ଯୁବ ସମାଜସେବୀଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ, ୫ ମାସ ତଳେ ବାହା ହୋଇଥିଲେ

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିର ସହରରେ ବେଶ ଜଣାଶୁଣା ଯୁବ ସମାଜ ସେବିକା ପ୍ରିୟଙ୍କା ପଟ୍ଟନାୟକଙ୍କ ସନ୍ଦେହ ଜନକ ମୃତ୍ୟୁ। ଯାହାକୁ ନେଇ ସହରରେ ସୃଷ୍ଟି ହୋଇଛି ଚାଞ୍ଚଲ୍ୟ। ଆଜି ସେ ଘରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ପ୍ରିୟଙ୍କାଙ୍କ ପରିବାର ପକ୍ଷରୁ କୁହାଯାଉଛି। ୫ ମାସ ତଳେ ସେ ବିବାହ କରିଥିଲେ। ସେ ବଲାଙ୍ଗିର ସହରର ଟିକ୍ରାପଡାର ଅଜୟ ପଟ୍ଟନାୟକଙ୍କ ବଡ ଝିଅ ହୋଇଥିବା ବେଳେ ଇନ୍ଦିରାନଗର ପଡାର ସୁମିତ ବହିଦାରଙ୍କୁ ବାହା ହୋଇଥିଲେ। ମୃତ ପ୍ରିୟଙ୍କାଙ୍କ […]

social-worker

social-worker

Niranjan Mishra
  • Published: Wednesday, 28 September 2022
  • Updated: 28 September 2022, 06:09 PM IST

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିର ସହରରେ ବେଶ ଜଣାଶୁଣା ଯୁବ ସମାଜ ସେବିକା ପ୍ରିୟଙ୍କା ପଟ୍ଟନାୟକଙ୍କ ସନ୍ଦେହ ଜନକ ମୃତ୍ୟୁ। ଯାହାକୁ ନେଇ ସହରରେ ସୃଷ୍ଟି ହୋଇଛି ଚାଞ୍ଚଲ୍ୟ। ଆଜି ସେ ଘରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ପ୍ରିୟଙ୍କାଙ୍କ ପରିବାର ପକ୍ଷରୁ କୁହାଯାଉଛି। ୫ ମାସ ତଳେ ସେ ବିବାହ କରିଥିଲେ। ସେ ବଲାଙ୍ଗିର ସହରର ଟିକ୍ରାପଡାର ଅଜୟ ପଟ୍ଟନାୟକଙ୍କ ବଡ ଝିଅ ହୋଇଥିବା ବେଳେ ଇନ୍ଦିରାନଗର ପଡାର ସୁମିତ ବହିଦାରଙ୍କୁ ବାହା ହୋଇଥିଲେ।

ମୃତ ପ୍ରିୟଙ୍କାଙ୍କ ବାପା ଅଜୟ ପଟ୍ଟନାୟକ କହିଛନ୍ତି, ଝିଅର ମୃତ୍ୟୁ ସମ୍ପର୍କରେ ପ୍ରଥମେ ଜ୍ୱାଇଁ ସୁମିତ ତାଙ୍କୁ ଫୋନ୍‌ରେ ଖବର ଦେଇ ଡାକ୍ତରଖାନା ଆସିବାକୁ କହିଥିଲେ। ଏଥିସହ ସୁମିତ ଜଣାଥିଲେ, ଇନ୍ଦିରାନଗର ପଡା ସ୍ଥିତ ଘରେ କେହି ନଥିବା ବେଳେ ଦିନ ପ୍ରାୟ ୧୨ ଟା ବେଳେ ପ୍ରିୟଙ୍କା ବେକରେ ଦଉଡି ଦେଇ ଘର ଭିତରେ ଝୁଲି ପଡିଥିଲେ। କବାଟ ଭାଙ୍ଗି ପ୍ରିୟଙ୍କାଙ୍କୁ ସେ ଉଦ୍ଧାର କରି ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲ ଆଣିଛନ୍ତି। ହେଲେ ସେଠାରେ ଡାକ୍ତର ପ୍ରିୟଙ୍କାଙ୍କୁ ମୃତ ଘୋଷଣା କରିଛନ୍ତି। ଯାହା ତାଙ୍କୁ ଆଶ୍ଚର୍ଯ୍ୟ କରିଛି ବୋଲି ଅଜୟ କହିଛନ୍ତି।

ଝିଅ ଗତକାଲି ଘରକୁ ଆସିଥିଲା। ଆଜି ତାକୁ ଶାଶୁ ଘରୁ ଆଣିବାକୁ ସେ ଯାଇଥାଆନ୍ତେ। ହେଲେ ଏଭଳି ଏକ ଦୁଃଖଦ ଘଟଣା ଘଟିଲା ବୋଲି ସେ କହିଛନ୍ତି। ଏ ବାବଦରେ ପ୍ରିୟଙ୍କାଙ୍କ ସ୍ୱାମୀ କୌଣସି ମତାମତ ଦେବାକୁ ମନା କରି ଦେଇଛନ୍ତି। ମୃତ ପ୍ରିୟଙ୍କାଙ୍କ ବାପା କୌଣସି ଅଭିଯୋଗ କରୁନଥିଲେ ମଧ୍ୟ ମୃତ୍ୟୁକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି।

ପ୍ରିୟଙ୍କାଙ୍କ ପରିବାର ଲୋକେ କହିଛନ୍ତି, ଆଜି ଭାଇଜିଉଁନ୍ତିଆ କରିବା ପାଇଁ ପ୍ରିୟଙ୍କା ବାପ ଘରକୁ ଆସିବାର ଥିଲା। ଭାଇ ଜିଉଁନ୍ତିଆ ପାଇଁ ମାର୍କେଟିଂ ମଧ୍ୟ କରି ସାରିଥିଲେ। ୫ ଦିନ ପରେ ଭାଇ ଜିଉଁନ୍ତିଆ ବ୍ରତ ରଖି ଭାଇ ହାତରେ ଜିଉଁନ୍ତିଆ ବାନ୍ଧି ଥାଆନ୍ତେ। କିନ୍ତୁ ସନ୍ଦେହ ଜନକ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଛି।

ପ୍ରିୟଙ୍କା ସହରର ଜଣାଶୁଣା ମାହେଶ୍ୱରୀ ସଂଗଠନର ମହିଳା ଶାଖାର ସଂଯୋଜିକା ଥିଲେ। ମାହେଶ୍ୱରୀ ସଂଗଠନ ଦ୍ୱାରା ଆୟୋଜିତ ବିଭିନ୍ନ ପ୍ରକାର ସାମାଜିକ କାର୍ଯ୍ୟରେ ସେ ନିଜକୁ ସାମିଲ କରୁଥିଲେ। କରୋନା ସମୟରେ ସହର ଭିତରେ ବୁଲି ଲୋକଙ୍କୁ ଖାଇବା ଦେବା ସହିତ ରୋଗୀ ମାନଙ୍କର ସେବା କରୁଥିଲେ। ସହରର ଜଣେ ଉଦୀୟମାନ ସମାଜସେବିକାକୁ ହରାଇ ଦୁଃଖରେ ଭାଙ୍ଗି ପଡିଛନ୍ତି ମାହେଶ୍ୱରୀ ସଂଗଠନର କର୍ମକର୍ତ୍ତା। ଏହା ସଂଗଠନ ନିମନ୍ତେ ଅପୂରଣୀୟ କ୍ଷତି ବୋଲି ସଂଗଠନର ସଭାପତି ଅଙ୍କୁଶ ପାଣ୍ଡିଆ କହିଛନ୍ତି।

ଖବର ପାଇ ବଲାଙ୍ଗିର ଟାଉନ ଥାନା ପୁଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଏବଂ ଘଟଣାର ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story