କେହି ମୋ ସରଳତାକୁ ଦୁର୍ବଳତା ଭାବନ୍ତୁ ନାହିଁ : ବୈଜୟନ୍ତ

କେନ୍ଦ୍ରାପଡ଼ା(ପ୍ରଭାତ ପରିଡ଼ା): କେନ୍ଦ୍ରାପଡ଼ାରେ ଆଜି ଆଉ ଏକ ପାନୀୟ ଜଳ ପ୍ରକଳ୍ପର ଉଦଘାଟନ କରିଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା।  ସାଂସଦ ପାଣ୍ଠିରେ ୨୮ ଲକ୍ଷ ଟଙ୍କା ବ୍ୟୟରେ ଗାଙ୍ଗପଡ଼ାରେ ନିର୍ମିତ ଏହି ପ୍ରକଳ୍ପର କ୍ଷମତା ହେଉଛି ୧ ଲକ୍ଷ ଲିଟର। ଉଦଘାଟନ ସମୟରେ ସାଂସଦ ଶ୍ରୀପଣ୍ଡାଙ୍କ ସହ ସ୍ଥାନୀୟ ସରପଞ୍ଚ ଲକ୍ଷ୍ମୀପ୍ରିୟା ରାଉତ ଉପସ୍ଥିତ ଥିଲେ। ଏହି ପ୍ରକଳ୍ପ ଦ୍ୱାରା ସ୍ଥାନୀୟ ଅଞ୍ଚଳର ୧୦ ହଜାର ଲୋକ ଉପକୃତ ହେବେ।

ପାଣିଟାଙ୍କି ଉଦଘାଟନ ପରେ ସାଂସଦ ବୈଜୟନ୍ତ ପଣ୍ଡା କହିଥିଲେ,“ ମୁଁ ବିଜୁବାବୁଙ୍କ ଆଦର୍ଶରେ ଚାଲୁଛି। ଏହାକୁ କେତେକ ଲୋକ ସହିପାରୁ ନାହାନ୍ତି। ଅଣ୍ଡା, ପଥର, ଗୁଳି ମାରିଲେ ବି କେନ୍ଦ୍ରାପଡ଼ା ଏବଂ ଓଡ଼ିଶାର ବିକାଶ ପାଇଁ ମୁଁ କାମ କରିବି। ଦଳର ନେତା ଷଡ଼ଯନ୍ତ୍ର ନ ବୁଝିଲେ, ଜଗନ୍ନାଥଙ୍କ ଆଶୀର୍ବାଦରେ କାର୍ଯ୍ୟ କରିବି। କେନ୍ଦ୍ରାପଡ଼ାରେ ଶିଳ୍ପ ପ୍ରତିଷ୍ଠା ପାଇଁ ମଧ୍ୟ ମୁଁ ଚେଷ୍ଟା କରୁଛି। ଷଡ଼ଯନ୍ତ୍ର କରି କିଛି ଲୋକ ମୋତେ ବିରୋଧ କରୁଛନ୍ତି। କେହି ମୋ ସରଳତାକୁ ଦୁର୍ବଳତା ଭାବନ୍ତୁ ନାହିଁ।”