ରଜ ମଉଜରେ ଦୁଲୁକୁଛି ଗାଁ ଦାଣ୍ଡ

ଭଦ୍ରକ(ଓଡ଼ିଶା ରିପୋର୍ଟର):ରଜର ବାଗୁଡ଼ି ଖେଳରେ ତିନିଦିନ ଧରି ଗାଁ ଦାଣ୍ଡ ଦୁଲୁକି ଉଠିଛି ଭଦ୍ରକ ଜିଲ୍ଲା। ବହୁଦରଡ଼ା ୟଙ୍ଗ ଷ୍ଟାର କମିଟି ପକ୍ଷରୁ ଆଯୋଜିତ ରଜ ଉତ୍ସବରେ ଚଳଚଞ୍ଚଳ ହୋଇଉଠିଛି ପରିବେଶ। କୁଆଁରୀ ଝିଅ ମାନେ ପାଦରେ ଅଳତା ଲଗାଇ, ନୂଆପୋଷାକ ପିନ୍ଧି, ପାଟିରେ ଖିଲିପାନ ଜାକି ରଜ ପାଳନ କରୁଥିବା ବେଳେ ବିବାହିତା ଝିଅମାନେ ରଜ ପର୍ବର ମଜା ନେବା ପାଇଁ ସେମାନଙ୍କ ପିଲା ଛୁଆଙ୍କୁ ଧରି ବାପଘରକୁ  ଆସିଛନ୍ତି। ଘରେ ଘରେ ପିଠା ପଣା ଏବଂ […]

b-90

Tapas Behera
  • Published: Sunday, 16 June 2019
  • , Updated: 16 June 2019, 04:35 PM IST

ଭଦ୍ରକ(ଓଡ଼ିଶା ରିପୋର୍ଟର):ରଜର ବାଗୁଡ଼ି ଖେଳରେ ତିନିଦିନ ଧରି ଗାଁ ଦାଣ୍ଡ ଦୁଲୁକି ଉଠିଛି ଭଦ୍ରକ ଜିଲ୍ଲା। ବହୁଦରଡ଼ା ୟଙ୍ଗ ଷ୍ଟାର କମିଟି ପକ୍ଷରୁ ଆଯୋଜିତ ରଜ ଉତ୍ସବରେ ଚଳଚଞ୍ଚଳ ହୋଇଉଠିଛି ପରିବେଶ।

କୁଆଁରୀ ଝିଅ ମାନେ ପାଦରେ ଅଳତା ଲଗାଇ, ନୂଆପୋଷାକ ପିନ୍ଧି, ପାଟିରେ ଖିଲିପାନ ଜାକି ରଜ ପାଳନ କରୁଥିବା ବେଳେ ବିବାହିତା ଝିଅମାନେ ରଜ ପର୍ବର ମଜା ନେବା ପାଇଁ ସେମାନଙ୍କ ପିଲା ଛୁଆଙ୍କୁ ଧରି ବାପଘରକୁ  ଆସିଛନ୍ତି।

ଘରେ ଘରେ ପିଠା ପଣା ଏବଂ ହସଖୁସିର ମାହୋଲ ଦେଖିବାକୁ ମିଳିଛି। ସେହିଭଳି ଭଦ୍ରକ ଜିଲ୍ଲାର ବିଭିନ୍ନ ବ୍ଲକରେ ବଡ଼ ଧୁମଧାମରେ ରଜ ପାଳିତ ହେଉଥିବା ବେଳେ ବନ୍ତ ଅଞ୍ଚଳରେ ନିମାପଡ଼ା, ଟିଲୋ,ସେଣ୍ଡତିରା, ଆଗରପଡ଼ା ଆଦି ସ୍ଥାନରେ ହଜାର ହଜାର ଲୋକଙ୍କ ଭିଡ଼ ଜମୁଥିବା ଦେଖିବାକୁ ମିଳୁଛି।

Related story