ମାତିଲେ ମହିଳା, ଭାଙ୍ଗିଲେ ଭାଟି

Ordigital Desk
  • Published: Tuesday, 11 July 2017
  • , Updated: 11 July 2017, 05:23 PM IST
<p>ବଲାଙ୍ଗିର: ମଦ ବିରୋଧରେ ଆନ୍ଦୋଳନ ଧୀରେଧୀରେ ତୀବ୍ରତର ହେବାରେ ଲାଗିଛି। ଆନ୍ଦୋଳନରେ ସାମିଲ ହେଉଛନ୍ତି ମହିଳା। ଘର ଚାରି କାନ୍ଥରେ ଜୀବନ ଅତିବାହିତ କରୁଥିବା ମହିଳାମାନଙ୍କର ଏପରି ଉଗ୍ରରୂପ ଦେଖି ମଦୁଆ ଓ ମଦ ବେପାରୀଙ୍କ ହୁସ୍&zwnj; ଉଡିଗଲାଣି।</p> <p>ବଲାଙ୍ଗିର ଜିଲ୍ଲା ବୁବେଲରେ ଦେଶୀ ମଦଭାଟିକୁ ଦୀର୍ଘ ଦିନ ଧରି ଗାଁ ଲୋକେ ବିରୋଧ କରୁଥିଲେ। ଏପରିକି ମଦ ଭାଟି ଉଚ୍ଛେଦ ପାଇଁ ଗାଁର ମହିଳାମାନେ ବାରମ୍ୱାର ପ୍ରଶାସନ ପାଖରେ ଗୁହାରି କରିଥିଲେ। ମାତ୍ର ମହିଳାଙ୍କ କଥା ପ୍ରଶାସନ ଶୁଣୁନଥିଲା। ପ୍ରଶାସନଠାରୁ ନିରାଶ ହୋଇ ମହିଳାମାନେ ଆଜି ଏକତ୍ର ହୋଇଥିଲେ। ପରେ ଏନ୍&zwnj;ଏଚ୍&zwnj;-୫୭ ଅବରୋଧ କରିଥିଲେ। ସେଠାରୁ ଏକ ବିଶାଳ ଶୋଭାଯାତ୍ରାରେ ଯାଇ ମହିଳାମାନେ ମଦ ଭାଟି ଭାଙ୍ଗିଥିଲେ। ଏପରି ମଦ ପାଉଚ୍&zwnj; ଓ କାଚକୁ ରାସ୍ତାରେ କଚାଡ଼ି&nbsp; ଭାଙ୍ଗିଥିଲେ। ଏଥିରେ ଗାଁ ଲୋକ ମଧ୍ୟ ସାମିଲ ହୋଇଥିଲେ। ମହିଳାଙ୍କ ଏପରି ରୂପ ଦେଖି ମଦ ବେପାରୀ ଓ ମଦୁଆ ଭୟଭୀତ ହୋଇପଡ଼ିଛନ୍ତି।</p>

Related story