ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ବିଜେଡି ଛାଡ଼ିବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ସାଂସଦ ବୈଜୟନ୍ତ ପଣ୍ଡା । ତେବେ ନବୀନଙ୍କୁ ନେଇ କ’ଣ କହିଲେ ବୈଜୟନ୍ତ? ଓଡ଼ିଶାରେ ସେ ପଲିଟିକାଲ୍ ଗେମ୍ ଚେଞ୍ଜର୍ ହେବେ କି ? ବିଜେପିରେ ଯୋଗ ଦେବେ ନା ସେ ନିଜସ୍ୱ ଦଳ ଗଢ଼ିବେ ?</p> <p>ଏସବୁ ପ୍ରଶ୍ନର ଉତ୍ତର ରଖିଛନ୍ତି ବୈଜୟନ୍ତ ଇଂରାଜୀ ନ୍ୟୁଜ୍‌ ଚାନେଲ ରିପବ୍ଳିକ୍ ଟିଭିକୁ ଇଣ୍ଟର୍ଭ୍ୟୁ ଦେଇ ଏସବୁ ପ୍ରସଙ୍ଗରେ ମତ ରଖିଛନ୍ତି ବୈଜୟନ୍ତ। ଗତ ମେ’୨୮ ତାରିଖରେ ବିଜେଡିରୁ ଇସ୍ତଫା ଦେଇଥିଲେ ବୈଜୟନ୍ତ। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ସେ ପଠାଇଥିବା ଇସ୍ତଫା ପତ୍ରରେ କ୍ଷୋଭ, ପୀଡ଼ା ଓ ଦୁଃଖର ସହ ଦଳ ଛାଡ଼ିଥିବା ଲେଖିଥିଲେ। ବୈଜୟନ୍ତଙ୍କ ଏହି ଇଣ୍ଟର୍ଭ୍ୟୁକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।