ବଲାଙ୍ଗିର-ପାଟଣାଗଡ଼ ରାସ୍ତାରେ ମାଓ ପୋଷ୍ଟର

ବଲାଙ୍ଗିର: ବଲାଙ୍ଗିର-ପାଟଣାଗଡ଼ ରାସ୍ତାର ଦୁଇଟି ଛକରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି।  ଦୁଇଟି ମାଓ ପୋଷ୍ଟର ଖଗସାବାହାଲ୍ ଛକ ଠାରେ ଲାଗିଥିବା ବେଳେ ଗୋଟିଏ ମାଓପୋଷ୍ଟର ଖୁଣ୍ଟପାଲି ଛକଠାରେ ଲାଗିଛି। ଏହା ସହିତ ବହୁ ପ୍ରଚାର ପତ୍ର ରାସ୍ତା କଡରେ ପଡ଼ିଥିବା ଦେଖିବାକୁ ମିଳିଛି। ମାଓ ପୋଷ୍ଟରରେ ଲୋୟର ସୁକତେଲ୍ ଓ ଖପ୍ରାଖୋଲ ପୁଜାରୀପାଲି ପ୍ରକଳ୍ପକୁ ବିରୋଧ କରାଯାଇଛି। ତା’ ସହ ବଲାଙ୍ଗିର,ବରଗଡ଼ ଓ ମହାସମୁନ୍ଦରେ ବନ୍ଦ ଡାକରାକୁ ସଫଳ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି। ଗତକାଲି […]

mao

Rakesh Mallick
  • Published: Tuesday, 10 May 2016
  • , Updated: 10 May 2016, 08:10 AM IST

ବଲାଙ୍ଗିର: ବଲାଙ୍ଗିର-ପାଟଣାଗଡ଼ ରାସ୍ତାର ଦୁଇଟି ଛକରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି।  ଦୁଇଟି ମାଓ ପୋଷ୍ଟର ଖଗସାବାହାଲ୍ ଛକ ଠାରେ ଲାଗିଥିବା ବେଳେ ଗୋଟିଏ ମାଓପୋଷ୍ଟର ଖୁଣ୍ଟପାଲି ଛକଠାରେ ଲାଗିଛି। ଏହା ସହିତ ବହୁ ପ୍ରଚାର ପତ୍ର ରାସ୍ତା କଡରେ ପଡ଼ିଥିବା ଦେଖିବାକୁ ମିଳିଛି। ମାଓ ପୋଷ୍ଟରରେ ଲୋୟର ସୁକତେଲ୍ ଓ ଖପ୍ରାଖୋଲ ପୁଜାରୀପାଲି ପ୍ରକଳ୍ପକୁ ବିରୋଧ କରାଯାଇଛି। ତା’ ସହ ବଲାଙ୍ଗିର,ବରଗଡ଼ ଓ ମହାସମୁନ୍ଦରେ ବନ୍ଦ ଡାକରାକୁ ସଫଳ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି।

ଗତକାଲି ବିଳମ୍ବିତ ରାତିରେ ଏହି ବ୍ୟାନର ଲାଗିଥିବା ଆଶଙ୍କା କରାଯାଉଛି। ବ୍ୟାନରରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ନାଁ ଦର୍ଶାଯାଇଛି। ଆଜି ସକାଳେ ବଲାଙ୍ଗିର ସଦର ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଏହି ବ୍ୟାନର ଗୁଡିକୁ ଜବତ କରିଛି।

Related story