ଏୟାରପୋର୍ଟର ପାର୍କିଂ ଚେକ୍‌ଗେଟ୍‌କୁ ନେଇ ବୈଜୟନ୍ତଙ୍କ ଉଦ୍‌ବେଗ ପରେ ସବୁ ବିମାନବନ୍ଦରର ସ୍ଥିତି ଯାଞ୍ଚ ନିର୍ଦ୍ଦେଶ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଏୟାରପୋର୍ଟର ପାର୍କିଂ ଚେକ୍‌ଗେଟ୍‌କୁ ନେଇ ସାଂସଦ ବୈଜୟନ୍ତ ପଣ୍ଡା ଉଦ୍‌ବେଗ ପ୍ରକାଶ କରିବା ପରେ ସାରା ଦେଶର ବିମାନବନ୍ଦରରେ ସ୍ଥିତି ଯାଞ୍ଚ ପାଇଁ ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ସିହ୍ନାଙ୍କ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱର ବିମାନବନ୍ଦରରେ ପାର୍କିଂ କରୁ ନଥିବା ଗାଡ଼ିକୁ ମଧ୍ୟ ଚେକ୍‌ଗେଟ୍ ଦେଇ ଯିବାକୁ ପଡୁଛି। ଡ୍ରପ୍ ଓ ପିକ୍ଅପ୍ ପାଇଁ ଯାଉଥିବା ଗାଡିଗୁଡିକ ଚେକ୍‌ଗେଟ୍ ଦେଇ ଯିବା ଦ୍ୱାରା ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେବା ସହ ଅଯଥା ବିଳମ୍ବ ଓ ଅସୁବିଧା ହେଉଥିବା ନେଇ ବୈଜୟନ୍ତ ଟ୍ୱିଟ୍‌ କରିଥିଲେ। ସେପଟେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କ ତ୍ୱରିତ ପଦକ୍ଷେପ ପାଇଁ ବୈଜୟନ୍ତ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।