ବାରିପଦା/କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର): ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଆଜି ଓ ଆସନ୍ତାକାଲି ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ। ଗତ ରାତିରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଗୋଟି ପହଣ୍ଡି କରାଯାଇ ରଥାରୂଢ଼ କରାଯାଇଛି। ଆଜି ରଥାରୂଢ଼ ତିନି ଠାକୁରଙ୍କ ଛେରାପହଁରା ଓ ଅନ୍ୟାନ୍ୟ ନୀତି ସମ୍ପାଦନ ହେବ। ଏହାପରେ ଅପରାହ୍ନରେ ରଥଟଣା ହେବ। ତେବେ ପରମ୍ପରା ଅନୁଯାୟୀ, ଆଜି ଜଗନ୍ନାଥ ଓ ସୁଭଦ୍ରାଙ୍କ ରଥଙ୍କ ଟଣା ଯିବ। ଆଜି ଜଗନ୍ନାଥଙ୍କ ରଥ ମନ୍ଦିର ପାଖରେ ପହଞ୍ଚିବ। ସୁଭଦ୍ରାଙ୍କ ରଥକୁ ଟାଉନ୍ ଥାନା ପର୍ଯ୍ୟନ୍ତ ଟଣାଯିବ। କାଲି ତାଙ୍କ ରଥ ମନ୍ଦିର ନିକଟକୁ ଆସିବ। ଆସନ୍ତାକାଲି ବଳଭଦ୍ରଙ୍କ ରଥ ଟଣାଯିବ। ବାରିପଦାରେ ବାହୁଡ଼ା ଯାତ୍ରା ଦେଖିବାକୁ ଲକ୍ଷାଧିକ ଭକ୍ତଙ୍କର ସମାଗମ ହୋଇଛି।
ସେହିପରି କେନ୍ଦ୍ରାପଡ଼ାର ବଳଦେବଜୀଉଙ୍କର ଆଜି ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ। ଗତକାଲି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପହଣ୍ଡି ପରେ ରଥାରୂଢ଼ କରାଯାଇଛି। ରଥକୁ ଦକ୍ଷିଣ ମୁହାଁ କରାଯାଇଛି। ପରମ୍ପରା ଅନୁଯାୟୀ, ଏଠି ଦୁଇ ଦିନ ଯାଏ ବାହୁଡ଼ା ଯାତ୍ରା ଆୟୋଜିତ ହୋଇଥାଏ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Events & Festivals
ମହାରାଜ କଂସଙ୍କ ନିମନ୍ତ୍ରଣ, ଧନୁଯାତ୍ରା ଦେଖିବାକୁ ଯିବେ ମୁଖ୍ୟମନ୍ତ୍ରୀ
ବିଶ୍ଵପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବରେ ସାମିଲ ହେବାକୁ ସନ୍ଧ୍ୟାରେ ବରଗଡ଼ରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ l
Miscellaneous
ନକ୍ସଲ ଡମ୍ପ ଠାବ; ବନ୍ଧୁକ ଓ ଗୁଳି ଜବତ
ସାଧାରଣ ଲୋକଙ୍କୁ ଅବା ସୁରକ୍ଷା କର୍ମଚାରୀଙ୍କୁ ଟାର୍ଗେଟ କରିବା ଉଦ୍ଦେଶ୍ୟରେ ନକ୍ସଲମାନେ ଏହି ଡମ୍ପକୁ ବ୍ୟବହାର କରିଥା’ନ୍ତେ ବୋଲି ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ମାଲକାନଗିରି ଏସ୍ପି।
Miscellaneous
ଆଜିଠୁ ରତ୍ନଭଣ୍ଡାର ମରାମତି କାମ ସ୍ଥଗିତ, ୧୬ରୁ ପୁଣି ଚାଲିବ
ଆସନ୍ତା ୧୬ ତାରିଖଠାରୁ ପୁଣିଥରେ ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଓ ଶ୍ରୀମନ୍ଦିର ପ୍ରଶାସନ ବ୍ୟବସ୍ଥା ଅନୁସାରେ ରତ୍ନଭଣ୍ଡାର ମରାମତି ଆରମ୍ଭ ହେବ।
Politics
ହଂସିତାଙ୍କ ଠକେଇ ସିଣ୍ଡିକେଟ୍ : ଅନୀଲଙ୍କ ମାଲିକାନାରେ ସିରାଜୁଦ୍ଦିନ ପରିବାରର ୨ କମ୍ପାନୀ, ଖୋଲିବ କି ବିଜେଡି ଲିଙ୍କ୍
୨ଟି କମ୍ପାନୀ ରାଜ୍ୟର ପରିଚିତ ଖଣି ବ୍ୟବସାୟୀ ସିରାଜୁଦ୍ଦିନ ପରିବାରର, ଆଉ ଗୋଟିଏ ରିଏଲ ଇଷ୍ଟେଟ୍ କମ୍ପାନୀକୁ ନିଜର ଅନ୍ୟ ଦୁଇଜଣ ଭାଇ ଅସିତ୍ ଓ ଅଜିତଙ୍କ ସହ ମିଶି ୨୦୨୩ ଜୁନ୍ ମାସରେ ତିଆରି କରିଛନ୍ତି ଅନୀଲ ।