ବିଜୟାନନ୍ଦ ଚିନିକଳର ପୁନଃକାର୍ଯ୍ୟକ୍ଷମ ଦାବିରେ ଆପ୍‌ର ବିକ୍ଷୋଭ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାର ଦେଓଗାଁ  ସ୍ଥିତ ବିଜୟାନନ୍ଦ ଚିନିକଳକୁ ପୁନଃକାର୍ଯ୍ୟକ୍ଷମ ଦାବିରେ ଆମ୍ ଆଦମୀ ପାର୍ଟି ଆନ୍ଦୋଳନକୁ ଓହ୍ଲାଇଛି । ଦଳର ନେତା ଓ କର୍ମୀଙ୍କ ସମେତ ଆଖୁଚାଷୀମାନେ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।