ବର୍ଷେ ପରେ ବଡ଼ ଦାଣ୍ଡରେ ଚମକିଲେ, ଏଥର ଭାଇ ସହ ଭାଇ

ପୁରୀ(ଓଡ଼ିଶା ରିପୋର୍ଟର):ପୁଣି ଚର୍ଚ୍ଚାରେ ଶ୍ରୀମନ୍ଦିରର ବାହୁବଳି ସେବାୟତ ଅନୀଲ ଗୋଚ୍ଛିକାର । ବଡି ବିଲଡିଂରେ ଅନେକ ସମ୍ମାନ ଜିତି ଖ୍ୟାତି ଅର୍ଜନ କରିଥିବା ଅନୀଲଙ୍କ ସହ ତାଙ୍କ ବଡଭାଇ ଏବର୍ଷ ରଥଯାତ୍ରାରେ ରଥ ଟାଣୁଥିବା ବେଳର ଚିତ୍ର ସୋଶାଲ୍ ମିଡିଆରେ ଜବରଦସ୍ତ ଭାଇରାଲ୍ ହେବାରେ ଲାଗିଛି।  କେମିତି ଥିଲା ସେହି ବାହୁବଳି ଭ୍ରାତାଙ୍କ ରଥଟଣା ବେଳର ଅନୁଭୂତି।   ବହୁବାର ମିଷ୍ଟର୍ ଓଡ଼ିଶା, ୨୦୧୨ରେ ମିଷ୍ଟର ଇଣ୍ଡିଆ ସହ ବହୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଟାଇଟଲ୍ […]

7b90

7b90

Tapas Behera
  • Published: Thursday, 25 June 2020
  • Updated: 25 June 2020, 08:41 PM IST

ପୁରୀ(ଓଡ଼ିଶା ରିପୋର୍ଟର):ପୁଣି ଚର୍ଚ୍ଚାରେ ଶ୍ରୀମନ୍ଦିରର ବାହୁବଳି ସେବାୟତ ଅନୀଲ ଗୋଚ୍ଛିକାର । ବଡି ବିଲଡିଂରେ ଅନେକ ସମ୍ମାନ ଜିତି ଖ୍ୟାତି ଅର୍ଜନ କରିଥିବା ଅନୀଲଙ୍କ ସହ ତାଙ୍କ ବଡଭାଇ ଏବର୍ଷ ରଥଯାତ୍ରାରେ ରଥ ଟାଣୁଥିବା ବେଳର ଚିତ୍ର ସୋଶାଲ୍ ମିଡିଆରେ ଜବରଦସ୍ତ ଭାଇରାଲ୍ ହେବାରେ ଲାଗିଛି।  କେମିତି ଥିଲା ସେହି ବାହୁବଳି ଭ୍ରାତାଙ୍କ ରଥଟଣା ବେଳର ଅନୁଭୂତି

 

ବହୁବାର ମିଷ୍ଟର୍ ଓଡ଼ିଶା, ୨୦୧୨ରେ ମିଷ୍ଟର ଇଣ୍ଡିଆ ସହ ବହୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଟାଇଟଲ୍ ଜିତିଛନ୍ତି ଅନୀଲ।  ହେଲେ ତାଙ୍କୁ ବାହୁବଳି ସେବକର ପରିଚୟ ଦେଇଛି ଏହି ଦୁଇଟି ଚର୍ଚ୍ଚିତ ଫଟୋ । ଗୋଟିଏ ଗତବର୍ଷର, ଆରଟି ଚଳିତବର୍ଷ ରଥଯାତ୍ରାର । ଏବର୍ଷ ଭକ୍ତଶୂନ୍ୟ ବଡ଼ଦାଣ୍ଡରେ, ସେବାୟତମାନେ ରଥ ଟାଣିବା ବେଳେ, ଅନୀଲ ବି ସେଥିରେ ସାମିଲ ହୋଇଥିଲେଆଉ ଅନ୍ୟମାନଙ୍କଠୁ ବାରି ହୋଇପଡ଼ିଥିଲେ ନିଜ ସୁନ୍ଦର ସ୍ୱାସ୍ଥ୍ୟ ଓ ଆକର୍ଷଣୀୟ ଶରୀର ଗଠନ ପାଇଁ  ୪୦ ବର୍ଷୀୟ ଅନୀଲ ୧୦ ବର୍ଷ ହେଲା ବଡି ବିଲ୍ଡିଂରେ ଲାଗିଛନ୍ତି ।

 

ଖାଲି ଅନୀଲ କାହିଁକି, ତାଙ୍କ ବଡ଼ଭାଇ ଦାମୋଦର ଗୋଚ୍ଛିକାରଙ୍କୁ ବି ଦେଖୁନାହାନ୍ତି । ତାଙ୍କର ବି ସୁଠାମ ଚେହେରା କିଛି କମ୍ ଆକର୍ଷଣୀୟ ନୁହେଁ। ୟାଙ୍କଠାରୁ ହିଁ ବଡି ବିଲ୍ଡିଂ ପାଇଁ ଅଧିକ ପ୍ରେରଣା ପାଇଥିବା କହନ୍ତି ଅନୀଲ  ଏଥର ରଥଟଣାରେ ଦାମୋଦର ବି ଖୁବ୍ ଉତ୍ସାହର ସାମିଲ ହୋଇଥିଲେ।

 

ପୁରୀରେ ଜାଗା ଘରେ କୁସ୍ତିକସରତର ପରମ୍ପରା ବହୁ ପ୍ରାଚୀନକୁହାଯାଏ ବାହ୍ୟଶତ୍ରୁ ଆକ୍ରମଣ ବେଳେ ମହାପ୍ରଭୁଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ସହ ଶତ୍ରୁର ମୁକାବିଲା କରି ଜଗନ୍ନାଥ ସଂସ୍କୃତି ପରମ୍ପରାକୁ ରକ୍ଷା କରିବାରେ ସେବାୟତଙ୍କ ବଡ଼ ଭୂମିକା ଥିଲା।  ସୁନୀଲ୍ ଓ ଅନୀଲ୍ ସେଇ ପରମ୍ପରାକୁ ଆଗକୁ ବଢ଼ାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos