ବଲାଙ୍ଗୀରରେ ଜଣ୍ଡିସ : ଅବହେଳା ପାଇଁ ନିଲମ୍ବିତ ହେଲେ ନିର୍ବାହୀ ଯନ୍ତ୍ରୀ

ବଲାଙ୍ଗୀର: ବଲାଙ୍ଗୀରରେ ଜଣ୍ଡିସ ସ୍ଥିତିର ମୁକାବିଲା କ୍ଷେତ୍ରରେ ଅବହେଳା ନେଇ ଜନସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବଲାଙ୍ଗୀରରେ ଅବସ୍ଥାପିତ ବିଭାଗର ନିର୍ବାହୀ ଯନ୍ତ୍ରୀ ଭାଗ୍ୟଧର ସାହୁଙ୍କୁ କାର୍ଯ୍ୟରୁ ନିଲମ୍ୱିତ କରାଯାଇଛି। ମୁଖ୍ୟଯନ୍ତ୍ରୀ କ୍ଷିତିଶ ଚନ୍ଦ୍ର ସାହୁ ତାଙ୍କୁ ନିଲମ୍ୱନ କରିଛନ୍ତି। ପିଏଚ୍ଡିର ମଇଳା ପାଣି ଯୋଗୁଁ ଜଣ୍ଡିସ୍ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା। ଏହାପରେ ବିଭିନ୍ନ ମହଲରୁ ବଲାଙ୍ଗିର ଜନସ୍ୱାସ୍ଥ୍ୟ ବିଭାଗର ନିର୍ବାହୀଯନ୍ତ୍ରୀଙ୍କ ନିଲମ୍ୱନ ପାଇଁ ଦାବୀ କରାଯାଇଥିଲା। ରାଜ୍ୟ ସରକାର ଏନେଇ ତଦନ୍ତ କରିବା ସହିତ […]

balangir phd excutive engnier-bhagyadhara sahu

Rakesh Mallick
  • Published: Saturday, 16 May 2015
  • , Updated: 16 May 2015, 04:24 AM IST

ବଲାଙ୍ଗୀର: ବଲାଙ୍ଗୀରରେ ଜଣ୍ଡିସ ସ୍ଥିତିର ମୁକାବିଲା କ୍ଷେତ୍ରରେ ଅବହେଳା ନେଇ ଜନସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବଲାଙ୍ଗୀରରେ ଅବସ୍ଥାପିତ ବିଭାଗର ନିର୍ବାହୀ ଯନ୍ତ୍ରୀ ଭାଗ୍ୟଧର ସାହୁଙ୍କୁ କାର୍ଯ୍ୟରୁ ନିଲମ୍ୱିତ କରାଯାଇଛି। ମୁଖ୍ୟଯନ୍ତ୍ରୀ କ୍ଷିତିଶ ଚନ୍ଦ୍ର ସାହୁ ତାଙ୍କୁ ନିଲମ୍ୱନ କରିଛନ୍ତି। ପିଏଚ୍ଡିର ମଇଳା ପାଣି ଯୋଗୁଁ ଜଣ୍ଡିସ୍ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା। ଏହାପରେ ବିଭିନ୍ନ ମହଲରୁ ବଲାଙ୍ଗିର ଜନସ୍ୱାସ୍ଥ୍ୟ ବିଭାଗର ନିର୍ବାହୀଯନ୍ତ୍ରୀଙ୍କ ନିଲମ୍ୱନ ପାଇଁ ଦାବୀ କରାଯାଇଥିଲା। ରାଜ୍ୟ ସରକାର ଏନେଇ ତଦନ୍ତ କରିବା ସହିତ ନିର୍ବାହୀ ଯନ୍ତ୍ରୀ ଭାଗ୍ୟଧର ସାହୁଙ୍କୁ ନିଲମ୍ୱନ କରିଛନ୍ତି। ଏ ନେଇ ବଲାଙ୍ଗିର ଗସ୍ତରେ ଥିବା ଜନସ୍ୱାସ୍ଥ୍ୟ ବିଭାଗର ମୁଖ୍ୟଯନ୍ତ୍ରୀ କ୍ଷିତିଶ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି।

ବଲାଙ୍ଗୀରରେ ଜଣ୍ଡିସରେ ସରକାରୀ ଭାବେ ୩ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

Related story