ଟିଟିଲାଗଡ଼: ଟିଟିଲାଗଡ ବସନ୍ତ ପ୍ରଧାନ ହାଜତ ମୃତ୍ୟୁ ମାମଲାର ବର୍ଷକ ପରେ ଜଣେ ପୋଲିସ୍ ଏସ୍ଆଇଙ୍କୁ ଗିରଫ କରିଛି ଏଚ୍ଆରପିସି। ଗିରଫ ପୋଲିସ ଏସ୍ଆଇଙ୍କ ନାଁ ମଳୟ ପଣ୍ଡା। ୨୦୧୪ ଜୁଲାଇ ୨୮ ତାରିଖ ବସନ୍ତ ପ୍ରଧାନଙ୍କ ମୃତ୍ୟୁ ହୋଇଥିଲା। ଘଟଣା ପରେ ତତ୍କାଳୀନ ବଲାଙ୍ଗିର ଟାଉନଥାନା ଅଧିକାରୀ ତାରିକ ଅହମ୍ମଦ, ଏସଆଇ ମଳୟ ପଣ୍ଡା, ଏଏସ୍ଆଇ ଅନନ୍ତ ପ୍ରଧାନ ଓ ଏଏସ୍ଆଇ ଦିଲୀପ ଡାଙ୍ଗଙ୍କୁ କାର୍ଯ୍ୟରୁ ନିଲମ୍ୱିତ କରାଯାଇ ସେମାନଙ୍କ ବିରୋଧରେ ଅଭିଯୋଗ ଦାଖଲ ହୋଇଥିଲା। ବର୍ତ୍ତମାନ ଗିରଫ ଏସ୍ଆଇ ମଳୟ ପଣ୍ଡାଙ୍କୁ ଛାଡି ଦେଲେ ଆଉ ଅନ୍ୟ ଅଭିଯୁକ୍ତମାନେ ଫେରାର ତାଲିକାରେ ଅଛନ୍ତି । ଏକ ମୋବାଇଲ୍ ଚୋରି ଘଟଣାରେ ଟିଟିଲାଗଡରୁ ବସନ୍ତ ପ୍ରଧାନଙ୍କୁ ଥାନାକୁ ଆଣିଥିଲା ବଲାଙ୍ଗିର ଟାଉନ୍ ପୋଲିସ୍। ତେବେ ତାଙ୍କୁ ହାଜତରେ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଥିଲା। ପରେ ଚିକିତ୍ସିତ ଅବସ୍ଥାରେ ୨୦୧୪ ଜୁଲାଇ ୨୮ ତାରିଖରେ ତାଙ୍କ ମୃତ୍ୟୁ ହୋଇଥିଲା। ଘଟଣା ପରେ ସଂପୃକ୍ତ ପୋଲିସ୍ ଅଧିକାରୀଙ୍କୁ ଗିରଫ କରିବା ଦାବିରେ ରାସ୍ତାକୁ ଓହ୍ଲାଇଥିଲେ ଟିଟିଲାଗଡର ସାଧାରଣ ଲୋକେ। ଉତ୍ତ୍ୟକ୍ତ ଲୋକେ ଟିଟିଲାଗଡ ଥାନାକୁ ପୋଡି ଦେଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଖୁବଶୀଘ୍ର ପ୍ରବାସୀ ଓଡ଼ିଆ ନୀତି, ଦାୟିତ୍ୱରେ ରହିବେ ମନ୍ତ୍ରୀ
ପ୍ରବାସୀ ଭାରତୀୟ ଦିବସ ସମାରୋହର ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱତନ୍ତ୍ର ଭାବେ ପ୍ରବାସୀ ଓଡ଼ିଆଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ।
Miscellaneous
ବିଏମସି ନିଷ୍ପତ୍ତି: ମୃତ ସହଦେବଙ୍କ ପତ୍ନୀଙ୍କୁ ୫ଲକ୍ଷ ଟଙ୍କା ଓ ସୁପରଭାଇଜର ଚାକିରି
ବିଏମସି ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ତଥା ପରିମଳ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିରଂଚି ନାରାୟଣ ମହାସୁପକାରଙ୍କ ଉପସ୍ଥିତିରେ ଅନୁଷ୍ଠିତ ସ୍ୱତନ୍ତ୍ର ବୈଠକରେ ଆଲୋଚନା ପରେ ସହଦେବଙ୍କ ପରିବାରକୁ ଏହି ଅନୁକମ୍ପାମୂଳକ ସହାୟତା ଦେବାକୁ ନିଷ୍ପତ୍ତି ନିଆଯାଇଛି ।
Politics
ସହଦେବ ହତ୍ୟାକାଣ୍ଡ: ବିଜେଡି-ବିଜେପି ତୁତୁମେଁମେଁ, ସନ୍ଦେହ ଘେରରେ ମେୟରଙ୍କ ଭୂମିକା, ଫସିଯିବେ କି ଅନନ୍ତ
ସହଦେବଙ୍କ ପରିବାରକୁ ନ୍ୟାୟ ଦାବିରେ ସଫେଇ କର୍ମଚାରୀମାନେ ଦୁଇଦିନ ଧରି କାର୍ଯ୍ୟବନ୍ଦ ଆନ୍ଦୋଳନ ଓ ଆଜି ପ୍ରତ୍ୟାହାର ପରେ ଭୁବନେଶ୍ୱର ମେୟର ବିଜେଡି ନେତ୍ରୀ ସୁଲୋଚନା ଦାସଙ୍କ ଭୂମିକା ମଧ୍ୟ ସନ୍ଦେହଘେରକୁ ଆସିଛି ।
Politics
ବିଶାଲ ଦାସଙ୍କ ସମେତ ୧୪ ଜଣଙ୍କ ନାଁରେ ମାମଲା
ଆଇଜି କହିଥିଲେ, ନିଖୋଜ ମାମଲାର ଚାଲିଛି ଖୋଳତାଡ଼। ଏହାର କିଛି ଘଣ୍ଟା ପରେ ଅର୍ଥାତ ବିଳମ୍ବିତ ରାତିରେ କେତେକ ସରପଞ୍ଚ, ସମିତି ସଭ୍ୟ ଛତିଶଗଡ଼ ମହାସମୁନ୍ଦ ଜିଲ୍ଲା ସରାଇପାଲିର ହୋଟେଲରେ ଥିବା ବେଳେ ନିଜେ ସମର୍ଥକଙ୍କ ସହ ପହଞ୍ଚିଥିଲେ ବିଶାଲ ଦାସ।
Crime
ହଂସିକା ଓ ଅନୀଲଙ୍କ ସମ୍ପତ୍ତି ଶହେ କୋଟି ପାର୍ କଲାଣି!
ପୂର୍ବରୁ ପୋର୍ସେ, ଜାଗୁଆର, BMW ଭଳି ୬ଟି ଦାମୀ କାର୍ ପରେ ଆଜି ୩କୋଟି ଟଙ୍କାର ଏକ ମର୍ସିଡିଜ କାର ଜବତ କରିଛି କମିସନ୍ରେଟ୍ ପୁଲିସ୍। ଏକ ପରିତ୍ୟକ୍ତ ସ୍ଥାନରେ କାରଟି ଲୁଚାଇ ରଖାଯାଇଥିଲା।