ବଲାଙ୍ଗିର: ସ୍ୱତନ୍ତ୍ର କୋଶଳ ରାଜ୍ୟ ଦାବିରେ ଆସନ୍ତା ୨୬ ତାରିଖରେ ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ଦେଇଛି କୋଶଳ ରାଜ୍ୟ ସମନ୍ୱୟ ସମିତି। ଏହି ଆନ୍ଦୋଳନରେ ସବୁ ବର୍ଗର ଲୋକ ସାମିଲ ହେବା ପାଇଁ ଆହ୍ୱାନ ଦେଇଛି କୋଶଳ କ୍ରାନ୍ତି ଦଳ। ଏହା ସହିତ ଯେଉଁ ରାଜନୈତିକ ଦଳ କୋଶଳ ରାଜ୍ୟ ଦାବିକୁ ସମର୍ଥନ କରି ଆନ୍ଦୋଳନରେ ସାମିଲ ହେବେ, ତାଙ୍କୁ ନିସର୍ତ୍ତରେ କେ.କେ.ଡି ସମର୍ଥନ ଦେବ ବୋଲି ଦଳ ତରଫରୁ ବଲାଙ୍ଗିର ସାମ୍ୱାଦିକ ଭବନ ଠାରେ ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀରେ କୁହାଯାଇଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ କୋଶଳ କ୍ରାନ୍ତି ଦଳର ଉପସଭାପତି ବୈଦ୍ୟନାଥ ମିଶ୍ରଙ୍କୁ ଦଳରୁ ନିଲମ୍ୱନ କରାଯାଇଥିବା ଦଳର ସଭାପତି ବୁନ୍ଦେ ଧରୁଆ ସୂଚନା ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।