ଜମ୍ମୁ ଓ କଶ୍ମୀରର ନୂଆ ଉପରାଜ୍ୟପାଳଙ୍କୁ ଶୁଭେଚ୍ଛା ଜଣାଇଲେ ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଜମ୍ମୁ ଓ କଶ୍ମୀରର ନୂଆ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭାବେ ନିଯୁକ୍ତ ହେବା ପରେ ମନୋଜ ସିହ୍ନାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ମନୋଜ ସିହ୍ନା ଜଣେ ଭଦ୍ର, ବିଚକ୍ଷଣ, ଉଚ୍ଚ ଶିକ୍ଷିତ, ରାଜନୈତିକ ଓ ପ୍ରଶାସନିକ ବ୍ୟକ୍ତି ଭାବେ ବେଶ୍ ଅଭିଜ୍ଞ ବୋଲି କହିଛନ୍ତି ବୈଜୟନ୍ତ ପଣ୍ଡା । ଜମ୍ମୁ କଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ପଦ ପାଇଁ ସେ ସଂପୂର୍ଣ୍ଣ ଭାବେ ଯୋଗ୍ୟ ବୋଲି ମଧ୍ୟ କହିଛନ୍ତି […]

Baijayant-Panda

Baijayant-Panda

Niharika Rout
  • Published: Thursday, 06 August 2020
  • Updated: 06 August 2020, 02:54 PM IST

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଜମ୍ମୁ ଓ କଶ୍ମୀରର ନୂଆ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭାବେ ନିଯୁକ୍ତ ହେବା ପରେ ମନୋଜ ସିହ୍ନାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ମନୋଜ ସିହ୍ନା ଜଣେ ଭଦ୍ର, ବିଚକ୍ଷଣ, ଉଚ୍ଚ ଶିକ୍ଷିତ, ରାଜନୈତିକ ଓ ପ୍ରଶାସନିକ ବ୍ୟକ୍ତି ଭାବେ ବେଶ୍ ଅଭିଜ୍ଞ ବୋଲି କହିଛନ୍ତି ବୈଜୟନ୍ତ ପଣ୍ଡା । ଜମ୍ମୁ କଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ପଦ ପାଇଁ ସେ ସଂପୂର୍ଣ୍ଣ ଭାବେ ଯୋଗ୍ୟ ବୋଲି ମଧ୍ୟ କହିଛନ୍ତି ବୈଜୟନ୍ତ ପଣ୍ଡା । କିଛି ଦିନ ତଳେ ଉଭୟେ ଏକାଠି ମଣିପୁର ଯାଇଥିବା ବୈଜୟନ୍ତ ଟ୍ୱିଟ୍ କରିଛନ୍ତି ।

https://twitter.com/PandaJay/status/1291218772389322753?s=20

ସୂଚନାଯୋଗ୍ୟ,  ଓଡ଼ିଶା ଜନ୍ମିତ ଗିରୀଶ ଚନ୍ଦ୍ର ମୁର୍ମୁ ବୁଧବାର ଇସ୍ତଫା ଦେବା  ପରେ  ତାଙ୍କ ସ୍ଥାନରେ ମନୋଜ ସିହ୍ନାଙ୍କୁ ମିଳିଛି ନୂଆ ଦାୟିତ୍ୱ। ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି।

ଗିରୀଶ ଗତକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇ ଦେଇଥିବା ବେଳେ ରାଷ୍ଟ୍ରପତି ତାହାକୁ ଗ୍ରହଣ କରିନେଇଛନ୍ତି। ଜାତୀୟ ଗଣମାଧ୍ୟମର ଚର୍ଚ୍ଚା ଅନୁଯାୟୀ, ଗିରୀଶ ଦେଶର ଆଗାମୀ ସିଏଜି ହୋଇପାରନ୍ତି। ଏବେ ଏହି ପଦବୀରେ ରାଜୀବ ମହର୍ଷି ଅଛନ୍ତି। ଖୁବ୍‌ କମ୍‌ ଦିନରେ ତାଙ୍କ କାର୍ଯ୍ୟକାଳ ସରିବାର ଅଛି।

ଜମ୍ମୁ-କଶ୍ମୀର ପୁନର୍ଗଠନ ଆଇନ ୨୦୧୯ ଅଧୀନରେ ଜମ୍ମୁ-କଶ୍ମୀର ଏବଂ ଲଦାଖ ପୃଥକ ପୃଥକ କେନ୍ଦ୍ର ଶାସିତ ଅଞ୍ଚଳ ହେବା ପରେ ଗିରୀଶଙ୍କୁ ଉପ-ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିଲା। ଗତ ବର୍ଷ ଅକ୍ଟୋବରରେ ସେ ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ଦାୟିତ୍ୱ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos