ବୈପାରିଗୁଡ଼ାରେ ପୁଣି ମୋବାଇଲ୍ ଟାୱାର ପୋଡ଼ି ଦେଲେ ମାଓବାଦୀ; ୧୦ ଦିନରେ ତୃତୀୟ ଘଟଣା

ଜୟପୁର: ଲାଲବାହିନୀ ଟାର୍ଗେଟରେ ମୋବାଇଲ୍ ଟାୱାର। କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ନିକଟସ୍ଥ ଚିପାକୁରରେ ପୁଣି ମାଓବାଦୀମାନେ ଏକ ଘରୋଇ କମ୍ପାନୀର ମୋବାଇଲ ଟାୱାରକୁ ପୋଡ଼ି ଦେଇଛନ୍ତି। ରବିବାର ବିଳମ୍ୱିତ ରାତିରେ ଘଟିଛି ଏହି ଘଟଣା। ଘଟଣାସ୍ଥଳରେ ଏକ ମାଓ ପୋଷ୍ଟର ଦେଖିବାକୁ ମିଳିଛି। ଗତ ଶନିବାର ବିଳମ୍ୱିତ ରାତିରେ ମଧ୍ୟ ବୈପାରିଗୁଡ଼ା ଥାନା କାଳିଆ ଅଟାଳରେ ଥିବା ଏକ ଘରୋଇ କମ୍ପାନୀର ଟେଲିଫୋନ୍ ଟାୱାରକୁ ପୋଡ଼ି ଦିଆଯାଇଥିଲା। ମାଓବାଦୀମାନେ ଏହି କାଣ୍ଡ ଭିଆଇଥିବା ସନ୍ଦେହ କରାଯାଉଛି। ସେହିପରି ଗତ […]

mobile- tower-podi

Rakesh Mallick
  • Published: Monday, 21 December 2015
  • , Updated: 21 December 2015, 06:18 AM IST

ଜୟପୁର: ଲାଲବାହିନୀ ଟାର୍ଗେଟରେ ମୋବାଇଲ୍ ଟାୱାର। କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ନିକଟସ୍ଥ ଚିପାକୁରରେ ପୁଣି ମାଓବାଦୀମାନେ ଏକ ଘରୋଇ କମ୍ପାନୀର ମୋବାଇଲ ଟାୱାରକୁ ପୋଡ଼ି ଦେଇଛନ୍ତି। ରବିବାର ବିଳମ୍ୱିତ ରାତିରେ ଘଟିଛି ଏହି ଘଟଣା। ଘଟଣାସ୍ଥଳରେ ଏକ ମାଓ ପୋଷ୍ଟର ଦେଖିବାକୁ ମିଳିଛି।

ଗତ ଶନିବାର ବିଳମ୍ୱିତ ରାତିରେ ମଧ୍ୟ ବୈପାରିଗୁଡ଼ା ଥାନା କାଳିଆ ଅଟାଳରେ ଥିବା ଏକ ଘରୋଇ କମ୍ପାନୀର ଟେଲିଫୋନ୍ ଟାୱାରକୁ ପୋଡ଼ି ଦିଆଯାଇଥିଲା। ମାଓବାଦୀମାନେ ଏହି କାଣ୍ଡ ଭିଆଇଥିବା ସନ୍ଦେହ କରାଯାଉଛି। ସେହିପରି ଗତ ୧୩ ତାରିଖରେ ବୈପାରିଗୁଡ଼ା କାଠପଡ଼ାଠାରେ ଥିବା ଏକ ଟେଲିଫୋନ୍ ଟାୱାରକୁ ଲାଲବାହିନୀ ପୋଡ଼ି ଦେଇଥିଲେ। ଘଟଣାସ୍ଥଳରୁ ଗୋଟିଏ ମାଓ ପୋଷ୍ଟର ମିଳିଥିଲା। ସେଠାରେ ଟାୱାର ସ୍ଥାପନ କରିଥିବାରୁ ସମ୍ପୃକ୍ତ ଘରୋଇ ନେଟୱର୍କ ପ୍ରଦାନକାରୀ କମ୍ପାନୀକୁ ବିରୋଧ କରି ଏହି ଟାୱାର ପୋଡ଼ା ଯାଇଥିବା ପୋଷ୍ଟରରେ ଉଲ୍ଲେଖ ଥିଲା। ଏହିଭଳି ଭାବେ ଗତ ୧୦ ଦିନ ମଧ୍ୟରେ ଲାଲବାହିନୀ ୩ଟି ଟାୱାରକୁ ପୋଡ଼ି ସାରିଲେଣି।

Related story