ବାହାରିନ୍‌ ପ୍ରଧାନମନ୍ତ୍ରୀଙ୍କ ସହାୟତା ରାଶି ଗ୍ରହଣ କଲେ ଦାନ ମାଝି

ନୂଆଦିଲ୍ଲୀ: ବାହାରିନ୍‌ ଯୁବରାଜ ତଥା ପ୍ରଧାନମନ୍ତ୍ରୀ ଖଲିଫା ବିନ୍‌ ସଲମାନ୍‌ ଅଲ୍‌ ଖଲିଫା ଦେଇଥିବା ସହାୟତା ରାଶିକୁ ଗତକାଲି ନୂଆଦିଲ୍ଲୀସ୍ଥିତ ବାହାରିନ୍‌ ରାଷ୍ଟ୍ରଦୂତଙ୍କ ଠାରୁ ଗ୍ରହଣ କରିଛନ୍ତି ନିଜ ସ୍ତ୍ରୀର ଶବକୁ କାନ୍ଧରେ ବୋହି ଝିଅ ସହ ୧୦ କିଲୋମିଟର ବାଟ ଚାଲିଥିବା ଦାନ ମାଝି। ସେ ଗତକାଲି ଭୁବନେଶ୍ୱରରୁ ବିମାନରେ ନୂଆଦିଲ୍ଲୀ ଯାଇ ୮,୮୭,୯୪୯ ଟଙ୍କା ଗ୍ରହଣ କରିଛନ୍ତି। ଦାନ ମାଝି କହିଛନ୍ତି,“ମତେ ବହୁତ ଖୁସି ଲାଗୁଛି। ବାହାରିନ୍‌ ପ୍ରଧାନମନ୍ତ୍ରୀଙ୍କ ଟଙ୍କାକୁ ମୁଁ ତିନି ଝିଅଙ୍କ ନାଁରେ […]

dana-majhi

Rakesh Mallick
  • Published: Friday, 16 September 2016
  • , Updated: 16 September 2016, 09:58 AM IST

ନୂଆଦିଲ୍ଲୀ: ବାହାରିନ୍‌ ଯୁବରାଜ ତଥା ପ୍ରଧାନମନ୍ତ୍ରୀ ଖଲିଫା ବିନ୍‌ ସଲମାନ୍‌ ଅଲ୍‌ ଖଲିଫା ଦେଇଥିବା ସହାୟତା ରାଶିକୁ ଗତକାଲି ନୂଆଦିଲ୍ଲୀସ୍ଥିତ ବାହାରିନ୍‌ ରାଷ୍ଟ୍ରଦୂତଙ୍କ ଠାରୁ ଗ୍ରହଣ କରିଛନ୍ତି ନିଜ ସ୍ତ୍ରୀର ଶବକୁ କାନ୍ଧରେ ବୋହି ଝିଅ ସହ ୧୦ କିଲୋମିଟର ବାଟ ଚାଲିଥିବା ଦାନ ମାଝି। ସେ ଗତକାଲି ଭୁବନେଶ୍ୱରରୁ ବିମାନରେ ନୂଆଦିଲ୍ଲୀ ଯାଇ ୮,୮୭,୯୪୯ ଟଙ୍କା ଗ୍ରହଣ କରିଛନ୍ତି।

ଦାନ ମାଝି କହିଛନ୍ତି,“ମତେ ବହୁତ ଖୁସି ଲାଗୁଛି। ବାହାରିନ୍‌ ପ୍ରଧାନମନ୍ତ୍ରୀଙ୍କ ଟଙ୍କାକୁ ମୁଁ ତିନି ଝିଅଙ୍କ ନାଁରେ ଜମା ରଖିବି। ଭୁବନେଶ୍ୱରରେ ସେମାନେ ପଢୁଥିବାରୁ ସେମାନଙ୍କର ପାଠପଢାରେ କାମରେ ଲାଗିବ।”

କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଗାଡି ନ ପାଇ ଗତ ମାସ ୨୪ ତାରିଖରେ ପତ୍ନୀଙ୍କ ମୃତ ଦେହକୁ କାନ୍ଧରେ ବୋହି ନେଉଥିବାର ଦୃଶ୍ୟ ଓଟିଭିରେ ପ୍ରସାରିତ ହେବା ପରେ ଚର୍ଚ୍ଚାକୁ ଆସିଥିଲେ ଥୁଆମୂଳ ରାମପୁର ବ୍ଲକ ମେଲଘରା ଗାଁର ଦାନ ମାଝି।

ସଦର ମହାକୁମା ହସ୍ପିଟାଲରୁ ପ୍ରାୟ ୧୦ କିଲୋମିଟର ଆସିବା ପରେ ବାଟରେ ତାଙ୍କୁ ଦେଖିଥିଲେ ଓଟିଭିର ସ୍ଥାନୀୟ ପ୍ରତିନିଧି। ତୁରନ୍ତ ନିଜସ୍ୱ ଉଦ୍ୟମରେ ଏକ ଶବ ବୁହା ଗାଡି ବ୍ୟବସ୍ଥା କରାଇ ଦାନ ମାଝିଙ୍କୁ ଗାଁକୁ ପଠାଇଥିଲେ। ହେଲେ ସେ ଦିନର ସେହି କରୁଣ ଦୃଶ୍ୟ ସାରା ବିଶ୍ୱରେ ପ୍ରତିକ୍ରିୟା ସୃଷ୍ଟି କରିଥିଲା। ଉକ୍ତ ଦୃଶ୍ୟକୁ ଦେଖି ବାହାରିନ୍‌ ଯୁବରାଜ ତଥା ପ୍ରଧାନମନ୍ତ୍ରୀ ଖଲିଫା ବିନ୍‌ ସଲମନ୍‌ ଅଲୋ ଖଲିଫା ଦାନଙ୍କ ପାଇଁ ସହାୟତା ଘୋଷଣା କରିଥିଲେ।

Related story