ବୈଜୟନ୍ତଙ୍କ ସଂପର୍କରେ ପିନାକୀଙ୍କ ମନ୍ତବ୍ୟକୁ ଦାମଙ୍କ ନାପସନ୍ଦ: କହିଲେ, ପିନାକୀ ଦଳର ଉପକାର କରୁଛନ୍ତି ନା ଅପକାର ତାହା ଭାବନ୍ତୁ
ଭୁବନେଶ୍ୱର: ଏକ ଜାତୀୟ ପତ୍ରିକାରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ସାଂସଦ ପିନାକୀ ମିଶ୍ର ଆକ୍ଷେପ କରିବା ପରେ ଏହା ବିବାଦୀୟ ହେବାରେ ଲାଗିଛି। ଏ ପ୍ରସଙ୍ଗରେ ମନ୍ତ୍ରୀ ଦାମୋଦର ରାଉତ ପିନାକୀଙ୍କୁ ଟାର୍ଗେଟ କରିବା ସହ ତାଙ୍କ ଉପରକୁ ଅଙ୍ଗୁଳି ଉଠାଇଛନ୍ତି। ପିନାକୀ ଦେଇଥିବା ମନ୍ତବ୍ୟ, ଦଳର ଉପକାର କରୁଛି କି ଅପକାର, ସେ ନେଇ ପ୍ରଶ୍ନ ଉଠାଇଛନ୍ତି ଦାମ।
[vc_video link="" align="center"]
ବୈଜୟନ୍ତଙ୍କୁ ଦଳ ଛାଡିବା ନେଇ ପିନାକୀ ଏକ ଜାତୀୟ ପତ୍ରିକାରେ ଆହ୍ୱାନ ଦେଇଥିଲେ। ଏହାକୁ ନେଇ ଦାମ କହିଛନ୍ତି- “ପିନାକୀ ମିଶ୍ର ଏହା କହି ଦଳର ଉପକାର କରୁଛନ୍ତି କି ଅପକାର କରୁଛନ୍ତି ତାହା କାହିଁକି ଭାବୁନାହାଁନ୍ତି।
ପିନାକୀ ଦେଇଥିବା ସାକ୍ଷାତକାରରେ କହିଥିଲେ ଯେ, କେବଳ ଜୟ ପଣ୍ଡା ହିଁ ଜଣେ ଯିଏକି ଦଳରେ ଗୋଷ୍ଠୀ କନ୍ଦଳ ଚାଲିଥିବା କଥା କହୁଛନ୍ତି। ତାଙ୍କ ନିକଟରେ କୌଣସି ବିଧାୟକଙ୍କ ସମର୍ଥନ ନାହିଁ। ଏଥିସହ ପିନାକୀ, ବୈଜୟନ୍ତଙ୍କୁ ଦଳ ଛାଡିବାକୁ ଆହ୍ୱାନ ଦେଇଥିଲେ।
ଅନ୍ୟପକ୍ଷରେ ଦାମୋଦର ରାଉତଙ୍କ ମନ୍ତବ୍ୟ ଉପରେ ପିନାକୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।
Ordigital Desk
• Published: Monday, 26 June 2017
• Updated: 26 June 2017, 05:19 PM IST
Sports
Latest News
ଭୁବନେଶ୍ୱର: ଏକ ଜାତୀୟ ପତ୍ରିକାରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ସାଂସଦ ପିନାକୀ ମିଶ୍ର ଆକ୍ଷେପ କରିବା ପରେ ଏହା ବିବାଦୀୟ ହେବାରେ ଲାଗିଛି। ଏ ପ୍ରସଙ୍ଗରେ ମନ୍ତ୍ରୀ ଦାମୋଦର ରାଉତ ପିନାକୀଙ୍କୁ ଟାର୍ଗେଟ କରିବା ସହ ତାଙ୍କ ଉପରକୁ ଅଙ୍ଗୁଳି ଉଠାଇଛନ୍ତି। ପିନାକୀ ଦେଇଥିବା ମନ୍ତବ୍ୟ, ଦଳର ଉପକାର କରୁଛି କି ଅପକାର, ସେ ନେଇ ପ୍ରଶ୍ନ ଉଠାଇଛନ୍ତି ଦାମ।
[vc_video link="" align="center"]
ବୈଜୟନ୍ତଙ୍କୁ ଦଳ ଛାଡିବା ନେଇ ପିନାକୀ ଏକ ଜାତୀୟ ପତ୍ରିକାରେ ଆହ୍ୱାନ ଦେଇଥିଲେ। ଏହାକୁ ନେଇ ଦାମ କହିଛନ୍ତି- “ପିନାକୀ ମିଶ୍ର ଏହା କହି ଦଳର ଉପକାର କରୁଛନ୍ତି କି ଅପକାର କରୁଛନ୍ତି ତାହା କାହିଁକି ଭାବୁନାହାଁନ୍ତି।
ପିନାକୀ ଦେଇଥିବା ସାକ୍ଷାତକାରରେ କହିଥିଲେ ଯେ, କେବଳ ଜୟ ପଣ୍ଡା ହିଁ ଜଣେ ଯିଏକି ଦଳରେ ଗୋଷ୍ଠୀ କନ୍ଦଳ ଚାଲିଥିବା କଥା କହୁଛନ୍ତି। ତାଙ୍କ ନିକଟରେ କୌଣସି ବିଧାୟକଙ୍କ ସମର୍ଥନ ନାହିଁ। ଏଥିସହ ପିନାକୀ, ବୈଜୟନ୍ତଙ୍କୁ ଦଳ ଛାଡିବାକୁ ଆହ୍ୱାନ ଦେଇଥିଲେ।
ଅନ୍ୟପକ୍ଷରେ ଦାମୋଦର ରାଉତଙ୍କ ମନ୍ତବ୍ୟ ଉପରେ ପିନାକୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos