ରଭୁ ବର୍ଷବର୍ଷ ଧରି ଲକଡାଉନ୍ ରହିବା, ପ୍ରଭୁ ଶ୍ରୀରାମଚନ୍ଦ୍ର ୧୪ବର୍ଷ ବନବାସ ଓ ଷଠିଘର ଭଳି ଉଦାହରଣ ଦେଇ ଲୋକଙ୍କ ଭାବାବେଗ ସହ ସାମିଲ ହେବାକୁ ପ୍ରୟାସ କରିଥିଲେ। କରୋନା ଲଢ଼େଇ ୬ମାସର ବୋଲି କହି ନିୟମିତ ଦିନକୁ ମଧ୍ୟ କାଉଣ୍ଟ୍ କରିବାକୁ ପଛାଉ ନଥିଲେ। କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ଉଭୟ ଗଣମାଧ୍ୟମ ଓ ସାଧାରଣ ଲୋକ ଶ୍ରୀ ବାଗଚୀଙ୍କ ଏଭଳି ଉଦାହରଣ ଅପେକ୍ଷା ନିଜକୁ ସୁରକ୍ଷିତ ରଖିବା ଉପରେ ବିଶେଷ ଗୁରୁତ୍ୱ ଦେଇଥିଲେ। ଏପରିକି ତାଙ୍କର ଏଭଳି ଉଦାହରଣକୁ ପରୋକ୍ଷରେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଖୋଲାଖୋଲି ଭାବେ ସମାଲୋଚନା କରି ଅନାବଶ୍ୟକ କଥା କହି ସରକାର ଲୋକଙ୍କୁ ଭୟଭୀତ ନକରିବା ପାଇଁ ପରାମର୍ଶ ଦେଇଥିଲେ। ଅବଶ୍ୟ ତା’ପରଠୁ କରୋନାକୁ ୬ମାସର ଲଢ଼େଇ ବୋଲି କହିବା ଶ୍ରୀ ବାଗଚୀ ବନ୍ଦ କରିଦେଇଥିଲେ।

ମାତ୍ର ଗତକାଲି ଯେଭଳି ଢଙ୍ଗରେ ସେ ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେବା ପରିବର୍ତ୍ତେ ଉତକ୍ଷିପ୍ତ ହୋଇ କରୋନା ଭଳି ବିପତ୍ତିକୁ କ୍ରିକେଟ୍ ମ୍ୟାଚ୍ ସହ ସମାନ କରାଇଲେ ତାହାକୁ ବୁଦ୍ଧିଜୀବୀ ମହଲରେ ନାପସନ୍ଦ କରାଯାଇଛି। କରୋନାକୁ ନେଇ ରାଜ୍ୟରେ କେଉଁଠି କ’ଣ ହେଉଛି ତାକୁ ଜାଣିବା ପାଇଁ ସାଧାରଣ ଲୋକ ଆଶଙ୍କାର ସହ ଚାହିଁ ରହିଥିବାବେଳେ ଗଣମାଧ୍ୟମ ସେମାନଙ୍କ ସ୍ୱର ହୋଇ ସେ ପ୍ରସଙ୍ଗରେ କରିଥିବା ପ୍ରଶ୍ନକୁ ଶ୍ରୀ ବାଗଚୀ ଅତ୍ୟନ୍ତ ହାଲକା ଢଙ୍ଗରେ ଏଡ଼ାଇ ଯିବାକୁ ସାମାନ୍ୟତମ କୁଣ୍ଠାବୋଧ କରିନଥିଲେ। କରୋନା ଏବେ ସମଗ୍ର ବିଶ୍ୱରେ ଜୀବନମରଣର ସମସ୍ୟା ହୋଇଥିବାବେଳେ ତାକୁ ‘କୋଭିଡ୍‌’ ଖେଳ ବୋଲି କହିବା ଓ ଗଣମାଧ୍ୟମକୁ ତା’ର ଅନିସନ୍ଧିତ୍ସୁ ମାନସିକତାରୁ ଓହରି ଯିବାକୁ ପରାମର୍ଶ ଦେବା କେତେଦୂର ଯୁକ୍ତିଯୁକ୍ତ ତାହା ସେ ନିଜେ ହୃଦୟଙ୍ଗମ କରିପାରୁଥିବେ। କରୋନା ସମ୍ପର୍କରେ ଜାଣିବାର ଉତ୍ସୁକତା ଓ ସଚେତନ କରାଇବା ପାଇଁ ଲୋକଙ୍କ ସ୍ୱର ସାଜୁଥିବା ଗଣମାଧ୍ୟମକୁ ପାଠ ପଢ଼ାଇବାକୁ ଯାଇ ଶ୍ରୀ ବାଗଚୀ କ୍ରିକେଟ ମ୍ୟାଚ ଭଳି କୋଭିଡର ପ୍ରତ୍ୟେକ ବଲର ସମୀକ୍ଷା ନକରିବାକୁ ପରାମର୍ଶ ଦେଇଛନ୍ତି। ଜନହିତ କଥା କହି ଜନତାଙ୍କ ସ୍ୱର(ଗଣମାଧ୍ୟମର ପ୍ରଶ୍ନ)କୁ ଏଡ଼ାଇ ଯିବା ଓ ଏନେଇ ସମାଲୋଚନା ଓ ସମୀକ୍ଷା କରିବାର ଆବଶ୍ୟକତା ନାହିଁ ବୋଲି ମଧ୍ୟ ଗତକାଲି କହିଥିବା ଶ୍ରୀ ବାଗଚୀ ଆଜି ବାଇଗଣ ବିକାଳୀର ଉଦାହରଣ ଦେଇଛନ୍ତି। ବିପତ୍ତି ସମୟରେ କୋଟି କୋଟି ଲୋକଙ୍କୁ ପରିବା ବିକି ନିଜର ଜୀବିକା ନିର୍ବାହ କରୁଥିବା ଚାଷୀର ଜୀବନ ଯେ ବିପଦରେ ତାହା ପରୋକ୍ଷରେ କହିବାକୁ ଶ୍ରୀ ବାଗଚୀ ପଛାଇ ନାହାନ୍ତି। ଏହାବ୍ୟତୀତ ସାଧାରଣ ଲୋକ ବି ବଜାରରୁ ପନିପରିବା କିଣି ଘରକୁ ଆଣିବାକୁ ଭୟ କରିବ। ପନିପରିବା ମାଧ୍ୟମରେ କରୋନା ସଂକ୍ରମଣ ହେଉଛି ବୋଲି ତାହା ସରକାର କିମ୍ବା ସରକାରଙ୍କ କୋଭିଡ୍ ମୁଖପାତ୍ର ଶ୍ରୀ ବାଗଚୀ ସ୍ପଷ୍ଟ କରିବା ଉଚିତ୍।

ତେବେ ପ୍ରଶ୍ନ ଉଠୁଛି, ଉଦାହରଣ ଦେବାକୁ ଯାଇ ଅନାବଶ୍ୟକ କଥା କହୁଥିବା କୋଭିଡ୍ ମୁଖପାତ୍ର ଶ୍ରୀ ବାଗଚୀଙ୍କ ବୟାନ(ବିପତ୍ତିବେଳେ ଅନାବଶ୍ୟକ ଉଦାହରଣ)କୁ ନେଇ ସାଧାରଣ ଲୋକ, ଗଣମାଧ୍ୟମ ଓ ସୋଶାଲ ମିଡିଆରେ ପ୍ରକାଶ ପାଉଥିବା ପ୍ରତିକ୍ରିୟା ପ୍ରତି କ’ଣ ସରକାର ସଚେତନ ନାହାନ୍ତି। କେନ୍ଦ୍ର ସରକାର ନିୟମିତ ସାମ୍ବାଦିକ ସମ୍ମିଳନୀ କରି ଗଣମାଧ୍ୟମ(ସାଧାରଣ ଲୋକଙ୍କ ସମସ୍ୟା ଓ ଆଶଙ୍କା)ର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଉଥିବାବେଳେ ଏଠି ଗତ ୧୫ଦିନ ହେଲାଣି ଓଡ଼ିଶା ସରକାର କାହିଁକି ଚାରିକାନ୍ଥ ଭିତରେ ନିଜର ୮-୧୦ଜଣ ଅଫିସରଙ୍କୁ ଧରି ନିୟମିତ ବୁଲେଟିନ୍ ରେକର୍ଡ କରୁଛନ୍ତି। ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ପ୍ରଶ୍ନ କରିବାର ସୁଯୋଗ ଦେଉନାହାନ୍ତି। ଏପରିକି ଲିଖିତ ପ୍ରଶ୍ନର ଉତ୍ତର ଦେବାକୁ ଉଚିତ୍ ମଧ୍ୟ ମଣୁନାହାନ୍ତି। କୋଭିଡ୍ ପରିଚାଳନାରେ ରହୁଥିବା ଅସଙ୍ଗତିକୁ ସରକାରଙ୍କ ନଜରକୁ ଆଣିବାରେ ଗଣମାଧ୍ୟମର ପ୍ରମୁଖ ଭୂମିକା ଥିବାବେଳେ ସେମାନଙ୍କଠୁ ଦୂରେଇ ରହିବା ଓ ପରୋକ୍ଷରେ ସେମାନଙ୍କୁ ଦାୟିତ୍ୱସମ୍ପନ୍ନର ପାଠ ପଢ଼ାଇବାକୁ ପ୍ରୟାସ କରିବା କେତେ ଯୁକ୍ତିଯୁକ୍ତ ତାହା ସରକାରୀ କଳ ଅନୁଭବ କରିବା ଉଚିତ୍। ତେଣୁ କରୋନା ଭଳି ମହାବିପତ୍ତି ସମୟରେ ଅନାବଶ୍ୟକ ଉଦାହରଣ ଦେଇ ଲୋକଙ୍କ ମନକୁ ଭାରାକ୍ରାନ୍ତ କରିବା ଓ ଗଣମାଧ୍ୟମକୁ ନୀତିଶିକ୍ଷା ଦେବା ଭଳି କାର୍ଯ୍ୟରୁ କୋଭିଡ୍ ମୁଖପାତ୍ର ଶ୍ରୀ ବାଗଚୀ ବିରତ ରହି ସଂଯମତା ଆଚରଣ କଲେ ସାଧାରଣ ଲୋକେ, ଗଣମାଧ୍ୟମ ଓ ସରକାର ମିଳିତ ଭାବେ ‘କରୋନା’ ଲଢ଼େଇରେ ବିଜୟୀ ହୋଇପାରିବେ ବୋଲି ସାଧାରଣରେ ଚର୍ଚ୍ଚା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story