ବ୍ରିଟେନର ସାଧାରଣ ନିର୍ବାଚନରେ ବୈଜୟନ୍ତ ହେବେ ପର୍ଯ୍ୟବେକ୍ଷକ, ଗଲେ ଲଣ୍ଡନ

ଭୁବନେଶ୍ୱର: ଆସନ୍ତା ୮ ତାରିଖରେ ବ୍ରିଟେନ୍‌ରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ପର୍ଯ୍ୟବେକ୍ଷକ ହେବେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା। ଏଥିପାଇଁ ସେ ଲଣ୍ଡନ ଯାତ୍ରା କରିଛନ୍ତି। ବ୍ରିଟେନ୍‌ରେ ନିର୍ବାଚନ ପରିଚାଳନାର ତଦାରଖ କରୁଥିବା କମନେ ଓ୍ୱଲଥ ପାର୍ଲାମେଣ୍ଟାରୀ ଆସୋସିଏସନ୍ ବା ରାଜ୍ୟ ଗୋଷ୍ଠୀ ସଂସଦୀୟ ସଂଘରେ ବୈଜୟନ୍ତ ସଦସ୍ୟ  ଅଛନ୍ତି। ୨୦୧୦ ମସିହାରୁ ସଂଘ ବ୍ରିଟେନ୍ ନିର୍ବାଚନର ତଦାରଖ କରୁଛି। ରାଜ୍ୟଗୋଷ୍ଠୀ ରାଷ୍ଟ୍ରଗୁଡିକରେ ସଂସଦୀୟ ନିର୍ବାଚନକୁ ଉନ୍ମୁକ୍ତ ଓ ଅଧିକ ସ୍ୱଚ୍ଛ କରିବା ଲାଗି ରାଜ୍ୟ […]

baijayanta

Rakesh Mallick
  • Published: Saturday, 03 June 2017
  • , Updated: 03 June 2017, 09:57 PM IST

ଭୁବନେଶ୍ୱର: ଆସନ୍ତା ୮ ତାରିଖରେ ବ୍ରିଟେନ୍‌ରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ପର୍ଯ୍ୟବେକ୍ଷକ ହେବେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା। ଏଥିପାଇଁ ସେ ଲଣ୍ଡନ ଯାତ୍ରା କରିଛନ୍ତି।

ବ୍ରିଟେନ୍‌ରେ ନିର୍ବାଚନ ପରିଚାଳନାର ତଦାରଖ କରୁଥିବା କମନେ ଓ୍ୱଲଥ ପାର୍ଲାମେଣ୍ଟାରୀ ଆସୋସିଏସନ୍ ବା ରାଜ୍ୟ ଗୋଷ୍ଠୀ ସଂସଦୀୟ ସଂଘରେ ବୈଜୟନ୍ତ ସଦସ୍ୟ  ଅଛନ୍ତି। ୨୦୧୦ ମସିହାରୁ ସଂଘ ବ୍ରିଟେନ୍ ନିର୍ବାଚନର ତଦାରଖ କରୁଛି। ରାଜ୍ୟଗୋଷ୍ଠୀ ରାଷ୍ଟ୍ରଗୁଡିକରେ ସଂସଦୀୟ ନିର୍ବାଚନକୁ ଉନ୍ମୁକ୍ତ ଓ ଅଧିକ ସ୍ୱଚ୍ଛ କରିବା ଲାଗି ରାଜ୍ୟ ଗୋଷ୍ଠୀ ସଂସଦୀୟ ସଂଘ କାର୍ଯ୍ୟ କରୁଛି।

ପର୍ଯ୍ୟବେକ୍ଷକ ଦଳ ନିର୍ବାଚନ ଦିନ ବୁଥକୁ ବୁଥ ଯାଇ ମତଦାନ ପ୍ରକ୍ରିୟାର ଅନୁଧ୍ୟାନ କରିବ। ଏହାସହ ପ୍ରାର୍ଥୀଙ୍କୁ ଭେଟିବା ସହ ରିଟର୍ଣ୍ଣିଂ ଅଫିସର, ସ୍ଥାନୀୟ ଅଧିକାରୀ ଓ ନିର୍ବାଚନ ସହ ସଂପୃକ୍ତ ଅନ୍ୟ ବ୍ୟକ୍ତି ବିଶେଷଙ୍କ ସହ ଆଲୋଚନା କରିବେ। ନିର୍ବାଚନ ସରିବାର ୨୪ ଘଣ୍ଟା ମଧ୍ୟରେ ରାଜ୍ୟଗୋଷ୍ଠୀ ମିଶନ ଏହାର ରିପୋର୍ଟ ପ୍ରଦାନ କରିବ। ୨୦୧୦ ଓ ୨୦୧୫ରେ ମିଶନ ଦେଇଥିବା ପ୍ରସ୍ତାବ ଅନୁଯାୟୀ ବ୍ରିଟେନ୍ ନିର୍ବାଚନ ପ୍ରକ୍ରିୟାରେ କେତେକ ସଂସ୍କାର ଆଣାଯାଇଛି।

Related story