ବେଲବାହାଳି ଘଟଣା: ୩୫ ଜଣ ଜେଲରୁ ଖଲାସ

କେନ୍ଦୁଝର: ଅଗଷ୍ଟ ୭ ବେଲବାହାଳି ଘଟଣାରେ ଗିରଫ ୩୫ଜଣଙ୍କୁ ଜାମିନ ମିଳିବାରୁ ସେମାନଙ୍କୁ ଜେଲରୁ ଖଲାସ କରାଯାଇଛି। ଗତକାଲି ୪୧ଜଣଙ୍କୁ ଜାମିନ ମିଳିଥିବା ବେଳେ ୬ଜଣଙ୍କ ନାଁରେ ଅନ୍ୟ ପୋଲିସ କେସ ଥିବାରୁ ସେମାନଙ୍କୁ ଜାମିନ ମିଳିନାହିଁ। ସେମାନେ ଜେଲରେ ଅଛନ୍ତି। ଏହି ୩୫ଜଣଙ୍କ ମଧ୍ୟରୁ ୩୩ଜଣ କେନ୍ଦୁଝର ଜେଲରୁ ମୁକ୍ତ ହୋଇଥିବା ବେଳେ ଅନ୍ୟ ୨ଜଣ ଆନନ୍ଦପୁର ଜେଲରୁ ମୁକ୍ତ ହୋଇଛନ୍ତି।