ଗିରଫ ଦୁଇଜଣଙ୍କର ଭୁଲ କ’ଣ : ବୈଜୟନ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାଇରାଲ୍ ଅଡ଼ିଓ ମାମଲାରେ ୨ ଜଣଙ୍କୁ ଗିରଫ କରାଯିବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ଫୋନ କଥାବାର୍ତ୍ତାକୁ ଅନ୍‌ଲାଇନରେ ପୋଷ୍ଟ କରିଥିବା ଦୁଇ ଜଣଙ୍କୁ ଓଡ଼ିଶା ପୋଲିସ ଗିରଫ କରିଛି । ସେମାନଙ୍କ ଅପରାଧ କଣ ବୋଲି ପ୍ରଶ୍ନ କରିଛନ୍ତି ବୈଜୟନ୍ତ । ଦୁଇ ଜଣଙ୍କ ମଧ୍ୟରୁ ଜଣେ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ ଓ ଜାଲ ଚିକିତ୍ସା ନାଁରେ ବିପୁଳ ସରକାରୀ ଅର୍ଥ ଖର୍ଚ୍ଚ କଥା କହୁଥିଲେ। […]

baijayant1

baijayant1

Tapas Behera
  • Published: Monday, 10 August 2020
  • Updated: 10 August 2020, 05:58 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାଇରାଲ୍ ଅଡ଼ିଓ ମାମଲାରେ ୨ ଜଣଙ୍କୁ ଗିରଫ କରାଯିବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ଫୋନ କଥାବାର୍ତ୍ତାକୁ ଅନ୍‌ଲାଇନରେ ପୋଷ୍ଟ କରିଥିବା ଦୁଇ ଜଣଙ୍କୁ ଓଡ଼ିଶା ପୋଲିସ ଗିରଫ କରିଛି । ସେମାନଙ୍କ ଅପରାଧ କଣ ବୋଲି ପ୍ରଶ୍ନ କରିଛନ୍ତି ବୈଜୟନ୍ତ ।

ଦୁଇ ଜଣଙ୍କ ମଧ୍ୟରୁ ଜଣେ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ ଓ ଜାଲ ଚିକିତ୍ସା ନାଁରେ ବିପୁଳ ସରକାରୀ ଅର୍ଥ ଖର୍ଚ୍ଚ କଥା କହୁଥିଲେ। ଯାହାକି ଓଡ଼ିଶାରେ କରୋନା ପରିଚାଳନାରେ ହୋଇଥିବା ବ୍ୟାପକ ଦୁର୍ନୀତିର ବାସ୍ତବତା । ବାକ୍ ସ୍ୱାଧୀନତା ପାଇଁ ଲଢୁଥିବାସାମାଜିକ କର୍ମାମାନେ ଏନେଇ ମୁହଁ ଖୋଲିବେକି ବୋଲି ପ୍ରଶ୍ନ କରିଛନ୍ତି ବୈଜୟନ୍ତ।
https://twitter.com/PandaJay/status/1292727655456890881?s=20

ସୂଚନାଯୋଗ୍ୟ, ଓଟିଭି ସୋଶାଲ୍‌ ମିଡିଆ ପ୍ଲାଟ୍‌ଫର୍ମରେ ଦୁଇ ବନ୍ଧୁ କଥା ହେଉଥିବାର ଏକ ଅଡିଓ ପ୍ରକାଶ ପାଇଥିଲା। ସେମାନଙ୍କ ଭିତରୁ ଜଣେ କରୋନାରେ ଆକ୍ରାନ୍ତ ହୋଇ କୋଭିଡ୍‌ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିବା କୁହାଯାଉଥିଲା। କୋଭିଡ୍‌ ହସ୍ପିଟାଲ୍‌ରୁ ଫେରିବା ପରେ ସମ୍ପୃକ୍ତ ବ୍ୟକ୍ତି ତାଙ୍କ ସାଙ୍ଗ ସହିତ କଥା ହୋଇଥିଲେ। ଯାହା ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା। ଏହାପରେ ଗତକାଲି ସେମାନଙ୍କୁ ପୁଲିସ୍‌ ଉଠାଇ ନେଇଥିବା ବେଳେ ବ୍ୟାପକ ତଦନ୍ତ ପାଇଁ ସେମାନଙ୍କୁ ନିଆଯାଇଥିବା କହିଥିଲେ ପୁଲିସ କମିଶନର। ଆଜି ସେମାନଙ୍କୁ ଗିରଫ କରାଯାଇଥିବା ସ୍ପଷ୍ଟ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos