ବଲାଙ୍ଗୀର: ବଲାଙ୍ଗୀରରେ ଜଣ୍ଡିସ ସ୍ଥିତିର ମୁକାବିଲା କ୍ଷେତ୍ରରେ ଅବହେଳା ନେଇ ଜନସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବଲାଙ୍ଗୀରରେ ଅବସ୍ଥାପିତ ବିଭାଗର ନିର୍ବାହୀ ଯନ୍ତ୍ରୀ ଭାଗ୍ୟଧର ସାହୁଙ୍କୁ କାର୍ଯ୍ୟରୁ ନିଲମ୍ୱିତ କରାଯାଇଛି। ମୁଖ୍ୟଯନ୍ତ୍ରୀ କ୍ଷିତିଶ ଚନ୍ଦ୍ର ସାହୁ ତାଙ୍କୁ ନିଲମ୍ୱନ କରିଛନ୍ତି। ପିଏଚ୍ଡିର ମଇଳା ପାଣି ଯୋଗୁଁ ଜଣ୍ଡିସ୍ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା। ଏହାପରେ ବିଭିନ୍ନ ମହଲରୁ ବଲାଙ୍ଗିର ଜନସ୍ୱାସ୍ଥ୍ୟ ବିଭାଗର ନିର୍ବାହୀଯନ୍ତ୍ରୀଙ୍କ ନିଲମ୍ୱନ ପାଇଁ ଦାବୀ କରାଯାଇଥିଲା। ରାଜ୍ୟ ସରକାର ଏନେଇ ତଦନ୍ତ କରିବା ସହିତ ନିର୍ବାହୀ ଯନ୍ତ୍ରୀ ଭାଗ୍ୟଧର ସାହୁଙ୍କୁ ନିଲମ୍ୱନ କରିଛନ୍ତି। ଏ ନେଇ ବଲାଙ୍ଗିର ଗସ୍ତରେ ଥିବା ଜନସ୍ୱାସ୍ଥ୍ୟ ବିଭାଗର ମୁଖ୍ୟଯନ୍ତ୍ରୀ କ୍ଷିତିଶ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି।
ବଲାଙ୍ଗୀରରେ ଜଣ୍ଡିସରେ ସରକାରୀ ଭାବେ ୩ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ବ୍ୟବସାୟୀଙ୍କୁ ଦେଖାଇଲେ ବନ୍ଧୁକ, ଲୁଟିନେଲେ ୫ ହଜାର
ଆଜି ଭୋର୍ ୪ଟା ସମୟରେ ସାନ ମୁଣ୍ଡଳୀ ଗାଁର ବସନ୍ତ ଲେଙ୍କା ବ୍ୟବସାୟ ପାଇଁ କଟକ ଯାଉଥିବା ବେଳେ ନରାଜ ଫାୟାରିଂ ରେଞ୍ଜ ନିକଟରେ ଲୁଟର ଶିକାର ହୋଇଛନ୍ତି।
Crime
୧୦ ଘଣ୍ଟା ପରେ ଅପହୃତା ଯୁବତୀ ଉଦ୍ଧାର, ଚାଲିଛି ପଚରାଉଚରା
ଲୁମ୍ବିନୀ ବିହାର ଅଞ୍ଚଳରୁ ଅପହରଣ ହୋଇଥିବା ଯୁବତୀଙ୍କୁ ପ୍ରାୟ ୧୦ ଘଣ୍ଟା ପରେ ଭୁବନେଶ୍ୱର ଭିତରୁ ଉଦ୍ଧାର କରିଛି ପୁଲିସ୍। ଉଦ୍ଧାର ଯୁବତୀଙ୍କୁ ମୈତ୍ରିବିହାର ଥାନାରେ ପଚରାଉଚରା କରାଯାଉଛି।
Miscellaneous
ନୂଆ ବର୍ଷରୁ ନୂଆ ନିୟମ; ଏଣିକି ପ୍ରତି ମାସ ମିଳିବ ରାସନ ସାମଗ୍ରୀ
ପୂର୍ବରୁ ତିନି ମାସରେ ଥରେ ମିଳୁଥିବା ରାସନ ସାମଗ୍ରୀ ଏଣିକି ପ୍ରତିମାସ ମିଳିବ । ଜାନୁୟାରୀ ମାସରୁ ଏହି ନିୟମ ଲାଗୁ କରିବାକୁ ଯାଉଛନ୍ତି ରାଜ୍ୟ ସରକାର।
Crime
ରାଜଧାନୀରେ ଚାଞ୍ଚଲ୍ୟ; ପୁରୁଷ ବନ୍ଧୁଙ୍କୁ ହାଣି ଯୁବତୀଙ୍କୁ ଟେକିନେଲେ
ଯୁବତୀଙ୍କ ପୁରୁଷ ବନ୍ଧୁ ବାରଣ କରିବାରୁ ସେମାନେ ତାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଏହାପରେ ଯୁବତୀଙ୍କୁ ଅପହରଣ କରି ନେଇ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ଅଭିଯୋଗ ହୋଇଛି।
Crime
ମନ୍ଦିର ହୁଣ୍ଡି ଭାଙ୍ଗିଲେ, କଳାକନା ବୁଲାଇଦେଲେ ଲୁଟେରା
ମନ୍ଦିରକୁ ବି ଛାଡ଼ୁ ନାହାନ୍ତି ଲୁଟେରା। ହୁଣ୍ଡି ଭାଙ୍ଗି ଲୁଟିବା ସହ ବୁଲାଇ ଦେଉଛନ୍ତି କଳାକନା।